ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ଭବ୍ୟ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିବେ । ଏହି କରିଡର କାଶୀ ବିଶ୍ୱନାଥ ମନ୍ଦିର ସହ ଗଙ୍ଗା ଘାଟକୁ ସଂଯୋଗ କରିବ । ୯୦୦ କୋଟି ଟଙ୍କାରେ ଏହି ପ୍ରକଳ୍ପରେ ୭୫ ମିଟର ଓସାରର ଚଲାପଥ ନିର୍ମାଣ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୩୩୯ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ୨୩ଟି କୋଠାର ଉଦଘାଟନ କରିବେ । ମନ୍ଦିରକୁ ବୁଲିବାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏହି ଏହି କୋଠାଗୁଡିକ ନିର୍ମାଣ କରାଯାଇଛି ।
କାଶି ବିଶ୍ୱନାଥ ମନ୍ଦିର ବିଷୟରେ କିଛି ବିଶେଷ କଥା
ପାଖାପାଖି ୫ ଲକ୍ଷ ସ୍କୋୟାରଫୁଟ ଜାଗାରେ ରହିଛି କାଶି ବିଶ୍ୱନାଥ ମନ୍ଦିର । ଏହି କରିଡରରେ ୨୩ଟି କୋଠା ଓ ୨୭ଟି ଛୋଟ ଛୋଟ ମନ୍ଦିର ମଧ୍ୟ ରହିଛି । ଏହି ପୂରା କରିଡର ୫୦ ହଜାର ବର୍ଗ ମିଟରର ଏକ ବଡ ପରିସରରେ ତିଆରି ହୋଇଛି । କରିଡରକୁ ୩ ଭାଗରେ ବିଭକ୍ତ କରାଯାଇଛି । ଯେଉଁଥିରେ ୪ଟି ବଡ ବଡ ଗେଟ ରହିଛି ।
କାଶି ବିଶ୍ୱନାଥ ମନ୍ଦିରର ଇତିହାସ
ବାରାଣାସୀରେ କାଶି ବିଶ୍ୱନାଥ ମନ୍ଦିର ନିର୍ମାଣ ଓ ପୁନଃ ନିର୍ମାଣକୁ ନେଇ ଅନେକ ଲୋକକଥା ରହିଛି । ଲୋକମତ ଅନୁସାରେ, କାଶି ବିଶ୍ୱନାଥ ମନ୍ଦିରର ନିର୍ମାଣ ଆକବରଙ୍କ ୯ ରତ୍ନଙ୍କ ମଧ୍ୟରେ ଜଣେ ରାଜା ଟୋଡରମଲ କରିଥିଲେ । ଟୋଡରମଲ ଏହା ବ୍ୟତୀତ ଅନେକ ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି । କୁହାଯାଏ କି ପ୍ରାୟ ୧୦୦ ବର୍ଷ ପରେ ଔରଙ୍ଗଜେବ ଏହି ମନ୍ଦିରକୁ ଭାଙ୍ଗି ଦେଇଥିଲେ । ଏହାପରେ ୧୨୫ ବର୍ଷ ଯାଏଁ ଏଠାରେ କାଶି ବିଶ୍ୱନାଥ ମନ୍ଦିର ନଥିଲା । ପରେ ୧୭୩୫ ମସିହାରେ ଇନ୍ଦୋରର ମହାରାଣୀ ଦେବି ଅହଲ୍ୟା ବାଇ କାଶି ବିଶ୍ୱନାଥ ମନ୍ଦିରର ପୁନଃ ନିର୍ମାଣ କରିଥିଲେ । ଏବେ ୨୮୬ ବର୍ଷ ପରେ ଏହି ମନ୍ଦିରକୁ ନୂଆ ରୂପରେ ଆଣୁଛନ୍ତି ସରକାର ।
କାଶି ବିଶ୍ୱନାଥ ମନ୍ଦିରର ବିଶେଷତ୍ୱ
କୁହାଯାଏ କାଶି ଭଗବାନ ଶିବଙ୍କ ତ୍ରିଶୁଳ ଉପରେ ରହିଛି । ଦୂର ଦୂରରୁ ଏଠାକୁ ଲୋକ ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି । କାଶି ବିଶ୍ୱନାଥ ଭଗବାନ ଶିବଙ୍କ ୧୨ ଜ୍ୟେତିର୍ଲିଙ୍ଗ ମଧ୍ୟରେ ଗୋଟିଏ ।
from ବିଶେଷ | Sambad https://ift.tt/3s1CPu2
0 Comments