
ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଦଳ ଫୁସଫୁସ ଏଡେନୋକାରସିନୋମା (ଏଲଏଡିସି) ଘଟଣା ବୃଦ୍ଧି ପାଇଁ ବାୟୁ ପ୍ରଦୂଷଣକୁ ଦାୟୀ ବୋଲି କହିଛନ୍ତି। ଏଡେନୋକାରସିନୋମା ଏକ ପ୍ରକାର ଫୁସଫୁସ କର୍କଟ । ଅନ୍ୟପକ୍ଷରୁ ଅଧ୍ୟୟନରୁ ଏହା ଜଣାପଡ଼ିଛି କି, ସମଗ୍ର ଦୁନିଆରେ ତମାଖୁ ସେବନ କମ ହେବା ଦ୍ବାରା ଫୁସଫୁସରେ ହେବାକୁ ଥିବା ଲଙ୍ଗ୍ ସ୍କୁଆମୋଅସ ସେଲ କାରସିନୋମା (ଏଲଏସସିସି) କର୍କଟ ହ୍ରାସ ପାଉଛି। ଯେହେତୁ ଧୂମପାନ ଅଭ୍ୟାସ କମୁଛି, ତେଣୁ ଫୁସଫୁସ୍ କର୍କଟ ବଢ଼ିବାର ଅନ୍ୟତମ କାରଣ ବାୟୁ ପ୍ରଦୂଷଣ ବୋଲି ବିଭିନ୍ନ ଗବେଷଣାରୁ ପ୍ରତୀତ ହେଉଛି।
ଏହି ଗବେଷଣା ସିଙ୍ଗାପୁରର ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟି ନେତୃତ୍ବରେ କରାଯାଇଛି। ଗବେଷଣାରୁ ଜଣାପଡିଛି ଯେ ଏହି କର୍କଟ ପାଇଁ ଜିନଗତ, ପରିବେଶିକ ଏବଂ ଜୀବନଶୈଳୀଗତ ସମସ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଅନ୍ୟପକ୍ଷରେ ଏହି ଗବେଷଣାରୁ ଜଣାପଡ଼ିଛି ଯେ ପୃଥିବୀର ବାୟୁମଣ୍ଡଳରେ କଳା ଅଙ୍ଗାରକାମ୍ଳର ୦.୧ ମାଇକ୍ରୋଗ୍ରାମ୍ ପ୍ରତି ଘନ ମିଟର ବୃଦ୍ଧି ପାଇଛି। କଳା ଅଙ୍ଗାରକାମ୍ଳ ଏକ ପ୍ରକାର ମାରାତ୍ମକ ପ୍ରଦୂଷକ ଅଟେ, ଯାହାକୁ ପିଏମ ୨.୫ ଆଧାରରେ ବର୍ଗୀକୃତ କରାଯାଇଛି। ଗବେଷକମାନେ ଜାଣିବାକୁ ପାଇଲେ ଯେ ଏହା ୧୯୯୦ ରୁ ୨୦୧୨ ପର୍ଯ୍ୟନ୍ତ ବିଶ୍ୱରେ ବାର୍ଷିକ ୩.୬ ମାଇକ୍ରୋଗ୍ରାମ୍ କ୍ୟୁବିକ୍ ମିଟର ପିଛା ବୃଦ୍ଧି ପାଇଛି ।

ଏହି କ୍ରମରେ ଧୂମପାନର ପ୍ରସାରରେ ୧ ପ୍ରତିଶତ ହ୍ରାସ ପାଇବା ହେତୁ ସମଗ୍ର ବିଶ୍ୱରେ ଏଲଏସସିସି ଘଟଣାରେ ୯ ପ୍ରତିଶତ ହ୍ରାସ ପାଇଛି। ବିଶ୍ୱରେ ଧୂମପାନକାରୀଙ୍କ ସଂଖ୍ୟା ବାର୍ଷିକ ୦.୨୬ ପ୍ରତିଶତ ହ୍ରାସ ପାଇଛି, ଯାହାକି ୧୯୯୦ ରୁ ୨୦୧୨ ପର୍ଯ୍ୟନ୍ତ ୬ ପ୍ରତିଶତ କମ ହୋଇଯାଇଛି।
ଏ କ୍ୟାନସର ଜର୍ଣ୍ଣାଲ ଫର କ୍ଲିନିସିୟନ ଅନୁଯାୟୀ, ଅନୁମାନ କରାଯାଉଛି କି ୨୦୨୦ରେ ୧୮ଲକ୍ଷ ଲୋକଙ୍କ ମୃତ୍ୟୁର ମୁଖ୍ୟ କାରଣ ଫୁସଫୁସ କର୍କଟ ଥିଲା।
ଏସିଆରେ ପୁରୁଷମାନଙ୍କ ମଧ୍ୟରେ ଏଲଏଡିସିରେ ସବୁଠାରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଏହା ବର୍ଷକୁ ୨୪ପ୍ରତିଶତ ବୃଦ୍ଧି ହୋଇଛି। ମୁଖ୍ୟତଃ ଜାପାନରେ ବାର୍ଷିକ ୩୮ପ୍ରତିଶତ ଏବଂ ଦକ୍ଷିଣ କୋରିଆ ବାର୍ଷିକ ୩୭ ପ୍ରତିଶତ ବୃଦ୍ଧି ପାଇଛି। ଏସିଆରେ ମହିଳାମାନଙ୍କ କ୍ଷେତ୍ରରେ ଏଲଏଡିସି ୨୫ ପ୍ରତିଶତ ବୃଦ୍ଧି ପାଇଛି, ସେହିଭଳି ଜାପାନରେ ଏହା ବାର୍ଷିକ ୪୩ ପ୍ରତିଶତ ଏବଂ ଦକ୍ଷିଣ କୋରିଆରେ ୩୬ ପ୍ରତିଶତ ବୃଦ୍ଧି ହୋଇଛି। ଆଉ ଏହାର ଅନ୍ୟତମ ପ୍ରମୁଖ କାରଣ ହେଉଛି କ୍ରମାଗତ ଭାବେ ବଢ଼ୁଥିବା ବାୟୁ ପ୍ରଦୂଷଣ।
The post ବାୟୁ ପ୍ରଦୂଷଣ ଯୋଗୁ ମହିଳାମାନଙ୍କ ମଧ୍ୟରେ ୨୫% ଓ ପୁରୁଷଙ୍କ କ୍ଷେତ୍ରରେ ୨୪% ବଢ଼ିଛି ଫୁସଫୁସ କର୍କଟ first appeared on Sambad.from ବିଶେଷ | Sambad https://ift.tt/3rz5EO8
0 Comments