ଗରିବ ଲୋକ ଜଣକ କିପରି ଖୁସିରେ ଦୁଇକୁକୁରଙ୍କ ଜନ୍ମଦିନ ପାଳନ କରୁଛନ୍ତି ଦେଖନ୍ତୁ

ନୂଆଦିଲ୍ଲୀ: କୁକୁର ମଣିଷର ଜଣେ ବିଶ୍ବାସଯୋଗ୍ୟ ବନ୍ଧୁବୋଲି ସମସ୍ତେ ଜାଣିଛନ୍ତି। କୁକୁର ଓ ମଣିଷ ମଧ୍ୟରେ ସ୍ନେହଭରା ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥାଏ। ନିକଟରେ ଏଭଳି ଏକ ଭିଡିଓ ପୁଣି ସାମ୍ନାକୁ ଆସିଛି। ଏଥିରେ ମଣିଷ ଓ କୁକୁର ମଧ୍ୟରେ ଥିବା ହୃଦୟସ୍ପର୍ଶୀ ସମ୍ପର୍କ ଦେଖିବାକୁ ମିଳୁଛି।

କଲମ୍ବିଆର ଜଣେ ଗରିବ ବ୍ୟକ୍ତି, ଯାହାଙ୍କ ପାଖରେ ରହିବାକୁ ବାସ ଅଛି ନା ପିନ୍ଧିବାକୁ ଭଲ ପୋଷାକ ଖଣ୍ଡେ ଅଛି। ଏମିତି କି ମାଗିଯାଚି ସେ ନିଜର ପେଟର ଭୋକ ମେଣ୍ଟାଇ ଥାଆନ୍ତି। ଉକ୍ତ ବ୍ୟକ୍ତି ଜଣକ ବାରବୁଲା ଦୁଇକୁକୁରଙ୍କ ଜନ୍ମଦିନ ପାଳନ କରି ଖୁସି ହେଉଥିବା ଦେଖିବାକୁ ମିଳିଛି। ଏହାର ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ @roteloperiodismo ଦ୍ୱାରା ପୋଷ୍ଟ କରାଯାଇଛି । କ୍ୟାପସନରୁ ଜଣାପଡିଛି ଯେ ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛି ଜୋସ୍ ଲୁଇସ୍ ମାଟୋସ୍। ଯାହାଙ୍କୁ ଚୋକୋ ବୋଲି ବି ଅଧିକାଂଶ ଲୋକ ଡାକି ଥାଆନ୍ତି।‌ ଚୋକୋ ଅଧିକାଂଶ ସମୟ କୁକୁରମାନଙ୍କ ସହିତ ବିତାଇଥାଆନ୍ତି।

 

ଭାଇରାଲ ହୋଇଥିବା ଭିଡିଓରେ ଚୋକୋ ‌ଦୁଇ କୁକୁରଙ୍କୁ ଜନ୍ମଦିନର ଟୋପି ପିନ୍ଧାଉଥିବା ଦେଖିବାକୁ ମିଳିଛି।  ଏହାପରେ ସେ  ଏକ ଛୋଟ ଜନ୍ମଦିନର କେକେ ବାହାର କରି କିଛି ମହମବତୀ ଲଗାଉଛନ୍ତି। ଏହାକୁ ଆଲୋକିତ କରି ଜନ୍ମଦିନର ଗୀତ ଗାଇ କୁକୁର ଦୁଇଜଣଙ୍କୁ କେକ ଖାଇବାକୁ ଦେଇ ଖୁସି ହେଉଛନ୍ତି।

ଏହି ଭିଡିଓକୁ ଦେଖିବା ପରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, ‘ କୁକୁର ମଣିଷର ସର୍ବୋତ୍ତମ ବନ୍ଧୁ … ମଣିଷ ଅପେକ୍ଷା ଅଧିକ ବିଶ୍ୱସ୍ତ |

The post ଗରିବ ଲୋକ ଜଣକ କିପରି ଖୁସିରେ ଦୁଇକୁକୁରଙ୍କ ଜନ୍ମଦିନ ପାଳନ କରୁଛନ୍ତି ଦେଖନ୍ତୁ first appeared on Sambad.

from ବିଶେଷ | Sambad https://ift.tt/3fiDdMX

Post a Comment

0 Comments