ଚିନ୍ତାଧାରା ବଦଳାଇବାର ପ୍ରୟାସ: ଶିଶୁକନ୍ୟା ଜନ୍ମ ହେଲେ ଟଙ୍କା ନନେବା ମିଠା ବାଣ୍ଟନ୍ତି ଏହି ଡାକ୍ତର

ଲକ୍ଷ୍ନୌ: ଆମ ସମାଜରେ ଶିକ୍ଷିତ ସଂଖ୍ୟା ବଢିଛି । ଆଧୁନିକତାର ଶୀର୍ଷରେ ପହଞ୍ଚିଛି ଦେଶ । ତଥାପି ଅନେକ ସ୍ଥାନରେ କନ୍ୟା ଭ୍ରୁଣ ହତ୍ୟା ଭଳି ଘଟଣା ଘଟୁଛି । କେଉଁଠି ଡଷ୍ଟବିନରୁ ତ କେଉଁଠି ରାସ୍ତାକଡରୁ ଉଦ୍ଧାର ହେଉଛନ୍ତି ନବଜାତ ଶିଶୁ କନ୍ୟା । କେବଳ ଏତିକି ନୁହେଁ ମାତୃଗର୍ଭରୁ ହିଁ ଅନେକ ସମୟରେ କନ୍ୟାଭ୍ରୁଣକୁ ହତ୍ୟା କରାଯାଉଛି । ଏପରି ଲଜ୍ଜା ଭିତରେ କନ୍ୟାଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ମହିଳା ଡାକ୍ତର ସିପ୍ରା ଧର ।

ସ୍ୱାର୍ଥପର ସମାଜରେ ବି ଆମ ଦେଶରେ ଏପରି ଅନେକ ଡାକ୍ତର ଅଛନ୍ତି ଯେଉଁମାନେ ନିଃସ୍ୱାର୍ଥପର ଭାବେ ରୋଗୀ ସେବା କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ସିପ୍ରା ଧର । କନ୍ୟା ସୁରକ୍ଷା ପାଇଁ ଅଣ୍ଟା ଭିଡି ଅଭିନବ ପ୍ରୟାସ ଚଳାଇଛନ୍ତି ଡାକ୍ତର ସିପ୍ରା।

Varanasi gynaecologist's act serves as inspiration and lesson to change mindset
asianetnews

ତାଙ୍କ ହସ୍ପିଟାଲରେ କୌଣସି କନ୍ୟା ସନ୍ତାନ ଜନ୍ମ ହେଲେ ତାକୁ ନିଜ ପରିବାରର ଜଣେ ସଦସ୍ୟ ଭଳି ଗ୍ରହଣ କରି ଡାକ୍ତର ସିପ୍ରା ଉତ୍ସବ ପାଳନ କରନ୍ତି । ପୁରା ହସ୍ପିଟାଲରେ ନିଜ ତରଫରୁ ମିଠା ବାଣ୍ଟନ୍ତି । ଯଦି ଅସ୍ତ୍ରୋପଚାର କରି ପ୍ରସବ କରାଯାଏ ତେବେ ଅସ୍ତ୍ରୋପଚାର ପାଇଁ ଟଙ୍କାଟିଏ ବି ନିଅନ୍ତି ନାହିଁ  । ଖାଲି ସେତିକି ନୁହେଁ ମା’ ଓ ନବଜାତ କନ୍ୟା ହସ୍ପିଟାଲରେ ଯେତେ ଦିନ ରୁହନ୍ତୁ ନା କହିଁକି ସେଥିପାଇଁ ମଧ୍ୟ ସେ କିଛି ଅର୍ଥ ନିଅନ୍ତି ନାହିଁ । ଏହାକୁ ନେଇ ସାରା ଉତ୍ତରପ୍ରଦେଶରେ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି । କାରଣ ଏଯାଏଁ ୧୦୦ରୁ ଉର୍ଦ୍ଧ୍ବ କନ୍ୟା ସନ୍ତାନଙ୍କ ଜନ୍ମରେ ନିଜ ତରଫରୁ ସବୁ ଖର୍ଚ୍ଚ ବହନ କରିଛନ୍ତି ଡାକ୍ତର ସିପ୍ରା । ତାଙ୍କର ଏହି ସେବାର ମହକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ଛୁଟିଯାଇଥିଲା । ଉତ୍ତରପ୍ରଦେଶ ଗସ୍ତବେଳେ ମୋଦୀ ଡାକ୍ତର ସିପ୍ରାଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ। ଡାକ୍ତର ସିପ୍ରା ଗରିବ ଝିଅଙ୍କୁ ପାଠ ପଢାଇବାର ଭାର ମଧ୍ୟ ନିଜ କାନ୍ଧକୁ ନେଇଛନ୍ତି ।

The post ଚିନ୍ତାଧାରା ବଦଳାଇବାର ପ୍ରୟାସ: ଶିଶୁକନ୍ୟା ଜନ୍ମ ହେଲେ ଟଙ୍କା ନନେବା ମିଠା ବାଣ୍ଟନ୍ତି ଏହି ଡାକ୍ତର first appeared on Sambad.

from ବିଶେଷ | Sambad https://ift.tt/3sl1z09

Post a Comment

0 Comments