
ରାଜକୋଟ: ଏକବିଂଶ ଶତାବ୍ଦୀରେ, ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ଦକ୍ଷତାକୁ ପ୍ରମାଣ କରିବା ସହ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି। ଅନେକ ମହିଳା ନିଜର ସ୍ବପ୍ନକୁ ନିଜ ରୋଜଗାରର ମାଧ୍ୟମ କରି ଅନ୍ୟପାଇଁ ଉଦାହରଣ ସୃଷ୍ଟି କରୁଥିବା ଦେଖାଯାଉଛି। ଆଜି ଆମେ ଆପଣଙ୍କୁ ଗୁଜୁରାଟର ଜଣେ ସେଭଳି ମହିଳାଙ୍କ ସହ ପରିଚିତ କରାଇକୁ , ଯିଏ ପରିବାରର ବିରୋଧ ସତ୍ତ୍ବେ ନିଜ ମନ ମୁତାବକ ପେସା ବାଛି ଆଜି ଚର୍ଚ୍ଚିତ ହୋଇଛନ୍ତି। ଏଠାରେ ଆମେ ଗୁଜୁରାଟର ରାଜକୋଟ ସହରରେ ରହୁଥିବାା ନିଶା ହୁସେନଙ୍କ କଥା କହୁଛୁ। ନିଶା କମ୍ପ୍ୟୁଟର ଅପରେଟର ଭାବରେ କାମ କରୁଥିବା ବେଳେ ପରେ ସେ ଚାକିରି ଛାଡି ଚା’ ବିକିବା ଆରମ୍ଭ କରିଥିଲେ। ପ୍ରଥମେ ତାଙ୍କୁ କେହି ସମର୍ଥନ କରିନଥିବା ପରେ ଆଜି ସେ ରାଜକୋଟର ଚାଏବାଲୀ ନାଁରେ ଚର୍ଚ୍ଚିତ ହୋଇଛନ୍ତି। ସେ ‘ଦି ଚାଏଲାଣ୍ଡ’ ନାମକ ଏକ ଚା’ କାଫେ କରିଥିବା ସହ ସେଠାରେ ସେ ୧୦ପ୍ରକାରର ଚା’ ତିଆରି କରନ୍ତି ବୋଲି ଜଣାପଡ଼ିଛି।
ସୂଚନା ମମୁତାବକ, ଦ୍ୱାଦଶ ପାସ୍ କରିବା ପରେ ନିଶା ରାଜକୋଟ ସବ୍-ରେଜିଷ୍ଟ୍ରାର ଅଫିସରେ କମ୍ପ୍ୟୁଟର ଅପରେଟର ଭାବରେ କାମ କରୁଥିଲେ। କିନ୍ତୁ, ସେହି କାମ କରି ତାଙ୍କୁ ଖୁସି ମିଳୁନଥିବାରୁ ସେ ଚାକିରି ଛାଡ଼ିବାକୁ ସ୍ଥିର କରିଥିଲେ। ଏହା ପରେ ଛୋଟ ବେଳୁ ଚା’ ତିଆରି କରିବାକୁ ପସନ୍ଦ କରୁଥିବା ନିଶା ଚା’ ଦୋକାନ କରିବେ ବୋଲି ଭାବିଥିଲେ। କିନ୍ତୁ ବ୍ୟବସାୟ କରିବା ପାଇଁ ତାଙ୍କର ଉଭୟ ଅଭିଜ୍ଞତା ଏବଂ ଟଙ୍କା ନଥିଲା। ବ୍ୟବସାୟ ବିଷୟରେ ଜାଣିବା ପାଇଁ ସେ ‘ଚା ପୋଷ୍ଟ’ ନାମକ ଏକ କାଫେରେ କିଛି ଦିିନ କାମ କରିଥିଲେ। ୨୦୧୮ମସିହାରେ, ନିଶା ନିଜ ଚାକିରିରୁ ରୋଜଗାର କରିଥିବା ୨୫୦୦୦ଟଙ୍କା ସହିତ ନିଜର ଏକ ଚା ’ଷ୍ଟଲ୍ ‘ଚାଏଲାଣ୍ଡ’ ଆରମ୍ଭ କରିଥିଲେ। ତାଙ୍କର ଏହି କାମକୁ ପରିବାର ଲୋକେ ପସନ୍ଦ ନକରିବା ସହ ତାଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ। ହେଲେ ହାର ମାନିନଥିଲେ ନିଶା।
ପ୍ରଥମେ ତାଙ୍କ ଦୋକାନଙ୍କୁ ବେଶି ଲୋକ ଆସୁନଥିବାରୁ ଲଗାତାର ୧୫ଦିନ ତାଙ୍କୁ ତିଆରି ହୋଇଥିବା ଚା’ ଫିଙ୍ଗିବାକୁ ପଡ଼ିଥିଲା। ହେଲେ ଜଣେ ଗ୍ରାହକ ନିଶାଙ୍କ ଚା’ର ପ୍ରଶଂସା କରି ଇନଷ୍ଟାରେ ପୋଷ୍ଟ କରିବା ପରେ ତାଙ୍କର ଭାଗ୍ୟ ଚମକିଥିଲା। ଦିନକୁ ଦିନ ଲୋକଙ୍କ ସଂଖ୍ୟା ବଢ଼ିବା ସହ ତାଙ୍କ ଚା’ର ଲୋକପ୍ରିୟତା ବି ବଢ଼ିଥିଲା। ପ୍ରଥମେ ସେ ୩ପ୍ରକାର ଚା’ ତିଆରି କରୁଥିବା ବେଳେ ଏବେ ତାଙ୍କ ଷ୍ଟଲରେ ୧୦ଟି ଭିନ୍ନ ସ୍ୱାଦର ଚା’ ତିଆରି କରାଯାଉଛି। ଚା’ ତିଆରି କରି ନିଶା ମାସକୁ ୪୫୦୦୦ପର୍ଯ୍ୟନ୍ତ ଆୟ କରୁଥିବା କହିଛନ୍ତି। ଏମିତି କି ତାଙ୍କ ପରିବାର ମଧ୍ୟ ନିଶାଙ୍କ ଏହି କାମକୁ ନେଇ ବେଶ ଖୁସି ଅଛନ୍ତି।
The post ଚାକିରି ଛାଡ଼ି ୧୦ପ୍ରକାର ଚା’ ବିକୁଛନ୍ତି ନିଶା, ମାସକୁ କରୁଛନ୍ତି ଏତିକି ଟଙ୍କା ରୋଜଗାର first appeared on Sambad.from ବିଶେଷ | Sambad https://ift.tt/3pPUm5p
0 Comments