ମାଙ୍କଡ ପଲ ମାରିଦେଲେ ୨୫୦ଟି କୁକୁର ଛୁଆ, ପ୍ରତିଶୋଧର ରକ୍ତିମ କାହାଣୀ

ମୁମ୍ବାଇ: ପ୍ରତିଶୋଧର ନିଆଁ କେତେ ଭୟାନକ ହୋଇପାରେ ? ଜୀବନ ବଦଳରେ ଜୀବନ କେମିତି ନିଆଯାଇପାରେ ? ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ମାଙ୍କଡମାନଙ୍କ ପ୍ରତିଶୋଧର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗତ ମାସରେ ଏଠାରେ କୁକୁରମାନେ ଏକ ମାଙ୍କଡ଼ ଛୁଆକୁ ଝୁଣି ଝୁଣି ମାରିଦେଇଥିଲେ | ଆଉ ଏହା ପରେ ମାଙ୍କଡମାନେ ପ୍ରତିଶୋଧ ନେବା ପାଇଁ ଗତ ୧ ମାସ ମଧ୍ୟରେ ୨୫୦ଟି କୁକୁର ଛୁଆକୁ ମାରିସାରିଲେଣି | ତେବେ କେବଳ ଏତିକି ନୁହେଁ ଏବେ ମାଙ୍କଡ ପଲ ମଣିଷ ଛୁଆଙ୍କୁ ଆକ୍ରମଣ କରୁଛନ୍ତି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି |

ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ମଜଲଗାଓଁରେ ଏଭଳି ଘଟଣା ଦେଖିବାକୁ ମିଳିଛି | ପ୍ରାୟ ପାଞ୍ଚ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ବର୍ତ୍ତମାନ କୌଣସି ବି କୁକୁର ଛୁଆ ଦେଖିବାକୁ ମିଳୁନାହାନ୍ତି | ଗ୍ରାମବାସୀମାନେ ମଧ୍ୟ ମାଙ୍କଡମାନଙ୍କୁ ଧରିବା ପାଇଁ ବନ ବିଭାଗ ନିକଟକୁ ଯାଇଥିଲେ। ବନ ବିଭାଗର କର୍ମଚାରୀମାନେ ଆସିଥିଲେ ବି ମାଙ୍କଡ଼ଙ୍କୁ ଧରିବାରେ ବିଫଳ ହୋଇଥିଲେ | ଗ୍ରାମବାସୀମାନେ କହିଛନ୍ତି ଯେ ପ୍ରତିଶୋଧ ନେବା ପାଇଁ ମାଙ୍କଡମାନେ ଏହା କରୁଛନ୍ତି।

କୁକୁରମାନେ ଏକ ମାଙ୍କଡ ଛୁଆକୁ ମାରିଦେଇଥିଲେ | ଏହା ପରେ ମାଙ୍କଡମାନେ କୁକୁରମାନଙ୍କର ଛୁଆମାନଙ୍କୁ ଖୋଜି ଖୋଜି ମାରିବା ଆରମ୍ଭ କରିଥିଲେ | ମାଙ୍କଡମାନେ କୁକୁର ଛୁଆମାନଙ୍କୁ ଉଚ୍ଚ କୋଠା କିମ୍ବା ଗଛକୁ ନେଇ ସେଠାରୁ ଫୋପାଡି ଦେଉଥିବାର ଗ୍ରାମବାସୀ କହିଛନ୍ତି | ଏବେ ମାଙ୍କଡମାନଙ୍କୁ ଧରିବା ପାଇଁ ବନ ବିଭାଗ ଛାନଭିନ ଚଳାଇଛି |

The post ମାଙ୍କଡ ପଲ ମାରିଦେଲେ ୨୫୦ଟି କୁକୁର ଛୁଆ, ପ୍ରତିଶୋଧର ରକ୍ତିମ କାହାଣୀ first appeared on Sambad.

from ବିଶେଷ | Sambad https://ift.tt/3J39mFM

Post a Comment

0 Comments