ନୂଆଦିଲ୍ଲୀ: ତୋ ବିନା ଏକା କେମିତି ବଞ୍ଚିବି। ମୋତେ ଏତେ ଶୀଘ୍ର ଛାଡ଼ି ଚାଲିଯିବା କ’ଣ ନିହାତି ଦରକାର ଥିଲା। କଥା କହିପାରୁନଥିଲେ ବି ମୟୂର ମନର କୋହ ଭାଇରାଲ ଭିଡିଓରେ ସ୍ପଷ୍ଟ ବାରି ହୋଇପଡ଼ୁଛି। ବେଳେ ବେଳେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ, ଯାହା ଲୋକଙ୍କ ଆଖିରେ ଲୁହ ଆଣିଦିଏ। ଏବେ ସୋସିଆଲ ମିଡିଆରେ ପୁଣି ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଏହି ଭିଡିଓ ଏବେ ସମସ୍ତଙ୍କୁ ଭାବବିହ୍ବଳ କରିଛି। ସାଙ୍ଗର ମୃତ୍ୟୁ ହେବା ପରେ ଶେଷ ପର୍ଯ୍ୟନ୍ତ ଏକ ମୟୂର ଶବ ପଛେ ପଛେ ଚାଲି ଚାଲି ଯାଉଥିବାରୁ ଭିଡିଓ ଲୋକଙ୍କ ଆଖିରେ ଲୁହ ଆଣି ଦେଇଛି। ବନ ଅଧିକାରୀ ପ୍ରବୀଣ କାସୱାନ ଟ୍ୱିଟରରେ ଏକ ମୟୂରର ଭିଡିଓ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।
साथी साथ छोड़कर स्वर्गवास को चल पङा
मोक्षधाम तक साथ जाते हुए राष्ट्रीय पक्षी मोर, पक्षी होते हुए भी मित्र के बिछङने का असहनीय दर्द, यह नजारा देखकर हर कोई भावुक हो गया
बिश्नोई जी पेज की ओर से राष्ट्रीय पक्षी मोरराजा को भावभीन श्रद्धांजली@sudhirbishnoi_ pic.twitter.com/3Iu6qWPo9P
— Bishnoi official (@Bishnoiofficiai) January 2, 2022
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ସାଙ୍ଗର ମୃତ୍ୟୁ ହେବା ପରେ ଶେଷ ଯାତ୍ରାରେ ସାମିଲ ହୋଇଛି ମୟୂର। ଦୁଇ ଜଣ ଲୋକ ମୃତ ମୟୂରକୁ ଧରି ପୋତିବାକୁ ନେଉଥିବା ବେଳେ ପଛେ ପଛେ ସେମାନଙ୍କୁ ଅନୁସରଣ କରୁଛି ଆଉ ଏକ ମୟୂର। ଶେଷ ବିଦାୟ ଦେବା ପାଇଁ ଯେଉଁଭଳି ଭାବେ ମୟୂରଟି ପିଛା କରୁଛି, ତାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ସେ ମଣିଷ ପରି ନିଜର ଦୁଃଖ ପ୍ରକାଶ କରିପାରୁନଥିଲେ ବି ଏହି ଭିଡିଓରେ ତା’ ମନର ଦୁଃଖ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।
The post ଆଗେ ଆଗେ ସାଙ୍ଗର ଶବ, ପଛେ ପଛେ ମୟୂର; ଭାବବିହ୍ବଳ କଲା ଏହି ଶେଷ ବିଦାୟର ଭିଡିଓ first appeared on Sambad.from ବିଶେଷ | Sambad https://ift.tt/3HE402A




0 Comments