
ନୂଆଦିଲ୍ଲୀ: ଡେଟରେ ୪ଜଣ ସାଙ୍ଗଙ୍କୁ ନେଇ ହଟହଟା ହେଲେ ପ୍ରେମିକ | ପ୍ରେମିକା ସହ ଏକା ଦେଖା ହେବା ପାଇଁ ଯିବା ପରିବର୍ତ୍ତେ ୪ଜଣ ସାଙ୍ଗକୁ ନେଇ ଯିବା ପଡିଲା ମହଙ୍ଗା | ୨୮ ବର୍ଷୀୟ ପେଗି ଏକ ଭିଡିଓକୁ ନିଜ ଟିକଟକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତାଙ୍କ ପ୍ରେମିକ ଏବଂ ନିଜର ପ୍ରଥମ ଡେଟ ବିଷୟରେ କହିଛନ୍ତି |
ଭିଡିଓ ମୁତାବକ, ପେଗି ନିଜ ବନ୍ଧୁମାନଙ୍କ ସହ ଏକ କ୍ଳବକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ଭେଟିଥିଲେ | ଯୁବକଜଣଙ୍କ ପସନ୍ଦ ଆସିବାରୁ ଦୁହେଁ ଡେଟରେ ଯିବାକୁ ସ୍ଥିର କରିଥିଲେ | ପ୍ରଥମ ଡେଟରେ ପେଗି ନିଜ ପ୍ରେମିକ ସହ ସ୍ମରଣୀୟ ସମୟ ବିତାଇବେ ବୋଲି ଭାବି ସଜ ହୋଇ ହୋଟେଲରେ ପହଞ୍ଚିଥିଲେ | ସେଠାରେ ପହଞ୍ଚିବା ପରେ ପ୍ରେମିକଙ୍କ କାମ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏକା ଆସିବା ପରିବର୍ତ୍ତେ ୪ଜଣ ସାଙ୍ଗଙ୍କୁ ଧରି ପ୍ରେମିକ ଆସିଥିବା ଦେଖି ରାଗିଜିବା ସହ ପେଗି ସେଠାରୁ ଚାଲିଯିବାକୁ ସ୍ଥିର କରିଥିଲେ | ହେଲେ ଏତିକିବେଳେ ପ୍ରେମିକର ୪ଜଣ ସାଙ୍ଗଙ୍କ ମଧ୍ୟରୁ ଜଣେ ପେଗିଙ୍କୁ ପସନ୍ଦ ଆସିଥିଲା | ସେଠାରୁ ଆସିବା ପରେ ପ୍ରଥମ ପ୍ରେମିକକୁ ଭୁଲି ସେ ପ୍ରେମିକାର ସାଙ୍ଗକୁ ଡେଟ କରିବା ଆରମ୍ଭ କରିଥିଲେ | ପେଗିଙ୍କ ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଥିବା ବେଳେ ଲୋକେ ଏଥିରେ ମଜାଦାର କମେଣ୍ଟ ଦେବାରେ ଲାଗିଛନ୍ତି |
The post ଡେଟରେ ୪ଜଣ ସାଙ୍ଗଙ୍କୁ ନେଇ ଯାଇଥିଲା ପ୍ରେମିକ, ପ୍ରେମିକା କଲା ଏଭଳି କାମ first appeared on Sambad.
from ବିଶେଷ | Sambad https://ift.tt/3rz2U3f
0 Comments