ପୁଲିସ ଗାଡ଼ିର ସାଇରନ ଶୁଣି ମୁହଁରେ ମାସ୍କ ପିନ୍ଧିଲା ମାଙ୍କଡ଼, ଭାଇରାଲ ଭିଡିଓରେ ଦେଖନ୍ତୁ ସେ ଦୃଶ୍ୟ

ନୂଆଦିଲ୍ଲୀ: କରୋନା କାରଣରୁ ଦେଶରେ ଘରୁ ବାହାରିବା ସମୟରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ହେ‌ଲେ ଅନେକ ଲୋକ ଏହି ନିୟମକୁ ଅଣଦେଖା କରିବା ସହ ବିନା ମାସ୍କରେ ବୁଲୁଥିବା ଦେଖାଯାଉଛି। ଅନେକ ସମୟରେ ବିନା ମାସ୍କରେ ବୁଲୁଥିବା କିଛି ଲୋକ ଚାଲାଣ କଟିବା ଭୟରେ ପୁଲିସକୁ ଦେଖି ମାସ୍କ ପିନ୍ଧୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ତେବେ ପୁଲିସକୁ ଦେଖି କେବଳ ମଣିଷମାନେ ନୁହନ୍ତି, ପଶୁମାନେ ମଧ୍ୟ ଡରୁଛନ୍ତି, ଯାହା ଭାଇରାଲ ହୋଇଥିବା ମାଙ୍କଡ଼ର ଭିଡିଓରୁ ସ୍ପଷ୍ଟ ଜଣାପଡ଼ିଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ପୁଲିସ ଭୟରେ ମାଙ୍କଡ଼ଟି ମାସ୍କ ପିନ୍ଧୁଥିବା ଦେଖାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଏକ ମାଙ୍କଡକୁ ରାସ୍ତାରେ ବୁଲୁଥିବାର ଦେଖିପାରୁଥିବେ। ଭିଡିଓରେ ମାଙ୍କଡଟି ବିନା ମାସ୍କରେ ରାସ୍ତାରେ ବୁଲୁଥିବାର ଦେଖାଯାଉଛି। ହାତରେ ମାସ୍କ ଧରି ମାଙ୍କଡ଼ଟି ଚାଲିଚାଲି ଆସୁଥିବା ବେଳେ ହଠାତ ପୁଲିସର ସାଇରନ ଶୁଣିବାକୁ ମିଳୁଛି। ପୁଲିସର ସାଇରନ ଶୁଣିବା ମାତ୍ରେ ମାଙ୍କଡ଼ଟି ତୁରନ୍ତ ମାସ୍କଟି ପିନ୍ଧି ରାସ୍ତା କଡ଼କୁ ଚାଲିଆସୁଥିବା ଦେଖାଯାଇଛି। ମାଙ୍କଡ଼ର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ୍ ଭିଡିଓଟି କିଛି ସେକେଣ୍ଡର ହୋଇଥିଲେ ଭିଡିଓ ଲୋକଙ୍କ ମୁହଁରେ ହସ ଆଣିପାରିଛି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩ଲକ୍ଷ ୬୯ହଜାର ଲୋକ  ଲାଇକ୍ କରିଥିବା ବେଳେ ଏହାକୁ ବିଭିନ୍ନ ସୋସିଆଲ ମିଡିଆରେ ପ୍ଲାଟଫର୍ମରେ ମଧ୍ୟ ସେୟାର କରାଯାଇଛି।

The post ପୁଲିସ ଗାଡ଼ିର ସାଇରନ ଶୁଣି ମୁହଁରେ ମାସ୍କ ପିନ୍ଧିଲା ମାଙ୍କଡ଼, ଭାଇରାଲ ଭିଡିଓରେ ଦେଖନ୍ତୁ ସେ ଦୃଶ୍ୟ first appeared on Sambad.

from ବିଶେଷ | Sambad https://ift.tt/3HzwPNq

Post a Comment

0 Comments