‘ପଗଡ଼ି’ ପାଇଁ ସୁରକ୍ଷା ପ୍ରୋଟୋକଲ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦୀ

ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବାରଣାସୀ ଗସ୍ତ କାଳରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କ ଠାରୁ ଉତ୍ସାହଜନକ ସ୍ୱାଗତ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଫୁଲ ବର୍ଷା କରିବା ସହ ‘ମୋଦୀ, ମୋଦୀ’ ଏବଂ ‘ହର ହର ମହାଦେବ’ର ସ୍ଲୋଗାନ ଦେଇଥିଲେ।
ସ୍ଥାନୀୟ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରୁଥିବାବେଳେ ସେ ତାଙ୍କ ସୁରକ୍ଷା କର୍ମୀମାନଙ୍କୁ ଅଲଗା ହେବାକୁ କହିଥିଲେ ଏବଂ ନିଜର ସୁରକ୍ଷା ବଳୟ ଓ ସୁରକ୍ଷା ପ୍ରୋଟୋକଲକୁ ଭାଙ୍ଗି ଜଣେ ବ୍ୟକ୍ତିଙ୍କ ଠାରୁ ଏକ ‘ପଗଡି’ (ପଗଡି) ଏବଂ ଏକ ସାଲ ଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ, କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବେ ଦୁଇ ଦିନିଆ ବାରାଣାସୀ ଗସ୍ତରେ ଅଛନ୍ତି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ୍‌ ଯେତେବେଳେ ରାସ୍ତା ଉପର ଦେଇ ଯାଉଥିଲା ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଜନତା ଛିଡ଼ାହୋଇ ସ୍ଲୋଗାନ ଦେବା ସହ ତାଙ୍କ ଉପରକୁ ଫୁଲ ପକାଇ ତାଙ୍କର ଅଭିବାଦନ କରୁଥିଲେ। ଏହି ଅବସରରେ ଜଣେ ଦର୍ଶକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ପଗଡି ଏବଂ ସାଲ ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା ଏସପିଜି କର୍ମଚାରୀମାନେ ତାଙ୍କୁ ଅଟକାଇଥିଲେ।

ତେବେ, ଏ ଘଟଣା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିରେ ପଡ଼ିବା ପରେ ସେ ଏଥିରେ ହସ୍ତକ୍ଷେପ କରିବା ସହ ତାଙ୍କ ଗାଡିର କବାଟ ଖୋଲି ଗାଡ଼ିରୁ ଓହ୍ଲାଇ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ଉପହାର ସ୍ୱରୂପ ସେ ଆଣିଥିବା ପଗଡି ଓ ସାଲକୁ ଗ୍ରହଣ କରିଥିଲେ।

The post ‘ପଗଡ଼ି’ ପାଇଁ ସୁରକ୍ଷା ପ୍ରୋଟୋକଲ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.

from ବିଶେଷ | Sambad https://ift.tt/3INPPZV

Post a Comment

0 Comments