‘ଥାର୍ଡ-ରେଟ୍‌ ଓକିଲ’ ଲେଖିବା ମହଙ୍ଗା ପଡ଼ିଲା; ସାମ୍ବାଦିକଙ୍କୁ ୧ ମାସ ପାଇଁ ଜେଲଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଏକ ପ୍ରବନ୍ଧରେ ଓକିଲଙ୍କୁ ‘ଥାର୍ଡ-ରେଟ୍‌ ଓକିଲ’ ବୋଲି କହିବା ଜଣେ ସାମ୍ବାଦିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହାକୁ ଏକ ଅପରାଧ ରୂପେ ବିବେଚନା କରି ଶୁକ୍ରବାର ସୁପ୍ରିମକୋର୍ଟ ଏପରି ଲେଖିଥିବା ଜଣେ ସାମ୍ବାଦିକଙ୍କୁ ଏକ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଶୁକ୍ରବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏହି ଅପମାନଜନକ ପ୍ରବନ୍ଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ସାମ୍ବାଦିକଙ୍କ ଆବେଦନକୁ ଖାରଜ କରିଦେବା ସହ ତାଙ୍କୁ ଏକ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏହି ମାମଲାକୁ ଖାରଜ କରିବା ପାଇଁ ସଂପୃକ୍ତ ସାମ୍ବାଦିକ ସୁପ୍ରିମ୍‌କୋର୍ଟରେ ଆଗତ କରିଥିବା ଆବେଦନର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ କହିଥିଲେ: ତୁମେ କାହାକୁ ତୁମର ପ୍ରବନ୍ଧରେ ‘ଥାର୍ଡ-ରେଟ୍‌ ଓକିଲ’ବୋଲି କହିଛ? ଆବେଦନକାରୀ ସଂପୃକ୍ତ ସାମ୍ବାଦିକଙ୍କୁ ସମାଲୋଚନା କରି ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ କହିଛନ୍ତି, ‘ଆପଣ ଏହି ପ୍ରକାରର ଭାଷା ବ୍ୟବହାର କରନ୍ତି ଏବଂ ଦାବି କରନ୍ତି ଯେ ଆପଣ ଜଣେ ସାମ୍ବାଦିକ’?

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣାଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ହିମା କୋହଲି କହଥିଲେ: ‘ଆପଣ ଆପଣଙ୍କର ପ୍ରବନ୍ଧର ଭାଷାକୁ ଦେଖନ୍ତୁ’। ଅନ୍ୟପକ୍ଷରେ ଏହି ଦଣ୍ଡାଦେଶକୁ ଉଦାରବାଦୀ ବୋଲି କହି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣା କହଥିଲେ, ‘ଏହା କାମଳ ସାମ୍ବାଦିକତା। ତେବେ, ଦଣ୍ଡାଦେଶ ଉଦାର ଅଟେ କାରଣ ଏହା କେବଳ ଏକ ମାସ ପାଇଁ କାରାଦଣ୍ଡ ଶୁଣାଇଛି’।

The post ‘ଥାର୍ଡ-ରେଟ୍‌ ଓକିଲ’ ଲେଖିବା ମହଙ୍ଗା ପଡ଼ିଲା; ସାମ୍ବାଦିକଙ୍କୁ ୧ ମାସ ପାଇଁ ଜେଲଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମ୍‌କୋର୍ଟ first appeared on Sambad.

from ବିଶେଷ | Sambad https://ift.tt/3IUf4tI

Post a Comment

0 Comments