ଏଣିକି ଖାଦ୍ୟ ଡେଲିଭର କରିବ ଡ୍ରୋନ୍, ତାଲିକାରେ ଅଛିକି ଭୁବନେଶ୍ୱରର ନାଁ?

ନୂଆଦିଲ୍ଲୀ: ଏଣିକି ଅନଲାଇନ୍ ସାଇଟ୍ ସ୍ୱିଗି, ଜୋମାଟୋ ଏବଂ ଅନ୍ୟ ସାଇଟରୁ ଖାଇବା ଅଡର କଲେ ପାର୍ସଲ ନେଇ ଘରେ ପହଞ୍ଚିବ ଡ୍ରୋନ୍ । ଏବେ କୌଣସି ଡେଲିଭରି ବଏ ଅର୍ଡର ପାର୍ସଲ ନେଇ ଆସିବେ ନାହିଁ । ଡ୍ରୋନ୍ ଦ୍ୱାରା ଘରକୁ ଖାଇବା ପଠାଯିବ । ଏହି ସୁବିଧା ପ୍ରଥମେ ୫ଟି ସହରରେ ଆରମ୍ଭ ହୋଇଛି । ସୂଚାରୁ ରୂପେ ଡ୍ରୋନ୍ ସେବା ଚାଲିଲେ ଆଗକୁ ଅନ୍ୟ ସହରମାନଙ୍କରେ ଏହି ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସହରରେ ଏହି ସେବା ଆରମ୍ଭ ହେବାକୁ ଯାଉଛି, କେତେ ଡ୍ରୋନ୍ ଏଥିପାଇଁ ରଖାଯାଇଛି ଏବଂ ଏହା ବାବଦରେ ପୂରା ତଥ୍ୟ ।

ଜିପ୍ ଇଲେକ୍ଟ୍ରିକ୍ ନାମକ କମ୍ପାନି ଟିଏସଏଡବ୍ଲୁ ସହ ହାତ ମିଳାଇ ଏହି ଡ୍ରୋନ୍ ସେବା ଆଣିବାକୁ ଯାଉଛନ୍ତି ଖାଦ୍ୟ ଡେଲିଭରି କମ୍ପାନି । ଯେଉଁ କମ୍ପାନିଗୁଡିକ ଇଲେକ୍ଟ୍ରିକ୍ ବାଇକ୍ ସାହାଯ୍ୟରେ ପାର୍ସଲ ଦେଉଥିଲେ, ସେହି କମ୍ପାନିଗୁଡିକ ଏବେ ଡ୍ରୋନ୍ ବ୍ୟବହାର କରିବେ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୦ ଡ୍ରୋନ୍ ଡେଲିଭରି ପାଇଁ ପ୍ରସ୍ତୁତ ରହିଛନ୍ତି । ଏହି ଡ୍ରୋନ୍ ସେବା ଏବେ ଦିଲ୍ଲୀ-ଏନସିଆର, ବେଙ୍ଗାଲୁରୁ, ହାଇଦ୍ରାବାଦ୍, ମୁମ୍ବାଇ ଏବଂ ପୁଣେରେ ଡେଲିଭରି କରିବେ । ଏବେ ଆସନ୍ତୁ ଜାଣିବା ଡେଲିଭରି କରୁଥିବା ଡ୍ରୋନ୍ ସମ୍ପର୍କରେ ।
ଟିଏସଏଡବ୍ଲୁ କମ୍ପାନି ଡେଲିଭରି କରିପାରିବା ଭଳି ଡ୍ରୋନକୁ ତିଆରି କରିଥାଏ । କମ୍ପାନି ପୂର୍ବରୁ ଅନେକ ଡ୍ରୋନ୍ ତିଆରି କରିସାରିଛି, ଯେଉଁଗୁଡିକ କେବଳ ଡେଲିଭରି ପାଇଁ ତିଆରି କରାଯାଇଛି । ଏହାର ଦୁଇଟି ମଡେଲ ରହିଛି । ଗୋଟିଏ ହେଉଛି ‘ମାରୁତି ୨.୦’ । ଏହାର ରେଂଜ ରହିଛି ୪୦ କିଲୋମିଟର । ୪୦ କିଲୋମିଟ ଭିତରେ ଯେଉଁସବୁ ଡେଲିଭରି ହେବାର ଥିବ ସେହି ସମୟରେ ଏହି ଡ୍ରୋନକୁ ବ୍ୟବହାର କରାଯିବ । ଅନ୍ୟଟି ହେଉଛି ‘ଆଧାରନା’ । ଏହାର ରେଂଜ ରହିଛି ୧୧୦ କିମି । ଏହି ଦୁଇଟି ମଡେଲ୍ ୫କିଲୋ ପର୍ଯ୍ୟନ୍ତ ଓଜନର ସାମଗ୍ରୀ ଉଠାଇ ଅତି ସହଜରେ ଡେଲିଭରି କରିପାରିବେ ।

ସବୁଠୁ ବଡକଥା ହେଉଛି, ଏହି ଡ୍ରୋନରେ ସ୍ମାର୍ଟ ଲକର ଲଗାଯାଇଛି । ଡେଲିଭରି କରିବାକୁ ଗଲାବେଳେ ଅଡର କରିଥିବା ବ୍ୟକ୍ତି ପାଖକୁ ଏକ ଓଟିପି ପଠାଯିବ । ସେହି ଓଟିପିକୁ ସ୍ମାର୍ଟ ଲକରରେ ଦେଇ ଖୋଲିପାରିବେ ।

The post ଏଣିକି ଖାଦ୍ୟ ଡେଲିଭର କରିବ ଡ୍ରୋନ୍, ତାଲିକାରେ ଅଛିକି ଭୁବନେଶ୍ୱରର ନାଁ? first appeared on Sambad.

from ବିଶେଷ | Sambad https://ift.tt/3thitgL

Post a Comment

0 Comments