ରେସ୍ତୋରାଁରେ ଖାଉଥିବା ସମୟରେ ଟଳିପଡ଼ିଲେ ଯୁବକ, ଭିଡିଓରେ ଦେଖନ୍ତୁ କିଭଳି ମୃତ୍ୟୁ ମୁଖରୁ ଟାଣି ଆଣିଲେ ୱେଟର

ନୂଆଦିଲ୍ଲୀ: ନୂଆ ଜୀବନ ଦେଲେ ୱେଟର। ରେସ୍ତୋରାଁରେ ଖାଉଥିବା ସମୟରେ ହଠାତ ଜଣେ ଯୁବକ ଟଳିପଡ଼ିବା ପରେ ‌ସେହି ରେସ୍ତୋରାଁର ୱେଟର ‌ଯେଉଁଭଳି ଭାବରେ ଯୁବକଙ୍କ ଜୀବନ ବଞ୍ଚାଇଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ ୱେଟରଙ୍କ କାମକୁ ପ୍ରଶଂସା କରୁଛନ୍ତି। ମୃତ୍ୟୁର ଖୁବ ପାଖରେ ପହଞ୍ଚିସାରିଥିବା ଯୁବକଙ୍କୁ ନୂଆ ଜୀବନ ଦେବା ଲାଗି ୱେଟରଜଣକ ଯେଉଁ ପ୍ରୟାସ କରିଥିଲେ, ତାହା ତାଙ୍କୁ ଏବେ ପ୍ରଶଂସାର ପାତ୍ର ବନାଇଛି।

www.indiatoday.in

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବକ ଖାଉଥିବା ବେଳେ ହଠାତ ତଣ୍ଟିରେ ଖାଦ୍ୟ ଫସିବାରୁ ମୁଣ୍ଡରେ ହାତ ଦେବା ସହ ଟେବୁଲ ଉପରେ ଅଚେତ ହୋଇ ପଡ଼ିଯାଉଛନ୍ତି। ଏହା ଦେଖି ପାଖରେ ବସିଥିବା ଲୋକେ ପାଖକୁ ଆସିବା ସହ ଯୁବକଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଯୁବକଜଣକ ନଉଠିବାରୁ ସେମାନେ ତୁରନ୍ତ ୱେଟରଙ୍କୁ ଡାକୁଛନ୍ତି। ୱେଟରଜଣକ ସମସ୍ୟା ଜାଣି ପାରି ଯୁବକଙ୍କ ଖାଦ୍ୟକୁ ତଳକୁ ଖସାଇବା ପାଇଁ ତାଙ୍କୁ ଧରି ଉପରକୁ ଉଠାଇବା ସହ ତଳକୁ ଆଣୁଛନ୍ତି। ଏହା ପରେ ସେଠାରେ ଜଣେ ପୁଣି ଅଧିକାରୀ ପହଞ୍ଚି ୱେଟରଙ୍କୁ ଏଭଳି କରିବାରେ ସାହାଯ୍ୟ କରୁଛନ୍ତି। କିଛି ମିନିଟ ଏଭଳି କରିବା ପ‌ରେ ଯୁବକଙ୍କ ‌ଚେତା ଫେରୁଛି।

ଏବେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଉଭୟ ୱେଟର ଏବଂ ପୁଲିସ ଅଧିକାରୀଙ୍କ କାମକୁ ପ୍ରଶଂସା କରିବାରେ ଲାଗିଛନ୍ତି।

The post ରେସ୍ତୋରାଁରେ ଖାଉଥିବା ସମୟରେ ଟଳିପଡ଼ିଲେ ଯୁବକ, ଭିଡିଓରେ ଦେଖନ୍ତୁ କିଭଳି ମୃତ୍ୟୁ ମୁଖରୁ ଟାଣି ଆଣିଲେ ୱେଟର first appeared on Sambad.

from ବିଶେଷ | Sambad https://ift.tt/3xRgz6H

Post a Comment

0 Comments