
ଚେନ୍ନାଇ: ୟୁଟ୍ୟୁବରୁ ଭିଡିଓ ଦେଖି ଶିଖିଲା ଓ ପ୍ରାୟ ୧୦କୋଟି ଟଙ୍କାର ସୁନା-ହୀରା ଅଳଙ୍କାର ଲୁଟିଲା | ଲଗାତାର କିଛି ଦିନର ପରିଶ୍ରମ ପରେ ତାମିଲନାଡୁ ଭେଲୋର ପୁଲିସ ଏମିତି ଏକ ଚୋରକୁ ଧରିଛି ଯିଏ କି ପ୍ରଥମ ଚୋରି କରି ପୁଲିସକୁ ଚକମା ଦେବାରେ ଲାଗିଥିଲା | ସୁନା ଚୋରି କରିଥିବା ତୀଖାରାମ ବାବଦରେ ପୁଲିସ କହିଛି ଯେ ୟୁଟ୍ୟୁବ ଭିଡିଓରୁ କିଭଳି ଚୋରି କରିବ ସିଏ ଶିଖିଥିଲା | କେବଳ ଏତିକି ନୁହେଁ ବରଂ କିଭଳି କୌଣସି ସୁରାକ ଛାଡ଼ିବେ ନାହିଁ ଓ ସୁନାକୁ ତରଳାଇବେ ସେବାବଦରେ ମଧ୍ୟ ୟୁଟ୍ୟୁବରୁ ଶିଖିଥିଲା | ସୂଚନା ମୁତାବକ ତାମିଲନାଡୁ ଭେଲୋରର ଏକ ଅଳଙ୍କାର ଦୋକାନରେ ଡିସେମ୍ବର ୧୫ରେ ଏକ ବଡ ଚୋରି ହୋଇଥିଲା | ଚୋର ୧୫.୯ କିଲୋଗ୍ରାମ ସୁନା ଚୋରି କରିନେଇଯାଇଥିଲା |
ତାମିଲନାଡୁ ପୁଲିସର ସୂଚନା ମୁତାବକ ଡିସେମ୍ବର ୧୫ରେ, ଭେଲୋରର କାଟପାଡି ରୋଡରେ ଥିବା ଜୋସ୍ ଆଲୁକ୍କାସ୍ ଅଳଙ୍କାର ଦୋକାନରୁ ୧୫.୯ କିଲୋ ସୁନା ଅଳଙ୍କାର ଚୋରି ହୋଇଥିଲା। ତୀଖାରାମ ଅଳଙ୍କାର ଦୋକାନର କାନ୍ଥରେ ଏକ ଗାତ ଖୋଳିବାକୁ ପ୍ରାୟ ୧୦ ଦିନ ସମୟ ନେଇଥିଲା, ଯେପରି କୌଣସି ଶବ୍ଦ ଶୁଣାଯିବ ନାହିଁ। ଏହା ପରେ ସେ ଦୋକାନରେ ଏକ ବାଘ ମୁଖା ପିନ୍ଧି ପଶିଥିଲା | ସିସିଟିଭି କ୍ୟାମେରା ଗୁଡିକରେ ରଙ୍ଗ ମାରିବା ପରେ ଲୁଟ କରିଥିଲା | ଏହା ପରେ ଫେରାର ହୋଇଯାଇଥିଲା | ତୀଖାରାମ ୟୁଟ୍ୟୁବ୍ ଭିଡିଓରୁ ଶିଖୁଥିବା ସରଳ ପଦ୍ଧତି ଉପରେ ନିର୍ଭର କରି ନିଜର ପରିଚୟ ଲୁଚାଇବା ପାଇଁ କୌଣସି ବି ସୁରାକ ଛାଡ଼ିନଥିଲା | ଏହି ଚୋରକୁ ଧରିବା ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥିଲା |
ଏଥିପାଇଁ ଭେଲୋର ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା | ୫ ଜଣ ଡିଏସ୍ପି,୧୦ ଜଣ ଇନ୍ସପେକ୍ଟର ଓ ୧୦୦ ଜଣ ପୁଲିସ କର୍ମଚାରୀଙ୍କୁ ନେଇ ଟିମ ଗଠନ କରାଯାଇଥିଲା | ପ୍ରାୟ ୨୦୦ ସିସିଟିଭି ରେକର୍ଡିଂ ଯାଞ୍ଚ କରିବା ପରେ ପୁଲିସର ସ୍ୱତନ୍ତ୍ର ଟିମ୍ ସନ୍ଦିଗ୍ଧଙ୍କ ତାଲିକା ପ୍ରସ୍ତୁତ କରିବାରେ ସକ୍ଷମ ହୋଇଥିଲେ, ଯାହା ପରେ ବିଭିନ୍ନ ରାଜ୍ୟରେ ଅପରାଧିକ ରେକର୍ଡ ସହିତ କ୍ରସ-ଚେକ୍ କରାଯାଇଥିଲା | ତେବେ ପାଞ୍ଚ ଦିନର ତଦନ୍ତ ପରେ ପୁଲିସ ତାକୁ ଧରିଛି। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୪୫୭ ଏବଂ ୩୮୦ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି | ତାମିଲନାଡୁ ପୁଲିସ କହିଛି ଯେ ତୀଖାରାମ ଶୀଘ୍ର ଧନୀ ହେବାକୁ ଚାହୁଁଥିଲା ଏବଂ ସେଥିପାଇଁ ୧୦ କୋଟି ଟଙ୍କା ମୂଲ୍ୟର ସୁନା ଏବଂ ହୀରା ଅଳଙ୍କାର ଚୋରି କରିଥିଲା |
The post ୟୁଟ୍ୟୁବରୁ ଟ୍ରେନିଂ ନେଇ ଚୋରି କଲା ୧୫ କିଲୋଗ୍ରାମର ସୁନାଗହଣା, ୨୨ ବର୍ଷୀୟ ଚୋରକୁ ଧରିବାକୁ ନାକେଦମ ହେଲା ପୁଲିସ first appeared on Sambad.from ବିଶେଷ | Sambad https://ift.tt/33SxScZ

0 Comments