ଔଷଧ ପାଇଁ ଗଳିଗଳି ବୁଲି ବୃଦ୍ଧ ବିକ୍ରି କରୁଛନ୍ତି ଜଳଖିଆ

ନୂଆଦିଲ୍ଲୀ: ନାଗପୁରର ଜଣେ ବୟସ୍କ ବ୍ୟକ୍ତି ସାଇକେଲରେ ବୁଲିବୁଲି ପୋହା ବିକ୍ରି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ବୃଦ୍ଧଙ୍କ ନାମ ଜୟନ୍ତୀ ଭାଇ, ବୟସ ୭୦ ବର୍ଷ ପାଖାପାଖି ହେବ। ଜୟନ୍ତୀ ଭାଇ ନାଗପୁରର ଗାନ୍ଧିବାଗ ଏବଂ ଇତୱାରି ରାସ୍ତାରେ ସନ୍ଧ୍ୟା ୬ ଟାରୁ ୮ ଟା ପର୍ଯ୍ୟନ୍ତ ଜଳଖିଆ ବିକ୍ରି କରିଥାଆନ୍ତି। ଏହି ଭିଡିଓକୁ ବ୍ଲଗର୍ ଅଭିନଭ ଜେସୱାନି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବୃଦ୍ଧ ନିଜ ସାଇକେଲ ସାହାଯ୍ୟରେ ରାସ୍ତାରେ ଯାଉଛନ୍ତି। ପୋହା ତିଆରି ପାଇଁ ସମସ୍ତ ସାମଗ୍ରୀ ସହିତ ସାଇକେଲ ପଛରେ ଏକ ଛୋଟ ଟୋକେଇ ବନ୍ଧିଛନ୍ତି। ଭିଡିଓ ଶେଷରେ ବୃଦ୍ଧଙ୍କ ମଧୁର ହସ ନିଶ୍ଚିତ ଭାବରେ ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ।

 

 

View this post on Instagram

 

A post shared by JUST NAGPUR THINGS (@abhinavjeswani)

କେବଳ ଏତିକି ନୁହେଁ, ପୋହା ବିକ୍ରି କରିବା ପରେ ସେ ମହାଜନୱାଡି ଯାଇ ସେଠାରେ ସୁରକ୍ଷା କର୍ମୀ ଭାବରେ କାମ କରନ୍ତି । ତେବେ ବୃଦ୍ଧ ଜଣକ ଏଭଳି ବୟସରେ ଏତେ ପରିଶ୍ରମ କରିବା ପଛର କାରଣ ହେଉଛି,  ସେ ନିଜ ଔଷଧ କିଣିବା ପାଇଁ ଟଙ୍କା ଏକାଠି କରିଥିାଆନ୍ତି।

ପୋଷ୍ଟ ହେବା ପରଠାରୁ ଏହି ଭିଡିଓକୁ ଏପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ଥର ଦେଖାଯାଇଛି । ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

The post ଔଷଧ ପାଇଁ ଗଳିଗଳି ବୁଲି ବୃଦ୍ଧ ବିକ୍ରି କରୁଛନ୍ତି ଜଳଖିଆ first appeared on Sambad.

from ବିଶେଷ | Sambad https://ift.tt/3pfZ1ih

Post a Comment

0 Comments