ଦେଖନ୍ତୁ ମାଲିକଙ୍କୁ ଦେଖି ସାଙ୍ଗ ଭଳି କିଭଳି ଆଲିଙ୍ଗନ କରିବାକୁ ଦୌଡ଼ି ଆସୁଛି ସିଂହୀ

ନୂଆଦିଲ୍ଲୀ: ମଣିଷ ଓ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଦୁନିଆର ସବୁଠାରୁ ଅନନ୍ୟ ବୋଲି କୁହାଯାଇଥାଏ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମଣିଷ ଓ ପଶୁଙ୍କ ମଧ୍ୟରେ ଥିବା ଏକ ସ୍ନେହର ସମ୍ପର୍କ ଦେଖିବାକୁ ମିଳୁଛି।

ତେବେ ୩୪ ବର୍ଷିୟ ଭାଲେଣ୍ଟିନ ଗ୍ରୁଏନର୍ ପ୍ରାୟ ୯ ବର୍ଷ ପୂର୍ବେ ୧୦ ଦିନର ଏକ ସିଂହୀର ଜୀବନ ବଞ୍ଚାଇଥିଲେ। ସିଂହ ଛୁଆଟିକୁ ତାର ମା’ ଛାଡ଼ି କେଉଁଆଡେ ଚାଲି ଯାଇଥିବା ବେଳେ ଗ୍ରୁଏନର୍ ତାକୁ ଅସହାୟ ଅବସ୍ଥାରେ ଉଦ୍ଧାର କରିଥି‌ଲେ। ଆଉ ତାର ନାମ ରଖିଥିଲେ ସିର୍ଗା । ଇତିମଧ୍ୟରେ ସିର୍ଗାକୁ ୯ ବର୍ଷ ହୋଇସାରିଛି। ଦିନକୁ ଦିନ ଭାଲେଣ୍ଟିନ୍ ଓ ସିର୍ଗାଙ୍କ ମଧ୍ୟରେ ବନ୍ଧୁତା ବଢ଼ିବାରେ ଲାଗିଛି।

 

 

View this post on Instagram

 

A post shared by Sirga (@sirgathelioness)

ଏହି ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ଏତେ ଗଭୀର ଯେ ଭାଲେଣ୍ଟିନ୍ ମଧ୍ୟ ବିନା ଭୟରେ ସିଂହୀଙ୍କୁ ଆଲିଙ୍ଗନ କରନ୍ତି। ନିକଟରେ ଏହି ଦୁଇଜଣଙ୍କର ଏଭଳି ବନ୍ଧୁତାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଲୋକେ ମଣିଷ ଓ ପଶୁଙ୍କ ମଧ୍ୟରେ ଥିବା ଏଭଳି ସ୍ନେହକୁ ‌ବେଶ ପସନ୍ଦ କରୁଛନ୍ତି। ଆଉ କିଛି ଲୋକ ସିଂହ ମଣିଷକୁ ସାଙ୍ଗ ଭଳି ଆଲିଙ୍ଗନ କରୁଥିବା ଦେଖି ଆଶ୍ଚର୍ଯ୍ୟ ବି ହୋଇଯାଇଛନ୍ତି। ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ବାସ୍ତବରେ କ’ଣ ଗୋଟିଏ ସିଂହ ଆଉ ମଣିଷ ମଧ୍ୟରେ ଏଭଳି ସମ୍ପର୍କ ଗଢ଼ି ହୋଇପାରେ?

The post ଦେଖନ୍ତୁ ମାଲିକଙ୍କୁ ଦେଖି ସାଙ୍ଗ ଭଳି କିଭଳି ଆଲିଙ୍ଗନ କରିବାକୁ ଦୌଡ଼ି ଆସୁଛି ସିଂହୀ first appeared on Sambad.

from ବିଶେଷ | Sambad https://ift.tt/3p5WxD2

Post a Comment

0 Comments