ଗତ ୭ ବର୍ଷ ମଧ୍ୟରେ ୮ ଲକ୍ଷ ଭାରତୀୟ ସେମାନଙ୍କର ନାଗରିକତା ତ୍ୟାଗ କରିଛନ୍ତି

ନୂଆଦିଲ୍ଲୀ: ଗତ ୭ ବର୍ଷ ମଧ୍ୟରେ ୮ ଲକ୍ଷ ଭାରତୀୟ ସେମାନଙ୍କର ନାଗରିକତା ତ୍ୟାଗ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପାଖରେ ଉପଲବ୍ଧ ଥିବା ସୂଚନା ଅନୁଯାୟୀ ଗତ ସାତ ବର୍ଷ ମଧ୍ୟରେ ମୋଟ ୮,୮୧,୨୫୪ ଜଣ ଭାରତୀୟ ନାଗରିକ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଲୋକସଭାରେ ଉପସ୍ଥାପିତ କରିଥିବା ତଥ୍ୟ ଅନୁଯାୟୀ, ଅଧିକାଂଶ ଭାରତୀୟ ୨୦୧୯ରେ ସେମାନଙ୍କର ଭାରତୀୟ ନାଗରିକତ୍ୱ ତ୍ୟାଗ କରିଥିଲେ।

ଗତ ୨୦୧୫ରେ ମୋଟ ୧,୩୧,୪୮୯ ଜଣ ଭାରତୀୟ ସେମାନଙ୍କର ନାଗରିକତ୍ୱ ତ୍ୟାଗ କରିଥିଲେ, ଯାହା ପରେ ୨୦୧୬ରେ ଏହି ସଂଖ୍ୟା ୧,୪୧,୬୦୩କୁ ବୃଦ୍ଧି ପାଇଥିଲା। ସେହିପରି ୨୦୧୭ରେ ୧,୩୩,୦୪୯ ଜଣ ଭାରତୀୟ ସେମାନଙ୍କର ନାଗରିକତ୍ୱ ତ୍ୟାଗ କରିଥିଲେ। ୨୦୧୮ରେ, ଏହି ସଂଖ୍ୟା ୧,୩୪,୫୬୧ ଥିଲା।
ତେବେ, ୨୦୧୯ରେ ଏହି ସଂଖ୍ୟା ୧,୪୪,୦୧୭କୁ ବୃଦ୍ଧି ପାଇଥିଲା ବେଳେ ୨୦୨୦ରେ ଏହା ୮୫,୨୪୨କୁ ହ୍ରାସ ପାଇଛି। ଚଳିତ ୨୦୨୧ରେ ସେପ୍ଟେଟର ୩୦ ପର୍ଯ୍ୟନ୍ତ ନାଗରିକତା ତ୍ୟାଗ କରିଥିବା ଭାରତୀୟଙ୍କ ସଂଖ୍ୟା ୧,୧୧,୨୮୭କୁ ବୃଦ୍ଧି ପାଇଛି।

ଏ ସମ୍ପର୍କରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍‌) ସାଂସଦ କୋଥା ପ୍ରଭାକର ରେଡ୍ଡୀ ଲୋକସଭାରେ ଏକ ପ୍ରଶ୍ନ ଉଠାଇଥିଲେ। ସେ ପ୍ରଶ୍ନ କରିଛନ୍ତି ଯେ ନାଗରିକତା ଛାଡୁଥିବା ଭାରତୀୟ ଆବେଦନକାରୀଙ୍କ ପାଇଁ ଅନଲାଇନରେ ଡକ୍ୟୁମେଣ୍ଟ ଅପଲୋଡ୍‌ କରିବା ପାଇଁ ବ୍ୟବସ୍ଥା କରାଯାଇଛି କି?

The post ଗତ ୭ ବର୍ଷ ମଧ୍ୟରେ ୮ ଲକ୍ଷ ଭାରତୀୟ ସେମାନଙ୍କର ନାଗରିକତା ତ୍ୟାଗ କରିଛନ୍ତି first appeared on Sambad.

from ବିଶେଷ | Sambad https://ift.tt/31V4W2R

Post a Comment

0 Comments