ବିବାହ ପାଇଁ ସହର ସାରା ହୋର୍ଡିଂ ଲଗାଇ ସେଥିରେ ଯୁବକ ଲେଖିଛନ୍ତି ଅଜବ କଥା

ନୂଆଦିଲ୍ଲୀ: ଭାରତରେ ଅଧିକାଂଶ ଲୋକଙ୍କ ଆରେଞ୍ଜ ମ୍ୟାରେଜ ହୋଇଥାଏ। ବର୍ତ୍ତମାନ ସମୟରେ ଅନେକ ଲୋକ ପ୍ରେମ ବିବାହ ମଧ୍ୟ କରୁଛନ୍ତି। ଏହି କ୍ରମରେ ଇଂଲଣ୍ଡର ଜଣେ ଯୁବକ ଆରେଞ୍ଜ ମ୍ୟାରେଜରୁ ବର୍ତ୍ତିବା ପାଇଁ ଏମିତି ଏକ କୌଶଳ ଆପଣାଇଛନ୍ତି ଯାହା କି ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଏହି ଯୁବକ ଜଣକ ଆରେଞ୍ଜ ମ୍ୟାରେଜରୁ ବଞ୍ଚିବା ପାଇଁ ସହରରେ ବଡ଼ବଡ଼ ହୋର୍ଡିଂ ଲଗାଇଛନ୍ତି। ଆଉ ଏହି ହୋର୍ଡିଂଗୁଡିକରେ ସେ ଲେଖିଛନ୍ତି, ‘ଦୟାକରି ମୋତେ ଆରେଞ୍ଜ ମ୍ୟାରେଜରୁ ରକ୍ଷା କର।’

ଏହି ହୋର୍ଡିଂ ଦେଖି ଆପଣ ନିଶ୍ଚିତ ଭାବରେ ଭାବୁ ଥାଇ ପାରନ୍ତି ଯେ ଯୁବକଙ୍କର ପରିବାର ସଦସ୍ୟ ତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରୁଛନ୍ତି, ତେଣୁ ସେ ହୋର୍ଡିଂରେ ଏପରି କଥା ଲେଖିଛନ୍ତି । କିନ୍ତୁ କଥା ତାହା ନୁହେଁ। ବାସ୍ତବରେ ଯୁବକ ଜଣକ ବିବାହ କରିବା ପାଇଁ ଏହି ଅନନ୍ୟ ଉପାୟ ଆପଣାଇଛନ୍ତି । ବିବାହ ପାଇଁ ଏହା ଏକ ପ୍ରକାର ବିଜ୍ଞାପନ । ଏହି ବ୍ୟକ୍ତି ଜଣକ ତାଙ୍କ ବିବାହ ବିଜ୍ଞାପନକୁ ସିଧାସଳଖ ହୋର୍ଡିଂରେ ଛପାଇ ବ୍ରିଟେନର ବର୍ମିଂଘମ ସହରର ଅନେକ ସ୍ଥାନରେ ଲଗାାଇ ଦେଇଛନ୍ତି।

ଏହି ଯୁବକଙ୍କର ନାମ ମହମ୍ମଦ ମଲିକ, ବୟସ ୨୯ ବର୍ଷ । ଏହି ବ୍ୟକ୍ତି ତାଙ୍କ ବିବାହ ପାଇଁ ଏକ ୱେବସାଇଟ୍ ମଧ୍ୟ ତିଆରି କରିଛନ୍ତି । ସେ ସୃଷ୍ଟି କରିଥିବା ୱେବସାଇଟର ନାମ ହେଉଛି Findmailkawife.com । ଏଥିରେ ମହମ୍ମଦ ମଲିକଙ୍କ ସମସ୍ତ ସୂଚନା ରହିଛି। ଏହି ୱେବସାଇଟ୍ ମାଧ୍ୟମରେ ବିିବାହ କରିବାକୁ ଯୋଜନା କରୁଥିବା ଯୁବତୀମାନେ ତାଙ୍କ ସହିତ ଯୋଗାଯୋଗ କରିପାରିବେ । ମହମ୍ମଦ ମଲିକ ନିଜର ଫଟୋକୁ ହୋର୍ଡିଂରେ ଲଗାଇ ଜଣେ ଭଲ ଝିଅ ଖୋଜିବାକୁ ନେଇ ଏକ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ମହମ୍ମଦ ମଲିକ ଲଣ୍ଡନରେ ରହୁଥିବା ବେଳେ ବର୍ମିଂଘମକୁ ତାଙ୍କର ଦ୍ୱିତୀୟ ଘର ବୋଲି ବିବେଚନା କରୁଛନ୍ତି।

The post ବିବାହ ପାଇଁ ସହର ସାରା ହୋର୍ଡିଂ ଲଗାଇ ସେଥିରେ ଯୁବକ ଲେଖିଛନ୍ତି ଅଜବ କଥା first appeared on Sambad.

from ବିଶେଷ | Sambad https://ift.tt/3JHtIVy

Post a Comment

0 Comments