ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ କେତେ କୋଟି ଟଙ୍କା ନିଅନ୍ତି ବିରାଟ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଚର୍ଚ୍ଚିତ ଅଧିନାୟକ ବିରାଟ କୋହଲି ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଯାହା ବି ପୋଷ୍ଟ କରନ୍ତି ପ୍ରଶଂସକ ସଙ୍ଗେ ସଙ୍ଗେ ତା’ ଉପରେ ‘ଲାଇକ୍’ର ବର୍ଷା କରିଦିଅନ୍ତି। ହେଲେ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଏଭଳି ଗୋଟିଏ ପୋଷ୍ଟରୁ କୋହଲି ଯେତେ ଟଙ୍କା ରୋଜଗାର କରନ୍ତି, ତାହା ଅନେକ ସେଲିବ୍ରିଟିଙ୍କ ବାର୍ଷିକ ରୋଜଗାରଠାରୁ ବି ଅଧିକ। ଯଦି ଇନ୍‌ଷ୍ଟାଗ୍ରାମ ପୋଷ୍ଟ କଥା ପଡ଼େ, ତାହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମର ମାତ୍ର ଗୋଟିଏ ପୋଷ୍ଟ ଲାଗି କୋହଲି ରୋଜଗାର କରନ୍ତି ୬, ୮୦, ୦୦୦ ଡଲାର ବା ପାଖାପାଖି ୫ କୋଟି ଟଙ୍କା। ସେଥିପାଇଁ ଇନ୍‌ଷ୍ଟାଗ୍ରାମ ଧନୀ ତାଲିକାରେ ସେ ହେଉଛନ୍ତି ଭାରତର ଏକନମ୍ବର ତାରକା। ଏହାର କାରଣ ହେଉଛି କେବଳ ଇନ୍‌ଷ୍ଟାଗ୍ରାମରେ କୋହଲିଙ୍କୁ ୧୭୮ ମିଲିୟନ ଲୋକ ଫଲୋ କରନ୍ତି।

Priyanka Chopra charges Rs 3 crore for one Instagram post, whereas Virat Kohli demands Rs 5 crore - Masala
Masala

ଭାରତୀୟ ସେଲିବ୍ରିଟି ଭାବେ ତାଙ୍କ ସହ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବି ବିଶ୍ବର ଶ୍ରେଷ୍ଠ ୫୦ ଇନ୍‌ଷ୍ଟାଗ୍ରାମ ଧନୀ ତାଲିକାରେ ରହିଛନ୍ତି। ପ୍ରତିଟି ପୋଷ୍ଟ ପାଇଁ ସେ ୪, ୦୩, ୦୦୦ ଡଲାର ବା ପାଖାପାଖି ୩ କୋଟି ଟଙ୍କା ନିଅନ୍ତି। ଏହି ନିଆରା ତାଲିକାର ୨୭ତମ ସ୍ଥାନରେ ରହିଛନ୍ତି ପ୍ରିୟଙ୍କା। ପର୍ତ୍ତୁଗାଲର ମହାନ ଫୁଟ୍‌ବଲ୍ ତାରକା କ୍ରିଷ୍ଟିଆନୋ ରୋନାଲଡୋ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ପ୍ରତିଟି ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଲାଗି ସେ ପାଖାପାଖି ୧୧ କୋଟି ଟଙ୍କା ରୋଜଗାର କରନ୍ତି। କୋହଲି, ପ୍ରିୟଙ୍କା ଓ ରୋନାଲ୍‌ଡୋ ବିଭିନ୍ନ କମ୍ପାନିର ପ୍ରଚାର ପ୍ରସାରର ଭିଡିଓ, ଫଟୋ ଏବଂ ଅନ୍ୟାନ୍ୟ ବିଜ୍ଞାପନ ପୋଷ୍ଟ କରି ଏଭଳି ଆଖି ଖୋସି ହୋଇଗଲା ଭଳି ଅର୍ଥ ରୋଜଗାର କରୁଛନ୍ତି। କୋହଲି ମଧ୍ୟ ୨୦୨୧ରେ ୟାହୁର ସର୍ବାଧିକ ସର୍ଚ୍ଚଡ କ୍ରୀଡ଼ା ତାରକା ହୋଇସାରିଛନ୍ତି। ସେପ୍ଟେମ୍ବର ୨୦୨୧ରେ ପ୍ରଥମ ଭାରତୀୟ ଭାବେ ଇନ୍‌ଷ୍ଟାଗ୍ରାମରେ ୧୫ କୋଟି ଅନୁଗାମୀଙ୍କ ମାଇଲଖୁଣ୍ଟ ଛୁଇଁଥିଲେ ସେ।

The post ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ କେତେ କୋଟି ଟଙ୍କା ନିଅନ୍ତି ବିରାଟ? first appeared on Sambad.

from ବିଶେଷ | Sambad https://ift.tt/3FcHxbh

Post a Comment

0 Comments