
ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଫୋନ ଏକ ନିହାତି ଆବଶ୍ୟକୀୟ ଜିନିଷ ପାଲଟିଗଲାଣି । ହାତରେ ସ୍ମାର୍ଟଫୋନଟିଏ ନଥିଲେ ସବୁକିଛି ଅସମ୍ଭବ ଭଳି ଲାଗେ । ଏହାସହିତ ଫୋନରେ ଗୁଗୁଲ-ପେ, ଫୋନ-ପେ ଏବଂ ପେଟିଏମ ନଥିଲେ ତ କଥା ସରିଲା । ତେଣୁ ଆଜିକାଲି ପ୍ରାୟ ସମସ୍ତେ ଫୋନ ବ୍ୟବହାର ସହ ଫୋନ-ପେ, ଗୁଗୁଲ-ପେ ଏବଂ ପେଟିଏମ୍ ଭଳି ଆପ୍ଲିକେସନକୁ ବ୍ୟବହାର କରୁଛନ୍ତି । ସହଜରେ ଟଙ୍କା ନେଣଦେଣ ପାଇଁ ଏହି ଆପ୍ଲିକେସନ ଗୁଡିକ ଅଧିକାଶଂରେ ସହାୟକ ହେଉଛି । କିନ୍ତୁ ମୋବାଇଲରେ ଗୁଗୁଲ-ପେ, ପେଟିଏମ୍ ଭଳି ଆପ୍ଲିକେସନ ଯେତିକି ସହାୟକ ହୋଇଥାଏ, ଏଥିରେ ସେତିକି ବିପଦ ମଧ୍ୟ ରହିଥାଏ । ଯଦି ଗୁଗୁଲ-ପେ, ପେଟିଏମ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ମୋବାଇଲ ହଜିଯାଏ କିମ୍ବା ଚୋରି ହୋଇଯାଏ ତାହେଲେ ଆକାଉଣ୍ଟରୁ ଟଙ୍କା ଚାଲିଯିବାର ଭୟ ରହିଥାଏ । ଯଦି ଏଭଳି କିଛି ଆପଣଙ୍କ ସହ ଘଟେ, ତାହେଲେ କ’ଣ କରିବେ? କେମିତି ଗୁଗୁଲ-ପେ ଏବଂ ପେଟିଏମ ଆକାଉଣ୍ଟକୁ ଚୋରି ହୋଇଯାଇଥିବା ମୋବାଇଲରୁ ଡିଲିଟ୍ କରିବେ? ଆସନ୍ତୁ ଜାଣିବା…
ଯଦି ଆପଣଙ୍କ ଫୋନ ଚୋରି ହୋଇଯାଇଛି ଏବଂ ଆପଣ ସେଥିରେ ଥିବା ପେଟିଏମ୍ ଆକାଉଣ୍ଟକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି ତାହେଲେ, ପ୍ରଥମେ ଆପଣଙ୍କୁ ଅନ୍ୟ ଏକ ଡିଭାଇସରେ ପେଟିଏମକୁ ଡାଉନଲୋଡ କରି ସେଥିଲେ ଆପଣଙ୍କ ପୁରୁଣା ୟୁଜର ନେମ୍, ପାସୱାର୍ଡ ଏବଂ ନମ୍ବର ଦେବାକୁ ହେବ । ଆକାଉଣ୍ଟ ଖୋଲିବା ପରେ ୟୁଜର୍ସଙ୍କୁ ପ୍ରଥମେ ହୋମ୍ ମେନ୍ୟୁ ଯିବାକୁ ହେବ । ସେଠାରୁ ପ୍ରୋଫାଇଲ ସେଟିଂକୁ ଯାଇ ସିକ୍ୟୁରିଟି ଏବଂ ପ୍ରାଇଭେସି ସେକ୍ସନକୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ‘ମ୍ୟାନେଜ୍ ଆକାଉଣ୍ଟ ଅଫ୍ ଅଲ ଡିଭାଇସ୍’ ଅପସନକୁ ଯାଇ ଆକାଉଣ୍ଟକୁ ଲଗଆଉଟ୍ କରିବାକୁ ପଡିବ । ଧ୍ୟାନ ରଖିବେ, ଆକାଉଣ୍ଟ ଲଗଆଉଟ୍ କରିବା ସମୟରେ ସିଷ୍ଟମ୍ ପଚାରିବ, ‘କଣ ଆପଣ ସତରେ ଏପରି କରିବାକୁ ଚାହୁଁଛନ୍ତି? ଯଦି ୟୁଜର୍ସ ଏଥିରେ ରାଜି ତାହେଲେ ‘ୟସ୍’ ବଟନକୁ ସିଲେକ୍ଟ କରିପାରିବେ ।
ଯଦି ଆଉକାଉଣ୍ଟ ବ୍ଲକ୍ କରିବାରେ କୌଣସି ବି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ପେଟିଏମର ହେଲ୍ଫଲାଇନ୍ ନମ୍ବର ୦୧୨୦୪୪୫୬୪୫୬ ନମ୍ବରକୁ କଲ କରି ପରାମର୍ଶ ନେଇପାରିବେ । ଏହା ବ୍ୟତିତ ପେଟିଏମ୍ ୱେବସାଇଟରେ ‘ରିପୋର୍ଟ ଏ ଫ୍ରଡ୍’ ଅପସନ୍ ଉପରେ କ୍ଲିକ୍ କରିପାରିବେ । ପେଟିଏମ୍ ମାଧ୍ୟମରେ ଆମେ ଛୋଟ ଆମାଉଣ୍ଟଠୁ ଆରମ୍ଭ କରି ବଡ ଆମାଉଣ୍ଟର ନେଣଦେଣ କରିପାରିଥାଉ । ସପିଙ୍ଗ୍ ହେଉ କି ହୋଟେଲରେ ଖାଇ ପେମେଣ୍ଟ କରିବା କଥା ହେଉ, ସବୁଠି ପେଟିଏମ୍ ଏବଂ ଗୁଗୁଲ-ପେ’ର ବ୍ୟବହାର କରିଥାନ୍ତି ଲୋକେ । ଏପରି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଚା’ ପିଇସାରି ୫ଟଙ୍କା ରୁ ୧୦ ଟଙ୍କା ମଧ୍ୟ ପେଟିଏମ ସାହାଯ୍ୟରେ ପେମେଣ୍ଟ କରିଥାନ୍ତି । ଆଉ ଏଭଳି ପରିସ୍ଥିତିତିରେ ମୋବାଇଲ ହଜିଗଲେ ଏହି ନିୟମକୁ ଆପଣାଇ ଚୋରି ହୋଇଯାଇଥିବା ଫୋନରେ ଖୋଲାଯାଇଥିବା ଆକାଉଣ୍ଟକୁ ଡିଲିଟ୍ କରିପାରିବେ ଏବଂ ଅନ୍ୟ ଡିଭାଇସରେ ପେଟିଏମ୍ ଆକାଉଣ୍ଟ ଖୋଲି ପୁଣି ପେମେଣ୍ଟ କରିପାରିବେ ।
The post ଫୋନ୍ ଚୋରି ହୋଇଗଲେ ଏହିଭଳି ଭାବେ ପେଟିଏମ୍ ଓ ଗୁଗୁଲ-ପେ’କୁ କରନ୍ତୁ ଡିଲିଟ୍ first appeared on Sambad.from ବିଶେଷ | Sambad https://ift.tt/3poB9Ys
0 Comments