
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦେଶର ଅଧିକାଂଶ ଲୋକ ଯୋଗୀଙ୍କ ନାଁ ସହ ପରିଚିତ । ଗେରୁଆ ବସ୍ତ୍ର ପରିଧାନ କରୁଥିବା ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ରାଜନୀତିର ଚର୍ଚ୍ଚିତ ଚେହେରା । କେବଳ ଉତ୍ତରପ୍ରଦେଶ କାହିଁକି ପୂରା ଦେଶରେ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଏପରିକି କିଛି ଲୋକେ ଯୋଗୀଙ୍କୁ ମୋଦୀଙ୍କ ଉତ୍ତରପିଢ଼ି ବୋଲି କହି ଆସୁଛନ୍ତି । ଉତ୍ତରପ୍ରଦେଶର ଗୋରଖପୁରରୁ ୫ ଥର ସାଂସଦ ଥିବା ଯୋଗୀ ଆଦିତ୍ୟନାଥ ୨୦୧୭ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ଯୋଗୀ ଆଦିତ୍ୟନାଥଙ୍କ ଅସଲ ନାମ ଅଜୟ ସିଂ ବିଷ୍ଟ । ତାଙ୍କର ଜନ୍ମ ଗଢୱାଲ ଜିଲ୍ଲାର ଏକ କ୍ଷତ୍ରିୟ ପରିବାରରେ ହୋଇଥିଲା । ତାଙ୍କ ବାପା ଆନନ୍ଦ ସିଂ ବିଷ୍ଟ ଫରେଷ୍ଟ ରେଞ୍ଜର ଥିଲେ । ତେବେ ରାଜନୀତିକୁ ଆସିବା ପରେ ଯୋଗୀ ଆଦିତ୍ୟନାଥ କେବେ ଛୁଟି ନେଇ ବାହାରକୁ ବୁଲିବାକୁ ଯାଇ ନାହାନ୍ତି । ଯେଉଁଠି ବଡ ବଡ ରାଜନେତାମାନେ ଟିକିଏ ଫୁରସତ୍ ମିଳିଲେ ପରିବାର ସହ ଛୁଟି ମନାଇବାକୁ ବିଦେଶ ଭ୍ରମଣରେ ବାହାରି ଯାଆନ୍ତି, ସେଠାରେ ଯୋଗୀ ଏକ ବ୍ୟତିକ୍ରମ । ତେବେ ଏହା ପଛର କାରଣ ଯୋଗୀ ଏକ ସାକ୍ଷାତକାରରେ ଖୋଲିଥିଲେ ।
ସାକ୍ଷାତକାରରେ ଯୋଗୀ କହିଥିଲେ ଯେ, ଯଦି ମୋର ଛୁଟି ନେବାର ଥାଆନ୍ତା ତେବେ ମୁଁ ରାଜନୀତି କରିବା ସହ ସାର୍ବଜନିକ ଜୀବନକୁ ଆସିନଥାନ୍ତି । କାରଣ ଥରେ ସାର୍ବଜନିକ ଜୀବନକୁ ଆସିଗଲେ ଆଉ ଛୁଟିର କୌଣସି ମାନେ ନଥାଏ । ଆଦିତ୍ୟନାଥ କହିଛନ୍ତି, ଲୋକକଲ୍ୟାଣ ପଦ ଛୁଟିର ପଦ ନୁହେଁ । ଜନକଲ୍ୟାଣ ମାଧ୍ୟମରେ ଲୋକଙ୍କର ସେବା କରିବା ହିଁ ମୋ ଜୀବନର ମୂଳ ଲକ୍ଷ୍ୟ । ଏବେ ମୋର ବ୍ୟକ୍ତିଗତ ଜୀବନ ବୋଲି କିଛି ନାହିଁ । ତେଣୁ ଛୁଟି ନେଇ ଆରାମ କରିବାର କୌଣସି ମାନେ ମଧ୍ୟ ନାହିଁ ।
The post କାହିଁକି ଛୁଟି ନିଅନ୍ତି ନାହିଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ? first appeared on Sambad.from ବିଶେଷ | Sambad https://ift.tt/3q9mPEU
0 Comments