
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି ଏବଂ ଭାଇରାଲ ହେଉଛି। ଯେଉଁଥିରେ ସାପ ନିଜକୁ ଗିଳି ଦେଉଥିବାର ଦେଖିବାକୁ ମିଳୁଛି। ଏହା ଏମିତି ଜଣେ ବ୍ୟକ୍ତିଙ୍କ ଦ୍ବାରା ରେକର୍ଡ କରାଯାଇଥିଲା, ଯାହାଙ୍କ ପାଖରେ କିଙ୍ଗ ସ୍ନେକ ରହିଥିଲା।
ଯେତେବେଳେ ସାପଟି ନିଜକୁ ଗିଳିବାକୁ ଚେଷ୍ଟା କରିଥିଲା, ଆଉ ପ୍ରାୟ ପୁରା ଶରୀରକୁ ଗିଳି ଦେଉଥିଲା। ମାଲିକ ରବି କ୍ଲାର୍କ ଭେନିଟାକ୍ସ ସାପକୁ ଅଟକାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସବୁ ଚେଷ୍ଟା ବିଫଳ ହେବା ପରେ ସେ ଏକ ଅଦ୍ଭୁତ କୌଶଳ ଆପଣାଇଥିଲେ। ଯାହା କି କାମ ବି ଦେଇଥିଲା।
କିଙ୍ଗସ୍ନେକର ମାଲିକ ସାପ ଶରୀରରେ କିଛି ହ୍ୟାଣ୍ଡ ସାନିଟାଇଜର ଲଗାଇ ଦେଇଥିଲେ। ସାପକୁ ହ୍ୟାଣ୍ଡ ସାନିଟାଇଜର ସ୍ବାଦ ପସନ୍ଦ ନୁହେଁ। ତେଣୁ ସେ ଗିଳିଥିବା ଶରୀରକୁ ଓଗାଳି ପକାଇଥିଲା।
ତେବେ କିଙ୍ଗସ୍ନେକ ନିଜ ଶରୀରକୁ ଗିଳି ଦେବା ଘଟଣା ଅନେକ ଥର ଦେଖିବାକୁ ମିଳିଛି। କୁହାଯାଉଛି କିଙ୍ଗସ୍ନେକ ଭୋକିଲା ଥିଲେ, ନଚେତ ତାପମାତ୍ରା ଅଧିକ ହେଲେ ସେ ନିଜ ଶରୀରକୁ ଗଳି ଦେଇଥାଏ।
The post ନିଜକୁ ଗିଳି ପକାଉଛି ସାପ: ଭିଡିଓ ଦେଖନ୍ତୁ first appeared on Sambad.
from ବିଶେଷ | Sambad https://ift.tt/3pm2aNc
0 Comments