
କନକ ନ୍ୟୁଜ୍ ମେକରରେ ସମ୍ବର୍ଧିତ ହୋଇଛନ୍ତି ଯୁବ ବିଧାୟକ ରୁଦ୍ର ମହାରଥୀ। କନକ ନ୍ୟୁଜ୍ର ସଂପାଦକ ମନୋରଂଜନ ମିଶ୍ରଙ୍କ ସହିତ ଆଲୋଚନା ହେଲେ ରୁଦ୍ର କହିଥଇଲେ ଯେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ୪୦ବର୍ଷର ରାଜନୈତିକ କ୍ୟାରିୟର ଥିଲା। ବାପା ଆମକୁ ରାଜନୀତିଠାରୁ ଦୂରେଇ ରଖିଥିଲେ। ରାଜନୀତିକୁ କେବେ ଆସିବି ବୋଲି ଭାବି ନ ଥିଲି। ବାପାଙ୍କ ଦେହାନ୍ତ ପରେ ପିପିଲି-ଡେଲାଙ୍ଗ ଲୋକମାନେ ରୁଦ୍ର ମହାରଥୀ ବିଧାୟକ ହୁଅନ୍ତୁ ବୋଲି ଦାବି କରିଥିଲେ। ସ୍ବଗର୍ତ ମହାରଥୀ ମାଟି ପାଇଁ କାମ କରିଥିଲେ ବୋଲି ଜନସାଧାରଣ ତାଙ୍କୁ ୭ଥର ବିଧାୟକ ଭାବେ ନିର୍ବାଚିତ କରିଥିଲେ। କୋଭିଡ ସମୟରେ ଆମ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବାପାଙ୍କ ଦେହ ଅସୁସ୍ଥ ଥିଲା କୋଭିଡ ହେବା ଭୟରେ ମା’ ଓ ମୁଁ ବାପାଙ୍କୁ ଅଟକାଇଥିଲା। ହେଲେ ସେ କହିଥିଲେ ଏ ମାଟିରୁ ମୁଁ ପରିଚୟ ପାଇଛି, ମାଟିର ସୁଖଦୁଃଖରେ ଛିଡ଼ା ନ ହେଲେ ମୋର ଦାୟିତ୍ବ ଠିକ୍ ଭାବେ ତୁଲାଇପାରିଲି ନାହିଁ। ଟିକେଟ୍ ପାଇବା ଓ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି। ମୁଖ୍ୟମନ୍ତ୍ରୀ ମତେ ଲୋକଙ୍କ ସୁଖଦୁଃଖରେ ଠିଆ ହେବା ସହିତ ବାପା ଯେଭଳି ମାଟି ପାଇଁ କାମ କରୁଥିଲେ ସେମିତି କାମ ଜାରି ରଖିବାକୁ କହିଥିଲେ।
The post ରାଜନୀତିକୁ କେବେ ଆସିବି ବୋଲି ଭାବି ନ ଥିଲି: ରୁଦ୍ର ମହାରଥୀ first appeared on Sambad.from ବିଶେଷ | Sambad https://ift.tt/3ellZhz
0 Comments