ଅଫେରା ରାଇଜରେ ‘ଫ୍ଲାଇଂ ଶିଖ୍’
ଫ୍ଲାଇଂ ଶିଖ୍ ମିଲଖା ସିଂହ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଫଳରେ ଭାରତୀୟ କ୍ରୀଡ଼ା ଦୁନିଆରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ଅଲିମ୍ପିକ୍ସର ଆଥଲେଟିକ୍ସରୁ ସ୍ବର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ତାଙ୍କ ସ୍ବପ୍ନ ପୂରଣ କରିଥିଲେ। ସେହିଭଳି ଇଂଲଣ୍ଡର ଫୁଟବଲ୍ କଂବଦନ୍ତି କଲିନ୍ ବେଲ୍ ମଧ୍ୟ ଆରପାରିକୁ ଚାଲିଯାଇଥିଲେ।
ଫର୍ମୁଲା ୱାନ୍ରେ ନୂଆ ଅଧ୍ୟାୟ
୭ଥର ବିଶ୍ବବିଜେତା ତଥା ମର୍ସିଡିଜ୍ ଚାଳକ ଲୁଇସ୍ ହାମିଲଟନ୍ଙ୍କୁ ପଛରେ ପକାଇ ରେଡ୍ବୁଲ୍ର ମ୍ୟାକ୍ସ ଭର୍ସ୍ତାପେନ୍ ଫର୍ମୁଲା ୱାନର ନୂଆ ବିଜେତା ଭାବେ ଉଭା ହୋଇଥିଲେ। ପ୍ରଥମ ଥର ପାଇଁ ସେ ଚାଳକ ମୁକୁଟ ଜିତିଥିଲେ। ଦଳଗତ ଭାବେ କିନ୍ତୁ ମର୍ସିଡିସ୍ କିନ୍ତୁ ପୁଣି ଥରେ ବିଜେତା ହୋଇଥିଲା।
ଏମିତି ନଥିଲା ଆଇପିଏଲ୍
ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍ ‘ ଆଇପିଏଲ୍’ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା। ପ୍ରଥମଟି ଭାରତରେ ଖେଳାଯିବା ପରେ ଶେଷ ପର୍ଯ୍ୟାୟ ୟୁଏଇରେ ସମାପ୍ତ ହୋଇଥିଲା। କଠୋର ଜୈବ ବଳୟ ଭିତରେ ଖେଳାଯାଇଥିବା ଦ୍ବିତୀୟ ପର୍ଯ୍ୟାୟ ଶେଷକୁ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଚେନ୍ନାଇ ସୁପରକିଙ୍ଗ୍ସ ଚତୁର୍ଥ ଥର ବିଜେତା ହୋଇଥିଲା।
ଧାୱନ-ଆୟେଶା ବିଛେଦ
ଭାରତୀୟ କ୍ରିକେଟର ଶିଖର ଧାୱନ ଓ ପତ୍ନୀ ଆୟେଶା ଧାୱନ ଅଲଗା ହୋଇଥିଲେ। ଫଳରେ କ୍ରିକେଟ୍ ଜଗତରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।
ନୀଳକାନ୍ତଙ୍କ ନୂଆ ଜୀବନ
ହକି ତାରକା ନୀଳକାନ୍ତ ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେହିଭଳି କ୍ରିକେଟର ଯଶପ୍ରୀତ ବୁମ୍ରା, ବିଜୟ ଶଙ୍କର, ଆଦାମ ଜାମ୍ପା ଓ ଜୟଦେବ ଉନାଦକଟଙ୍କ ଭଳି ଖେଳାଳି ହାତକୁ ଦୁଇହାତ ହୋଇଥିଲେ।
ମିଷ୍ଟର ଥ୍ରୀ ସିକ୍ଷ୍ଟିଙ୍କ ସନ୍ୟାସ
ମିଷ୍ଟର ଥ୍ରୀ ସିକ୍ସଷ୍ଟି ଏବି ଡିଭିଲିୟର୍ସ ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ନେଇଥିଲେ। ଲସିଥ ମାଲିଙ୍ଗା, ଡେଲ୍ ଷ୍ଟେନ୍, େଡ୍ବନ୍ ବ୍ରାଭୋ ପ୍ରମୁଖ କ୍ରିକେଟ୍ ଜୀବନରେ ପୂର୍ଣ୍ଣଛେଦ ଟାଣିଥିଲେ।
ମେସି-ବାର୍ସେଲୋନା ବିଛେଦ
ଆର୍ଜେଣ୍ଟିନା ଫୁଟବଲ୍ କଂବଦନ୍ତି ଲିଓନେଲ ମେସି ନିଜ ପ୍ରିୟ ଦଳ ବାର୍ସେଲୋନା ଛାଡ଼ିଥିଲେ। ବାର୍ସେଲୋନା ଛାଡ଼ିବା କଥା ଘୋଷଣା କଲା ବେଳେ ୧୮ ବର୍ଷ ବୟସରୁ ଏହି କ୍ଲବ୍ ପକ୍ଷରୁ ଖେଳି ଆସୁଥିବା ମେସି କାନ୍ଦି ପକାଇଥିଲେ। ବାର୍ସେଲୋନା ପାଇଁ ମେସି ୪୫ ଟ୍ରଫି ଜିତିଥିଲା ବେଳେ ୬୭୦ ଗୋଲ୍ ଦେଇଥିଲେ।
ରଣଜୀ ଟ୍ରଫି ପ୍ରଥମ ଥର ବାତିଲ
୮୭ ବର୍ଷର ଗୌରବମୟ ଇତିହାସରେ ପ୍ରଥମ ଥର କରୋନା କଟକଣା ପାଇଁ ଘରୋଇ କ୍ରିକେଟ୍ର ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତା ରଣଜୀ ଟ୍ରଫି ବାତିଲ ହୋଇଥିଲା। ୧୯୩୪ ମସିହା ପରେ ଏହି ପ୍ରତିଯୋଗିତା ନିରବଚ୍ଛିନ୍ନ ଭାବେ ଖେଳହୋଇ ଆସୁଥିଲା।
ଟେନିସ୍କୁ ମିଳିଲା ଭବିଷ୍ୟତ ତାରକା
ୟୁଏସ୍ ଓପନ୍ରେ ଦୁଇ ତରୁଣୀ ଏମା ରାଦୁକାନୁ ଏବଂ ଲିଲାହ ଫର୍ଣ୍ଣାଣ୍ଡିଜ୍ଙ୍କ ଲଢ଼େଇ ଏକୋଇଶ ଟେନିସ୍ କୋର୍ଟର ପ୍ରମୁଖ ଆକର୍ଷଣ ଥିଲା। ଶେଷରେ ୧୯ ବର୍ଷୀୟା ରାଦୁକାନୁ ବିଜେତା ମୁକୁଟ ପିନ୍ଧିଥିଲେ। ବିଶ୍ବ ଟେନିସ୍କୁ ତା’ର ଭବିଷ୍ୟତ ତାରକା ମିଳିଯାଇଥିଲା। ବର୍ଷକ ପରେ ଫେରିଥିବା ୱିମ୍ବଲିଡନ୍ ଓପନରେ ଆସଲେ ବାର୍ଟି, ଫ୍ରେଞ୍ଚ ଓପନରେ ବାର୍ବରା କ୍ରାଇକୋଭା ଓ ଅଷ୍ଟ୍ରେଲିଆ ଓପନରେ ନାଓମି ଓସାକା ବିଜୟିନୀ ହୋଇଥିଲେ। ପୁରୁଷର ଚାରିଟି ଗ୍ରାଣ୍ଡସ୍ଲାମ୍ରୁ ତିନିଟି (ଅଷ୍ଟ୍ରେଲିଆନ୍ ଓପନ୍, ଫ୍ରେଞ୍ଚ୍ ଓପନ୍, ୱିମ୍ବଲଡନ୍ ଓପନ୍)ରେ ନୋଭାକ ଜୋକୋଭିକ ବିଜୟୀ ହୋଇଥିଲେ। ୟୁଏସ୍ ଓପନରେ ରୁଷିଆର ଡାନିଲ ମେଦଭେଦେଭ ବାଜି ମାରିନେଇଥିଲେ।
ଆର୍ଜେଣ୍ଟିନା ଜିତିଲା କୋପା
ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବ୍ରାଜିଲକୁ ହରାଇ ଆର୍ଜେଣ୍ଟିନା କୋପା ଆମେରିକା ଫୁଟବଲ୍ ଜିତି ଲିଓନେଲ୍ ମେସିଙ୍କୁ ଦେଇଥିଲା ପ୍ରଥମ ପ୍ରମୁଖ ଟ୍ରଫି ଉପହାର। ସେପଟେ ଇଟାଲି ୟୁରୋ କପ୍ରେ ବିଜେତା ହୋଇଥିଲା।
The post ଆଇନାରେ ୨୦୨୧: କ୍ରୀଡ଼ା ଦୁନିଆରେ ଏକୋଇଶର ପ୍ରତିବିମ୍ବ first appeared on Sambad.ବିଶ୍ବାସର ବାଇଶି
ଏକୋଇଶର ଶେଷ ଆଡ଼କୁ କ୍ରୀଡ଼ା ଆକାଶରେ ଅନେକ ଉଜ୍ଜ୍ବଳ ତାରକା ଉଦୟ ହେବା ପରେ ବାଇଶିରେ ମଧ୍ୟ ଏହି ଧାରା ବଳବତ୍ତର ରହିବାର ବିଶ୍ବାସ ଜନ୍ମିଛି। ବାଇଶିର କ୍ରୀଡ଼ା କ୍ୟାଲେଣ୍ଡର ମଧ୍ୟ ବହୁ ବିଶ୍ବସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଭରି ରହିଛି। ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍ଠାରୁ ଆରମ୍ଭ କରି ନ୍ୟୁଜିଲାଣ୍ଡରେ ମହିଳା ଦିନିକିଆ ବିଶ୍ବକପ୍। ସେହିଭଳି କାତାରରେ ଫୁଟବଲ୍ ବିଶ୍ବକପ୍ ଏବଂ ସ୍ପେନ୍ ଓ ନେଦରଲାଣ୍ଡ୍ସରେ ମହିଳା ହକି ବିଶ୍ବକପ୍ର ଆୟୋଜନ କ୍ରୀଡ଼ାପ୍ରେମୀଙ୍କୁ ଅପେକ୍ଷା କରିରହିଛି। ବିଶ୍ବ ୨୦ ବର୍ଷରୁ କମ୍ ଦୌଡ଼କୁଦ, ଏସୀୟ ପାରା କ୍ରୀଡ଼ା ଭଳି ପ୍ରତିଯୋଗିତା ମଧ୍ୟ ଆସନ୍ତାବର୍ଷ ଦେଖିବାକୁ ମିଳିବ।
from ବିଶେଷ | Sambad https://ift.tt/3FsKIfX



0 Comments