ଆଇଏଏସ ଅଫିସର ତପସ୍ୟା କହିଲେ, ‘ମୁଁ ଦାନ କରିବା ଭଳି ଜିନିଷ ନୁହେଁ ଯେ ମୋତେ ଦାନ କରିବ’

ନରସିଂହପୁର: ୟୁପିଏସସି ପରୀକ୍ଷାରେ ୨୩ତମ ସ୍ଥାନ ହାସଲ କରିଥିବା ଆଇଏଏସ ଅଫିସର ତପସ୍ୟା ପରିହାରଙ୍କ ବିବାହକୁ ନେଇ ଚର୍ଚ୍ଚା ଚୋର ଧରିଛି। ତପସ୍ୟା ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲା ଜୋବା ଗାଁର ବାସିନ୍ଦା। ସେ ନିଜ ବିବାହରେ କନ୍ୟାଦାନ କରିବାକୁ ତପସ୍ୟା ତାଙ୍କ ବାପାଙ୍କୁ ମନା କରି ଦେଇଥିଲେ।

ତପସ୍ୟା ତାଙ୍କ ବାପାଙ୍କୁ କହିଥିଲେ କି, ‘ମୁଁ ଦାନ କରିବା ଭଳି ଜିନିଷ ନୁହେଁ ଯେ ତମେ ମୋତେ ଦାନ କରିବ । ବରଂ ମୁଁ ତୁମ ଝିଅ ।’

ତପସ୍ୟା କୁହନ୍ତି ପିଲାବେଳୁ କନ୍ୟାଦାନ କରାଯିବା ପ୍ରଥାକୁ ମୁଁ ବିରୋଧ କରୁଥିଲେ । ଏହାକୁ ବିରୋଧ କରିବାର ମୋର ଯୋଜନା ବି ଥିଲା । ତେବେ ମୋର ଏହି ଇଚ୍ଛାକୁ ମୁଁ ପରିବାର ଲୋକଙ୍କୁ ଜଣାଇଥିଲି । ଆଉ ପରିବାର ଲୋକ ବି ମୋତେ ସହଯୋଗ କରିଥିଲେ । ବାପା ମଧ୍ୟ ଝିଅର ଇଚ୍ଛାକୁ ସମ୍ମାନ ଜଣାଇ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ବିବାହ କରିଥିଲେ । ହେଲେ କନ୍ୟାଦାନ ହୋଇ ନଥିଲା ।

The post ଆଇଏଏସ ଅଫିସର ତପସ୍ୟା କହିଲେ, ‘ମୁଁ ଦାନ କରିବା ଭଳି ଜିନିଷ ନୁହେଁ ଯେ ମୋତେ ଦାନ କରିବ’ first appeared on Sambad.

from ବିଶେଷ | Sambad https://ift.tt/32d7HwO

Post a Comment

0 Comments