ଶ୍ରେଶୀଗୃହରେ ପିଲାଙ୍କ ସହ ବସି ଆନନ୍ଦ ମହିନ୍ଦ୍ରା କହିଲେ ଏଭଳି କଥା…

ନୂଆଦିଲ୍ଲୀ: ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି । ଦେଶର ଜଣେ ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରତିଦିନ କିଛିନା କିଛି ଭିଡିଓ କିମ୍ବା ପୋଷ୍ଟ ସେୟାର କରିଥା’ନ୍ତି। ଏହି ଭିଡିଓ ମଧ୍ୟରୁ କିଛି ପୋଷ୍ଟ ମଜାଳିଆ ସହିତ କିଛି ପ୍ରେରଣାଦାୟକ ମଧ୍ୟ ହୋଇଥାଏ। ଆନନ୍ଦ ମହିନ୍ଦ୍ରା ନିଜ ଫ୍ୟାନମାନଙ୍କ ଭିଡିଓକୁ ନିଜ ପେଜରେ ସେୟାର କରିବାକୁ  ବି ଭୁଲନ୍ତି ନାହିଁ। ବୁଧବାର ଆନନ୍ଦ ମହିନ୍ଦ୍ରା ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ଶ୍ରେଣୀଗୃହରେ ପିଲାମାନଙ୍କ ସହ ବସିଥିବାର ନଜର ଆସୁଛନ୍ତି।

ବୁଧବାର ଜାତୀୟ ଯୁବ ଦିବସ ପାଳନ କରିବାକୁ ଯାଇ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏକ ପ୍ରେରଣାଦାୟକ ବାର୍ତ୍ତା ବାଣ୍ଟିଛନ୍ତି। ସେ ବିଶ୍ବ ପାଇଁ ଯୁବା ଦୃଷ୍ଟିକୋଣର ମହତ୍ତ୍ବକୁ ଜୋର ଦେଇଛନ୍ତି।

 

ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ‘ଆଜି ନ୍ୟାସନାଲ୍ ୟୁଥ୍ ଡେ’ରେ ମୁଁ ବିଶ୍ୱାସ କରେ ଯେ ଆମେ କେବଳ ବୟସରେ ବଡ଼ ହେବାକୁ ନେଇ ଉତ୍ସବ ପାଳନ କରୁ, କିନ୍ତୁ ହୃଦୟରୁ ଯୁବକମାନଙ୍କ ପାଇଁ ମଧ୍ୟ ଉତ୍ସବ ପାଳନ କରିବା ଉଚିତ୍। ମୋର ବିଶ୍ୱାସ ଯେ ଆମ ଚାରିପାଖରେ ଥିବା ଦୁନିଆ ପାଇଁ ଏକ ସତେଜ ଯୁବା ଦୃଷ୍ଟିକୋଣ ଜରୁରୀ । କାରଣ ଯେତେବେଳେ ମୁଁ ଛୋଟପିଲାଙ୍କ ସହିତ କ୍ଲାସକୁ ଯାଏ, ମୋ ବ୍ୟାଟେରୀ ସବୁଠାରୁ ଅଧିକ ରିଚାର୍ଜ ହୋଇଥାଏ।

ଏହି ଫଟୋରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଛୋଟ ପିଲାଙ୍କ ସହିତ ଶ୍ରେଣୀଗୃହରେ ବସିଥିବାର ନଜର ଆସୁଛନ୍ତି। କିନ୍ତୁ ଟ୍ୱିଟର ବ୍ୟବହାରକାରୀମାନେ ଲକ୍ଷ୍ୟ କରିଛନ୍ତି ଯେ ଶ୍ରେଣୀଗୃହରେ ଆନନ୍ଦ ମହିନ୍ଦ୍ରା ଶେଷ ବେଞ୍ଚରେ ବସିଛନ୍ତି। ଯେଉଁ କାରଣରୁ ଲୋକମାନେ ତାଙ୍କୁ ‘ବ୍ୟାକବେଞ୍ଚର୍’ ବୋଲି କହିବା ଆରମ୍ଭ କରିଥିଲେ।

ତେବେ ଆନନ୍ଦ ମହିନ୍ଦ୍ରା ବ୍ୟାକବେଞ୍ଚର ବିଷୟକୁ ଏକ ସକାରାତ୍ମକ ଦିଗରେ ନେଇ କହିଛନ୍ତି, ବ୍ୟାକବେଞ୍ଚରମାନେ ସର୍ବଦା ଶ୍ରେଣୀ ଏବଂ ବିଶ୍ବକୁ ଏକ ବ୍ୟାପକ ନଜରରେ ଦେଖିଥାଆନ୍ତି।

 

 

The post ଶ୍ରେଶୀଗୃହରେ ପିଲାଙ୍କ ସହ ବସି ଆନନ୍ଦ ମହିନ୍ଦ୍ରା କହିଲେ ଏଭଳି କଥା… first appeared on Sambad.

from ବିଶେଷ | Sambad https://ift.tt/3qgnh45

Post a Comment

0 Comments