୧ମାସରେ ୧କୋଟି ରୋଜଗାର କଲେ ୧୦ବର୍ଷର ଝିଅ!

ନୂଆଦିଲ୍ଲୀ: ଜଣେ ୧୦ବର୍ଷର ବାଳିକା ନିଜ ଖେଳନା ବ୍ୟବସାୟ କରି ଏତେ ପରିମାଣରେ ରୋଜଗାର କରୁଛନ୍ତି କି ସେ ୧୫ବୟସରେ ଅବସର ନେଲେ ବି ଚଳିବ ବୋଲି ଲୋକେ କହୁଛନ୍ତି।

ଉକ୍ତ ୧୦ବର୍ଷର ବାଳିକାଙ୍କ ନାମ  ପିକ୍ସି କାର୍ଟିସ। ପିକ୍ସି କାର୍ଟିସଙ୍କ ବ୍ୟବସାୟରେ ମା’ ରାକ୍ସି ମଧ୍ୟ ବହୁତ ସାହାଯ୍ୟ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି କି ଗତ ୧ମାସ ମଧ୍ୟରେ ପିକ୍ସି ଏକକୋଟି ୪ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରି ସାରିଛନ୍ତି।

(Image: roxyjacenko/Instagram)

ପ୍ରକାଶିତ ରିପୋର୍ଟ ମୁତାବକ, ଅଷ୍ଟ୍ରେଲିଆରେ ରହୁଥିବା ପିକ୍ସି ନିଜର ମା’ ସହିତ ମିଶି ଫିଜେଟସ ଓ ରଙ୍ଗୀନ ପପିଙ୍ଗ ଖେଳନା ତିଆରି କରିଥାଆନ୍ତି। ଏହି ଖେଳନାଗୁଡ଼ିକର ଏତେ ଚାହିଦା ରହିଛି କି ସଙ୍ଗେସଙ୍ଗେ ତାହା ବିକ୍ରି ହୋଇଯାଇଥାଏ। ଏଥିସହିତ ପିକ୍ସିଙ୍କ ନାମରେ ଏକ ହେୟର ଏକ୍ସେସରି ବ୍ରାଣ୍ଡ ବି ଅଛି। ଯାହା କି ତାଙ୍କର ମା’ ରାକ୍ସି ନିଜେ ତିଆରି କରିଛନ୍ତି। ଏଥିରେ ବହୁତ ସୁନ୍ଦରସୁନ୍ଦର ହେୟାରକ୍ଲିପ, ରବର ଆଦି ସାମଗ୍ରୀ ମିଳିଥାଏ।

ରାକ୍ସି ଏକ ସାକ୍ଷାତକାରରେ କହିଥିଲେ, ମୁଁ ବହୁତ ଭାଗ୍ୟଶାଳୀ ଏପରି ଝିଅରକୁ ପାଇ। ଏତେ କମ ବୟସରୁ ବ୍ୟବସାୟ କିପରି କରିବାକୁ ହୁଏ ମୋ ଝିଅକୁ ତାହା ଭଲ ଭାବେ ଜଣା ଅଛି। ଏହି ପ୍ରତିଭା କିନ୍ତୁ ମୋ ଭିତରେ ନଥିଲା। ମୋ ଝିଅ ଏତେ କମ ବୟସରେ ବ୍ୟବସାୟରେ ସଫଳତା ହାସଲ କରିବା ସହିତ ମୋର ବି ସ୍ବପ୍ନକୁ ପୂରା କରିଛି। ଝିଅ ସିଡନିର ଏକ ପ୍ରାଇମେରୀ ସ୍କୁଲରେ ପାଠ ପଢ଼ୁଛି।

The post ୧ମାସରେ ୧କୋଟି ରୋଜଗାର କଲେ ୧୦ବର୍ଷର ଝିଅ! first appeared on Sambad.

from ବିଶେଷ | Sambad https://ift.tt/3y0P7nh

Post a Comment

0 Comments