ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିପଦକୁ ଦୃଷ୍ଟିରେ ରଖି ମାସ୍କ ଏବଂ ସାମାଜିକ ଦୂରତା ଭଳି ପଦକ୍ଷେପକୁ ସମଗ୍ର ବିଶ୍ୱରେ ପୁଣି କଡ଼ାକଡ଼ି କରାଯାଇଛି। କରୋନା ସଂକ୍ରମଣକୁ ନେଇ ପୂର୍ବରୁ ଯେମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ସେମିତି ପରିସ୍ଥିତି ସୃଷ୍ଟି ନହେବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ଏଥିପ୍ରତି ସରକାର କଠୋର ହୋଇଥିବା ବେଳେ କିଛି ଲୋକେ କିନ୍ତୁ ଅବହେଳା କରୁଥିବା ଦେଖିବାକୁ ମିଳୁଛି। ନିକଟରେ ଅଷ୍ଟ୍ରେଲିଆର ଜଣେ ମହିଳା ଜାଣିଶୁଣି କୋଭିଡ ସଂକ୍ରମିତ ହେବାକୁ ଚେଷ୍ଟା କରିଥିବା ଘଟଣା ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଅଷ୍ଟ୍ରେଲିଆର ବାସିନ୍ଦା ମ୍ୟାଡି ସ୍ମାର୍ଟ କିଛି ଦିନ ମଧ୍ୟରେ ବିବାହ କରିବାକୁ ଯାଉଛନ୍ତି ଏବଂ ସେ ଏହା ପୂର୍ବରୁ କରୋନା ସଂକ୍ରମିତ ହେବାକୁ ଚାହୁଁଛନ୍ତି। ଏଥିପାଇଁ ସେ କ୍ଲବକୁ ଯାଉଛନ୍ତି ଏବଂ ଲୋକଙ୍କୁ ଜାଣିବୁଝି ଆଲିଙ୍ଗନ କରୁଛନ୍ତି। ଏବଂ ସେମାନଙ୍କ ସହ ଡ୍ରିଙ୍ଗ ବି ସେୟାର କରୁଛନ୍ତି।
ମ୍ୟାଡି ସ୍ମାର୍ଟ ଟିକଟକରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ମେଲବର୍ଣ୍ଣର ଏକ ନାଇଟ୍ କ୍ଲବରେ କରୋନା ସଂକ୍ରମିତ ହେବାପାଇଁ ମହିଳା ଓ ପୁରୁଷଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି।
ଏହି ଘଟଣାକୁ ନେଇ ମ୍ୟାଡି କହନ୍ତି, ଯଦି ସେ ବିବାହ ପୂର୍ବରୁ ଥରେ କରୋନା ସଂକ୍ରମିତ ହୁଅନ୍ତି, ତେବେ ଅନ୍ତତଃପକ୍ଷେ ବିବାହ ସମୟରେ ସେ ପୁନର୍ବାର ସଂକ୍ରମିତ ହେବେ ନାହିଁ ଏବଂ ଅସୁସ୍ଥତା ହେତୁ ତାଙ୍କ ବିବାହ ବନ୍ଦ ହେବ ନାହିଁ । ଟିକଟକରେ ସେୟାର ହୋଇଥିବା ୧୫ ସେକେଣ୍ଡର ଏହି ଭିଡିଓର ଟାଇଟଲ୍ ହେଉଛି, ‘କ୍ୟାଚ୍ କୋଭିଡ ନଟ ଫିଲିଂ|’
The post ଏହି କାରଣରୁ ବିବାହ ପୂର୍ବରୁ ଜାଣିବୁଝି କରୋନା ପିଜିଟିଭ ହେବାକୁ ଚାହୁଁଥିଲେ ମହିଳା first appeared on Sambad.from ବିଶେଷ | Sambad https://ift.tt/3GnN5kz
0 Comments