
ନୂଆଦିଲ୍ଲୀ: ପୃଥିବୀରେ ବିଭିନ୍ନ ପ୍ରଜାତିର ସାପ ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ ଅନେକ ପ୍ରଜାତିର ସାପ ବିଷାକ୍ତ ହୋଇଥିବାବେଳେ ଅନେକ ସାପ ବିଷାକ୍ତ ହେବା ସହିତ ଦେଖିବାକୁ ସୁନ୍ଦର ବି ଦେଖା ଯାଇଥାଆନ୍ତି। ସୁନ୍ଦର ସାପ ଦେଖିବା ସତ୍ତ୍ବେ ଲୋକମାନେ ସେମାନଙ୍କଠାରୁ ଦୂରତା ରଖିଥାଆନ୍ତି। ଏମିତି ଅନେକ ସାପ ଅଛନ୍ତି ଯେଉଁମାନେ କି ବିରଳ ହୋଇଗଲେଣି। ଏମିତି ବିରଳ ପ୍ରଜାତିର ସାପକୁ ସହଜରେ ଦେଖିବାକୁ ମିଳି ନଥାଏ। କିନ୍ତୁ ଅନେକ ଥର ଏପରି ବିରଳ ସାପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।
ଏହି ପର୍ଯ୍ୟାୟରେ ଦୁଇଟି ବିରଳ ନୀଳ ରଙ୍ଗର ସାପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ନୀଳରଙ୍ଗର ସାପ ଦେଖିବାକୁ ବହୁତ ସୁନ୍ଦର ଲାଗୁଥିଲେ ମଧ୍ୟ ଏହାର ବିଷ ବହୁ ମରାତ୍ମକ।
Blue snake. pic.twitter.com/3HgMcS0GfP
— Jamie Gnuman197… (@JGnuman197) January 2, 2022
ଏହି ଭିଡିଓ ଟ୍ୱିଟରରେ Jamie Gnuman197 ସେୟାର କରିଛନ୍ତି। ଭିଡିଓରେ ଦୁଇଟି ନୀଳରଙ୍ଗର ସାପ ଦେଖିବାକୁ ମିଳୁଛି। ଗୋଟିଏ ବଡ଼ ଥିବା ବେଳେ ଆଉ ଗୋଟିଏ ତାହାଠାରୁ ଛୋଟ ରହିଛି। ସାପଦୁଇଟି କ୍ୟାମେରା ଆଡକୁ ଆସୁଥିବା ଦେଖିବାକୁ ମିଳୁଛି। ଦୁଇଟି ସାପ କ୍ୟାମେରାକୁ ଆକ୍ରମଣ କରିବା ଭଳି ଲକ୍ଷ୍ୟ ରଖିଥିବା ଦେଖିବାକୁ ମିଳୁଛି।
The post କ୍ୟାମେରାରେ କୈଦ ହେଲେ ଦୁଇଟି ବିରଳ ନୀଳ ରଙ୍ଗର ସାପ first appeared on Sambad.from ବିଶେଷ | Sambad https://ift.tt/3F3jUBG
0 Comments