ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ରାସ୍ତାରେ ସିଂହୀକୁ କୁଣ୍ଡାଇ ବୁଲୁଛନ୍ତି ଯୁବତୀ

ନୂଆଦିଲ୍ଲୀ: ଆମେ ଅନଲାଇନରେ ଯାହା କିଛି ବି ଦେଖିଥାଏ, ସେ ସବୁ ଉପରେ ବିଶ୍ବାସ କରାଯାଇ ନଥାଏ। ବିଶେଷ ଭାବେ ଅବିଶ୍ବାସନୀୟ ଘଟଣା। ଯେମିତି କି  ଜଣେ ଯୁବତୀ ସିଂହୀକୁ ନେଇ ରାସ୍ତାରେ ଯାଉଛନ୍ତି। ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିଛି ଲୋକ ଏହାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି। କିନ୍ତୁ ଭିଡିଓଟିରେ ଯାହା ଘଟିଛି ତାହା ବାସ୍ତବରେ ଘଟିଥିବା କୁହାଯାଉଛି। ଭିଡିଓରେ ହିଜାବ ପିନ୍ଧିଥିବା ଜଣେ ଯୁବତୀ ରାସ୍ତାରେ ସିଂହୀକୁ କୁଣ୍ଡାଇ ଯାଉଥିବା ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆ ସାଇଟରେ ଏହି ଭିଡିଓ  ଭାଇରାଲ ହେବାରେ ଲାଗିଛି। ଫୁଟେଜଗୁଡିକ ସ୍ପଷ୍ଟ ନ ଥିବାରୁ ଅନେକ ଲୋକ ଏହାର ସତ୍ୟତା ଉପରେ ପ୍ରଶ୍ନ କରିଛନ୍ତି। କିଛି ଲୋକ ଏହି ଭିଡିଓ ଦେଖିବା ପରେ ଏହାକୁ ପରିହାସ ମଧ୍ୟ କରିଥିଲେ | ସୂଚନାନୁସାରେ, ୨୦୨୨ ଜାନୁଆରି ୧ ରେ କୁଏତର ସବହିଆ ଜିଲ୍ଲାର ଏକ କୋଠରୀରୁ ଏହି ଭିଡିଓ କୈଦ କରାଯାଇଥିଲା।

 

କୁଏତର ଖବରକାଗଜ ଅଲ-ଅନବା ଅନୁଯାୟୀ, ଭିଡିଓରେ ଦେଖିବାକୁ ମିଳୁଥିବା ସିଂହୀକୁ ଜଣେ ଯୁବତୀ ଏବଂ ତାଙ୍କ ବାପା ଗୃହପାଳିତ ପଶୁ ଭାବରେ ରଖିଛନ୍ତି। ତେବେ ରାସ୍ତାରେ ଯାଉଥିବା ସିଂହୀଙ୍କୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବତୀଙ୍କୁ ସାହାଯ୍ୟ କରିଥିଲା। ଯାହାପରେ ଜଣାପଡ଼ିଥିଲା କି ଏହି ସିଂହୀର ମାଲିକ ହେଉଛନ୍ତି ସେହି ଯୁବତୀ।

The post ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ରାସ୍ତାରେ ସିଂହୀକୁ କୁଣ୍ଡାଇ ବୁଲୁଛନ୍ତି ଯୁବତୀ first appeared on Sambad.

from ବିଶେଷ | Sambad https://ift.tt/3FXXjYJ

Post a Comment

0 Comments