
ବେଜିଂ: ଚୀନ୍ର ନକଲି ସୂର୍ଯ୍ୟ ସମ୍ପର୍କରେ ସାରା ବିଶ୍ୱ ଅବଗତ ଅଛି। ବିଜ୍ଞାନର ଏହି ଆବିଷ୍କାର ହେଉ ଅବା ଇଂଜିନିୟରଙ୍କ ବୁଦ୍ଧି; ଯାହା କୌଣସି ଦେଶ କରିବାକୁ କଳ୍ପନା ବି କରି ନଥିଲେ ତାହା ବାସ୍ତବରେ ପରିଣତ କରିଛି ଚାଇନା। ତେବେ ଚୀନର ଏହି ନକଲି ସୂର୍ଯ୍ୟ ବିଷୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଚୀନ ନିର୍ମାଣ କରୁଥିବା ‘ନକଲି ସୂର୍ଯ୍ୟ ‘ ଅସଲି ସୂର୍ୟ୍ୟଠୁ ବି ୫ ଗୁଣା ଅଧିକ ଉତ୍ତପ୍ତ। ଅର୍ଥାତ ନକଲି ସୂର୍ଯ୍ୟ ଟି ଅସଲିଠୁ ୫ ଗୁଣା ଅଧିକ ସୌର ଶକ୍ତିର ଆଧାର ପାଲଟିବ।
ତେବେ ଚୀନ ଏହି ନକଲି ସୂର୍ଯ୍ୟ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛ ସୌରଶକ୍ତିରୁ ଚାଇନାର ଶକ୍ତି ବା ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବା । ଅନ୍ୟପଟେ ଏହି ନକଲି ସୂର୍ଯ୍ୟ ଅସଲି ସୂର୍ଯ୍ୟଠାରୁ ପାଞ୍ଚ ଗୁଣ ଅଧିକ ତାପମାତ୍ରା ମାତ୍ର ୧୭ ମିନିଟ ପାଇଁ ହାସଲ କରିଥିବା ସୂଚନା ମିଳୁଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତାପ ଉତ୍ପାଦନର ଏହା ହେଉଛି ପ୍ରଥମ ପରୀକ୍ଷଣ ବୋଲି ଜାତୀୟ ଗଣମାଧ୍ୟମ ସୁତରୁ ପ୍ରକାଶ।
ତେବେ ଏହି ନକଲି ସୂର୍ଯ୍ୟର ନାମ ହେଉଛି ‘ଇଷ୍ଟ ବା ପୂର୍ବ’ ଚାଇନାର ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଏହା ୧ ହଜାର ୫୬ ସେକେଣ୍ଡ ପାଇଁ ୭୦ ମିଲିୟନ୍ ଡିଗ୍ରି ସେଲସିୟସ୍ ତାପମାତ୍ରା ବଜାୟ ରଖିପାରୁଛି। ଯାହା ଅସଲି ସୂର୍ଯ୍ୟର ତାପମାତ୍ରାଠାରୁ ପାଞ୍ଚ ଗୁଣ ଅଧିକ । ଯଦି ଏହା ଦୀର୍ଘ ସମୟ ଧରି ଏହି ତାପମାତ୍ରା ବଜାୟ ରଖେ, ତା’ହେଲେ ଏଥିରୁ ଉତ୍ପନ୍ନ ବିଦ୍ୟୁତ୍ ଦେଶର ଏକ ବଡ଼ ଅଂଶକୁ ଆଲୋକିତ କରିବାରେ ସକ୍ଷମ ହେବ ବୋଲି ଇଂଜିନିୟର ମାନେ ଆଶା ରଖିଛନ୍ତି।
ଏହାପୂର୍ବରୁ ୨୦୨୧ ମେ’ ମାସରେ ଏହି ‘ନକଲି ସୂର୍ଯ୍ୟ’ ୧୦୧ ସେକେଣ୍ଡ ପାଇଁ ୧୨୦ ମିଲିୟନ୍ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସୃଷ୍ଟି କରିଥିଲା । କିନ୍ତୁ ଏହାର ସମୟ ବହୁତ କମ୍ ଥିଲା, ପଅସଲି ସୂର୍ଯ୍ୟର କେନ୍ଦ୍ରରେ ତାପମାତ୍ରା ପ୍ରାୟ ୧୫ ନିୟୁତ ଡିଗ୍ରୀ ସେଲସିୟସ୍ ରହିଥାଏ। କିନ୍ତୁ ଚୀନର ନକଲି ସୂର୍ୟ୍ୟ ଅସଲି ସୂର୍ଯ୍ୟର ତାପମାତ୍ରାଠୁ ୨ ଥର ଅତିକ୍ରମ କରି ସମସ୍ତଙ୍କୁ ଚକିତ କରିଛି। ବର୍ତ୍ତମାନ ଏଥିରୁ ଶକ୍ତି ନେବା ଏବଂ ଏହାକୁ ସମଗ୍ର ଚାଇନାରେ ଯୋଗାଇବା ପାଇଁ କାର୍ୟ୍ୟ ଆମ୍ଭର କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲା। ଏହି ନକଲି ସୂର୍ଯ୍ୟ କିରଣରେ ଚୀନ ହାଇଡ୍ରୋଜେନର ପରମାଣୁ କଣିକାକୁ ଅଧିକ ଚାପ ଏବଂ ତାପମାତ୍ରାରେ ହିଲିୟମ୍ ଗଠନ କରିବା ପାଇଁ ଚେଷ୍ଟା ଚଳାଇଛି। ଯାହାଦ୍ୱାରା ଏଠାରୁ ଉତ୍ପନ ହେବାକୁଥିବା ଶକ୍ତି ଏବଂ ଉତ୍ତାପରେ ପରିଣତ ହେବ । ସେହି ଅନୁସାରେ ଦୀର୍ଘ ସମୟ ପାଇଁ ଶକ୍ତି ବା ବିଦ୍ୟୁତ ପାଇପାରିବେ।
The post ଚୀନ୍ର ‘ନକଲି ସୂର୍ଯ୍ୟ’; ଅସଲିଠୁ ୫ ଗୁଣା ଅଧିକ… first appeared on Sambad.from ବିଶେଷ | Sambad https://ift.tt/3qTLWL6

0 Comments