ନୂଆଦିଲ୍ଲୀ: ପହଁରା ସାରି ଆସିବା ପରେ କାନରୁ ଆସିଲ ଅଜବ ଶବ୍ଦ। ଡାକ୍ତରଙ୍କୁ ଦେଖାଇବା ପରେ ସାମ୍ନାକୁ ଆସିଲା ଅସଲ କାରଣ। ପହଁରା ସାରି ଫେରିବା ପରେ ହଠାତ୍ ଜଣେ ବ୍ୟକ୍ତି କାନରେ ଯନ୍ତ୍ରଣା ଅନୁଭବ କରିଥିଲେ। ପ୍ରଥମେ ସେ ଏହାକୁ ସାଧାରଣ ଯନ୍ତ୍ରଣା ଭାବି ଅଣଦେଖା କରିଥିଲେ ବି ପରେ ଏହା ସମୟ ସହ ବଢ଼ିବାକୁ ଲାଗିଥିଲା। ଧିରେ ଧିରେ ଅବସ୍ଥା ଖରାପ ହେବାରୁ ସେ ଡାକ୍ତରଖାନାରେ ପହଞ୍ଚିଥିଲେ। ସମସ୍ୟା ବିଷୟରେ ଶୁଣି ଯେତେବେଳେ ଡାକ୍ତର ତାଙ୍କର ପରୀକ୍ଷା କଲେ, ସେତେବେଳେ ଭିତରେ ଥିବା ଜିନିଷ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ପରୀକ୍ଷା ପରେ କାନ ଭିତରେ ଅସରପା ଥିବା ଜଣାପଡ଼ିଥିଲା।
ସୂଚନା ମୁତାବକ, ଘଟଣାଟି ଘଟିଛି ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ। ଏଠାରେ ରହୁଥିବା ଜାନ ୱେଡିଂ ନାମକ ଜଣେ ବ୍ୟକ୍ତି ପହଁରିବା ସାରି ଘରକୁ ଫେବା ପରେ ପରଦିନ ତାଙ୍କ କାନ ଭିତରେ କିଛି ଗୋଟେ ଚାଲୁଥିବାର ଅନୁଭବ କଲେ। ଧୀରେ ଧୀରେ ଏହା ଯନ୍ତ୍ରଣାରେ ପରିଣତ ହେଲା ଏବଂ କାନକୁ ଶୁଭିବା ବନ୍ଦ ହୋଇଗଲା। ଏହା ପରେ ଜୈନ ଡାକ୍ତରଙ୍କ ପାଖକୁ ଯିବା ପରେ ସେ ତାଙ୍କୁ କିଛି ଆଣ୍ଟିବାୟୋଟିକ୍ ନେବାକୁ ଏବଂ କାନ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ପହଁରିବା ସମୟରେ ତାଙ୍କ କାନ ଭିତରେ ପାଣି ପଶିଥିବା ଭାବି ଡାକ୍ତର ଏଭଳି ପରାମର୍ଶ ଦେଇଥିଲେ। ହେଲେ ଦୁଇ ଦିନ ବିତିଗଲା ପରେ ବି ଜୈନଙ୍କ ଯନ୍ତ୍ରଣା କମ ନହେବାରୁ ସେ ପୁଣି ଥରେ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ। ଡାକ୍ତର ପରୀକ୍ଷା କରିବା ପରେ କାନ ଭିତରେ ମୃତ ଅସରପା ଥିବା ଜାଣିବାକୁ ପାଇଥିଲେ। ଏହା ପରେ ଅସରପାକୁ ବାହାରକୁ କଢ଼ାଯାଇଥିଲେ।
The post ପହଁରା ସାରିବା ପରେ କାନରୁ ଆସିଲା ଅଜବ ଶବ୍ଦ, ଡାକ୍ତରଙ୍କୁ ଦେଖାଇବା ପରେ ସାମ୍ନାକୁ ଆସିଲା ଅସଲ କାରଣ first appeared on Sambad.from ବିଶେଷ | Sambad https://ift.tt/3I0BsjL
0 Comments