ଭାଇର ବାହାଘରରେ ବଞ୍ଚିଯାଇଥିବା ଖାଦ୍ୟକୁ ଧରି ରେଳଷ୍ଟେସନରେ ପହଞ୍ଚି ଭୋକିଲାଙ୍କୁ ବାଣ୍ଟି ଦେଲେ ଭଉଣୀ

ନୂଆଦିଲ୍ଲୀ: ବର୍ତ୍ତମାନ ବିବାହ ଋତୁ ଚାଲିଛି। ଆପଣ ମଧ୍ୟ ଅନେକ ଭୋଜିରେ ଯୋଗ ଦେଇଥିବେ ନିଶ୍ଚୟ । ଯେକୌଣସି ବିବାହରେ ଖାଦ୍ୟ ଅପଚୟ ଏକ ସାଧାରଣ କଥା । ମାତ୍ର ଖାଦ୍ୟର ମହତ୍ତ୍ୱ କେବଳ ସେହିମାନେ ହିଁ ବୁଝନ୍ତି ଯେଉଁମାନେ ବହୁତ କଷ୍ଟରେ ଦୁଇମୁଠା ଖାଇବାକୁ ପାଇଥାଆନ୍ତି।  ନିକଟରେ ଏକ ହୃଦୟସ୍ପର୍ଶୀ  ଫ‌ଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଉ ଏହି ଫଟୋକୁ ବି ‌ଲୋକେ ବେଶ ପସନ୍ଦ ବି କରୁଛନ୍ତି। ଏହି ଭିଡିଓରୁ ଆପଣମାନେ ବି କିଛି ଶିକ୍ଷା ପାଇ ପାରିବେ। ଭବିଷ୍ୟତରେ ଖାଦ୍ୟକୁ ନଷ୍ଟ ନକରି ଭୋକିଲାଙ୍କୁ ଦାନ କରିବାକୁ ଚେଷ୍ଟା କରିବେ।

 

 

View this post on Instagram

 

A post shared by Calcutta Instagrammers (@ig_calcutta)

ସୋସିଆଲ ମିଡିଆରେ ପଶ୍ଚିମବଙ୍ଗରୁ କିଛି ଫଟୋ ସାମ୍ନାକୁ ଆସିଛି।  ଏଥିରେ ଜଣେ ମହିଳା ନିଜ ଭାଇର ବାହାଘରରେ ବଞ୍ଚି ଯାଇଥିବା ବଳକା ଖାଦ୍ୟକୁ ଅଭାବୀ ଲୋକଙ୍କୁ ବାଣ୍ଟୁଥିବା ନଜର ଆସିଛନ୍ତି ।

ମହିଳାଙ୍କୁ ଖାଦ୍ୟରେ ଭରପୂର ଏକ ବଡ଼ ବାସନ ସହିତ ରାଣାଘାଟ ରେଳ ଷ୍ଟେସନରେ ବସିଥିବା ଦେଖିବାକୁ ମିଳିଛି। ଉକ୍ତ ମହିଳାଙ୍କ ନାମ ପାପିଆ କର ବୋଲି ଜଣାପଡିଛି। ଭାଇରାଲ ହେଉଥିବା ଏହି ଫଟୋକୁ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଫଟୋଗ୍ରାଫର ନୀଲାଜନ ମଣ୍ଡଳ ତାଙ୍କ କ୍ୟାମେରାରେ କୈଦ କରି ନେଇଥିଲେ।

The post ଭାଇର ବାହାଘରରେ ବଞ୍ଚିଯାଇଥିବା ଖାଦ୍ୟକୁ ଧରି ରେଳଷ୍ଟେସନରେ ପହଞ୍ଚି ଭୋକିଲାଙ୍କୁ ବାଣ୍ଟି ଦେଲେ ଭଉଣୀ first appeared on Sambad.

from ବିଶେଷ | Sambad https://ift.tt/3rAQkk2

Post a Comment

0 Comments