ନୂଆଦିଲ୍ଲୀ: କୋଟିପତି ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ। ହେଲେ କୋଟିପତି ହେବା ପାଇଁ ଲୋକଙ୍କୁ ଦିନରାତି ପରିଶ୍ରମ କରିବାକୁ ପଡ଼ିଥାଏ। ଅନେକ କଷ୍ଟ କରିବା ସହ ଅନେକ ଇଚ୍ଛା ମାରିବା ପରେ ଜଣେ ଯାଇ କୋଟିପତି ହୋଇଥାଏ। ହେଲେ ଜଣେ ଆମ୍ବୁଲାନ୍ସ ଚାଳକ ମାତ୍ର ୨୭୦ଟଙ୍କା ଖର୍ଚ୍ଚ କରି କୋଟିପତି ହୋଇଥିବା ଜଣାପଡ଼ିଛି।
ପଶ୍ଚିମବଙ୍ଗରେ ୨୭୦ଟଙ୍କା ଦେଇ କିଣିଥିବା ଲଟେରୀ ଦ୍ବାରା ଆମ୍ବୁଲାନ୍ସ ଚାଳକ କୋଟିପତି ହୋଇପାରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ରହୁଥିବା ଶେଖ ହିରା ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଅଟନ୍ତି। କିଛି ଦିନ ତଳେ ଶେଖ କାମକୁ ଯିବା ପୂର୍ବରୁ ସକାଳୁ ଉଠିବା ପରେ ଏକ ଦୋକାନକୁ ଯାଇ ୨୭୦ ଟଙ୍କାରେ ଲଟେରୀ ଟିକେଟ କିଣିଥିଲେ। ହେଲେ ସେହି ୨୭୦ଟଙ୍କାର ଟିକେଟ ତାଙ୍କର ଭାଗ୍ୟ ବଦଳାଇଦେବ ବୋଲି ତାଙ୍କୁ ଜଣାନଥିଲା। ଲଟେରୀ ଟିକେଟ କିଣି କାମକୁ ଯିବାର କିଛି ସମୟ ପରେ ତାଙ୍କୁ ଏକ ଫୋନ ଆସିଥିଲା। ଫୋନର ଆରପଟେ ଥିବା ବ୍ୟକ୍ତି ତାଙ୍କୁ କହିଥିଲେ ଯେ, ଆପଣ ୨୭୦ଟଙ୍କା ଦେଇ କିଣିିଥିବା ଲଟେରୀରୁ ୧କୋଟି ଟଙ୍କା ଜିତିଛନ୍ତି। ୧କୋଟି ଟଙ୍କା ଜିତିଥିବା ଜାଣି ପ୍ରଥମେ ଶେଖ ଖବରକୁ ବିଶ୍ବାସ କରିପାରିନଥିଲେ। ହେଲେ ପରେ ଏହା ସତ ବୋଲି ଜାଣି ତାଙ୍କ ଖୁସିର ଠିକଣା ରହିନଥିଲା। ୧କୋଟି ଟଙ୍କା ଜିତିବା ପରେ ଏବେ ସେ ସହଜରେ ନିଜ ମା’ଙ୍କ ଚିକିତ୍ସା କରିପାରିବେ ବୋଲି କହିଛନ୍ତି।
The post ମା’ଙ୍କ ଚିକିତ୍ସା ପାଇଁ ନଥିଲା ଟଙ୍କା, ପରେ ୨୭୦ଟଙ୍କା ଖର୍ଚ୍ଚ କରି କୋଟିପତି ହେଲେ ଆମ୍ବୁଲାନ୍ସ ଚାଳକ first appeared on Sambad.from ବିଶେଷ | Sambad https://ift.tt/3ERifzY
0 Comments