ଜିପକୁ କିକ ମାରି ଷ୍ଟାର୍ଟ କରୁଥିବା ବ୍ୟକ୍ତିଙ୍କୁ ବୋ‌ଲେରା ଉପହାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ। ସେ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରତିଦିନ କିଛି ନା କିଛି ଭିଡିଓ ପୋଷ୍ଟ ସେୟାର କରିଥା’ନ୍ତି । ଏହା ପ୍ରେରଣାଦାୟକ ହେଉ ଅବା ମଜାଳିଆ

ଗତ ମଙ୍ଗଳବାର ଦିନ ସେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି ଜିପକୁ କିକ୍-ମାରି ଷ୍ଟାର୍ଟ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଆନନ୍ଦ ମହିନ୍ଦ୍ରା ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ମହାରାଷ୍ଟ୍ର ଦେବରାଷ୍ଟ୍ର ଗାଁର ଦତ୍ତାତ୍ରୟ ଲୋହାର ଓ ତାଙ୍କ ପୁଅ ମିଳିତ ଉଦ୍ୟମରେ ଯୋଗାଡରେ ଏକ ଜିପ ତିଆରିଛନ୍ତି। ତାଙ୍କର ଏହି ଜିପଟି ମୋଟର ସାଇକେଲ ଭଳି କିକରେ ଷ୍ଟାର୍ଟ ହେଉଛି। ଏହି ଯୋଗାଡ ଲାଗି ଦତ୍ତାତ୍ରୟ ମୋଟ ୬୦ ହଜାର ଟଙ୍କା ବ୍ୟୟ କରିଛନ୍ତି। ସ୍କ୍ରାପ ମେଟାଲ ଓ ପୂରଣା ଯନ୍ତ୍ରପାତି ଯୋଗାଡ କରି ସେ ଜିପର ଏକ ଅବିକଳ ନକଲ କରିଛନ୍ତି ଓ ତାକୁ ସେ ଜିପ୍ ଭଳି ଚଲାଇ ରାସ୍ତାରେ ଯାଉଛନ୍ତି ।

 

ଦତ୍ତାତ୍ରୟ ଲୋହାରଙ୍କ ଏହି ଯୋଗାଡ଼ ଆନନ୍ଦ ମହିନ୍ଦ୍ରାଙ୍କୁ ବେଶ୍ ଆକର୍ଷିତ କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଯୋଗାଡ଼ରେ ପ୍ରଭାବିତ ହୋଇ ଆନନ୍ଦ ମହିନ୍ଦ୍ରା ତାଙ୍କୁ ଏକ ନୂଆ ବୋଲେରୋର ଅଫର ଦେଇଛନ୍ତି।

ଆନନ୍ଦ ମହିନ୍ଦ୍ରା ତାଙ୍କ ନୂତନ ଟ୍ୱିଟରେ ଲେଖିଛନ୍ତି, ‘ସ୍ଥାନୀୟ କର୍ତ୍ତୃପକ୍ଷ ଶୀଘ୍ର ନଚେତ ପରେ  ରାସ୍ତାରେ ଏହି ଗାଡ଼ି ଚଳାଇବାକୁ ବନ୍ଦ କରିଦେବେ। କାରଣ ଏହା ନିୟମକୁ ଉଲଘନ୍ନ କରୁଛି। ମୁଁ ବ୍ୟକ୍ତିଗତ ଭାବରେ ତାଙ୍କୁ ପ୍ରତିବଦଳରେ ବୋଲେରୋ ପ୍ରଦାନ କରିବି। ଲୋହାରଙ୍କ ନୂଆ ଉଦଭାବନକୁ ରିସର୍ଚ୍ଚ ଭେଲିରେ ପ୍ରଦର୍ଶନୀରେ ରଖାଯିବ।’

The post ଜିପକୁ କିକ ମାରି ଷ୍ଟାର୍ଟ କରୁଥିବା ବ୍ୟକ୍ତିଙ୍କୁ ବୋ‌ଲେରା ଉପହାର ଦେବେ ଆନନ୍ଦ ମହିନ୍ଦ୍ରା first appeared on Sambad.

from ବିଶେଷ | Sambad https://ift.tt/3mv6o3n

Post a Comment

0 Comments