
ନୂଆଦିଲ୍ଲୀ: ‘ଫାୟାର ପାନ’ ପରେ ଏବେ ‘ଫାୟାର ଗୁପଚୁପ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଫାୟାର ଗୁପଚୁପର ସ୍ବାଦ ଚାଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ି ଯାଇଛି।
ଫାୟାର ଗୁପଚୁପ ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ପ୍ରଶ୍ନ କରିଛନ୍ତି କି ଦୋକାନୀ ଗୁପଚୁପ ପାଣିରେ କିପରି ନିଆଁ ଲଗାଇ ପାରୁଛନ୍ତି।
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି କି, ରାସ୍ତା ପାର୍ଶ୍ବରେ ଏକ ଗୁପଚୁପ ଦୋକାନ ରହିଛି। ଏହି ଦୋକାନରେ ଜଣେ ଯୁବତୀ ଗୁପଚୁପ ଖାଇବା ପାଇଁ ଛିଡ଼ା ହୋଇଛନ୍ତି। ଏହି ସମୟରେ ଦୋକାନୀ ଗୁପଚୁପରେ ଲାଇଟର ସାହାଯ୍ୟରେ ନିଆଁ ଲଗାଇଉଥିବା ଦେଖିବାକୁ ମିଳୁଛି। ଏହାପରେ ନିଆଁଲାଗିଥିବା ଗୁପଚୁପକୁ ଦୋକାନୀ ସିଧାସଳଖ ଯୁବତୀଙ୍କ ପାଟିରେ ପୂରାଇ ଦେଉଛନ୍ତି।
View this post on Instagram
ଆପଣ ଭିଡିଓ ଦେଖି ଯୁବତୀଙ୍କ ପ୍ରତିକ୍ରିୟା ଜାଣିପାରିବେ । ଯଦିଓ ଏହି ଭିଡିଓଟି ବହୁତ ଛୋଟ, କିନ୍ତୁ ଖାଇବା ପରେ ଯୁବତୀ ବହୁତ ଖୁସି ହୋଇ ଯାଇଥିବା ଜଣାପଡ଼ୁଛି। ବର୍ତ୍ତମାନ ଲୋକମାନେ ଏହି ଭିଡିଓ କେଉଁଠିକାର ତାହା ଜାଣିବାକୁ ଆଗ୍ରହୀ ହେଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଗୁଜୁରାଟର ଅହମ୍ମଦାବାଦର ବୋଲି କୁହାଯାଉଛି।
The post ‘ଫାୟାର ପାନ’ ପରେ ଏବେ ଆସିଲା ‘ଫାୟାର ଗୁପଚୁପ’; ସ୍ବାଦ ଚାଖିବା ପାଇଁ ଲୋକଙ୍କ ମଧ୍ୟରେ ବଢ଼ୁଛି ଆଗ୍ରହ first appeared on Sambad.from ବିଶେଷ | Sambad https://ift.tt/3DuolVk
0 Comments