
ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଆଜିକାଲି ପ୍ରାୟ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି । ଜିନିଷ କିଣିବାଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପକାଇବା ପାଇଁ ମଧ୍ୟ କ୍ରେଡିଟ୍ କାର୍ଡର ବ୍ୟବହାର କରାଯାଉଛି। କିନ୍ତୁ, ବର୍ତ୍ତମାନ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ଏକ ବଡ ଝଟକା ଦେଇଛି ‘ଆସିଆସିଆଇ ବ୍ୟାଙ୍କ୍’ । ଏବେ ଠିକ୍ ସମୟରେ ଟଙ୍କା ପୈଠ ନକଲେ ଦେବାକୁ ପଡିବ ଅଧିକ ଶୁଳ୍କ । ‘ଲେଟ୍ ପେମେଣ୍ଟ ଚାର୍ଜ’କୁ ବୃଦ୍ଧି କରିଛି ଆଇସିଆଇସିଆଇ ବ୍ୟାଙ୍କ । ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଏହି ‘ଲେଟ୍ ପେମେଣ୍ଟ ଚାର୍ଜ’କୁ ବୃଦ୍ଧି କରିବା ପାଇଁ ଆଲୋଚନା କରୁଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଏହି ନିୟମ ଚଳିତ ବର୍ଷ ଫେବ୍ରୁଆରି ୧୦ତାରିଖରୁ ଲାଗୁ କରାଯିବ । ‘ଲେଟ୍ ପେମେଣ୍ଟ ଚାର୍ଜ’ ସହିତ କ୍ରେଡିଟ୍ କାର୍ଡରୁ ଟଙ୍କା ଉଠାଣ ପ୍ରକ୍ରିୟା ବି ପୂର୍ବଠାରୁ ଅଧିକ ମହଙ୍ଗା କରିଦିଆଯାଇଛି । ଏହି ବାବଦରେ ବ୍ୟବହାରକାରୀଙ୍କୁ ମେସେଜ୍ ଜରିଆରେ ଅବଗତ କରାଇଦିଆଯାଇଛି । ପଠାଯାଇଥିବା ମ୍ୟାସେଜ୍ ଅନୁସାରେ, ଯଦି ଆପଣଙ୍କ ବକେୟା ଟଙ୍କା ୧୦୦ ଟଙ୍କାରୁ କମ୍ ରହିଛି ଆଉ ପେମେଣ୍ଟ କରିବାରେ ବିଳମ୍ବ ହୋଇଛି, ତେବେ ଏଥିପାଇଁ କୌଣସି ‘ଲେଟ୍ ପେମେଣ୍ଟ ଚାର୍ଜ’ ଲାଗିବ ନାହିଁ । କିନ୍ତୁ ଏଥିରୁ ଅଧିକ ବକେୟା ରାଶି ଥିଲେ ଆପଣଙ୍କୁ ପୂର୍ବରୁ ଅଧିକ ଶୁଳ୍କ ଦେବାକୁ ପଡିବ ।
ତେବେ ଆସନ୍ତୁ ଜାଣିବା କେତେ ଟଙ୍କା ପାଇଁ କେତେ ଚାର୍ଜ ଲାଗିବ । ଯଦି ଆପଣଙ୍କ ବକୟା ଟଙ୍କା ୧୦୦ରୁ ୫୦୦ ରହିଛି ତେବେ ଆପଣଙ୍କୁ ‘ଲେଟ୍ ପେମେଣ୍ଟ ଚାର୍ଜ’ ୧୦୦ ଟଙ୍କା ଦେବାକୁ ପଡିବ । ୫୦୧ରୁ ୫୦୦୦ ବକୟା ଟଙ୍କା ଥିଲେ ୫୦୦ଟଙ୍କା ‘ଲେଟ୍ ପେମେଣ୍ଟ ଚାର୍ଜ’ ଦେବାକୁ ପଡିବ । ସେହିପରି ୫ହଜାରରୁ ୧୦ହଜାର ମଧ୍ୟରେ ବକେୟା ଟଙ୍କା ଥିଲେ ୭୫୦, ୧୦,୦୦୧ରୁ ୨୫ହଜାର ଭିତରେ ଥିଲେ ଏଥିପାଇଁ ୯୦୦ ଟଙ୍କା ଏବଂ ୨୫୦୦୧ରୁ ୫୦ ହଜାର ଭିତରେ ବକେୟା ଟଙ୍କା ଥିଲେ ଏଥିପାଇଁ ଦେବାକୁ ପଡିବ ୧୨ହଜାର ଟଙ୍କାର ‘ଲେଟ୍ ପେମେଣ୍ଟ ଚାର୍ଜ’।
The post କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଢ଼ିଲା ‘ଲେଟ୍ ପେମେଣ୍ଟ ଚାର୍ଜ’, ଜାଣନ୍ତୁ କେତେ ଟଙ୍କା ପାଇଁ ଦେବାକୁ ପଡିବ କେତେ? first appeared on Sambad.from ବିଶେଷ | Sambad https://ift.tt/3JPjnqF
0 Comments