ବରଫ ହ୍ରଦରେ ଫସି ମୃତ୍ୟୁକୁ ଅପେକ୍ଷା କରିଥିଲା କୁକୁର, ଦେବଦୂତ ସାଜି ପହଞ୍ଚିଲେ ୨ପୁଲିସକର୍ମୀ

ନୂଆଦିଲ୍ଲୀ: କୁକୁର ପାଇଁ ଜୀବନକୁ ବାଜି ଲଗାଇଲେ ଓ ଲୋକଙ୍କ ହୃଦୟ ଜିତିଲେ। କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ୨ଜଣ ପୁଲିସକର୍ମୀ ଏକ ବରଫ ହ୍ରଦକୁ ଡେଇଁ ଏକ କୁକୁରର ଜୀବନ ବଞ୍ଚାଉଛନ୍ତି। ୨ଜଣ ପୁଲିସକର୍ମୀଙ୍କ ଏଭଳି କାମ ଏବେ ଦୁହିଁଙ୍କୁ ପ୍ରଶଂସାର ପାତ୍ର ବନାଇଛି।

ସୂଚନା ମୁତାବକ, ଭିଡିଓଟି ସ୍ପେନର ବୋଲି କୁହାଯାଉଛି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଦୁଇଜଣ ପୁଲିସ କୁକୁରକୁ ବଞ୍ଚାଇବା ପାଇଁ ବରଫ ହ୍ରଦରେ ପ୍ରବେଶ କରୁଛନ୍ତି। ହ୍ରଦରେ ଫସି ରହିଥିବା କୁକୁରକୁ ଉଦ୍ଧାର କରିବାକୁ ୨ପୁଲିସ କର୍ମଚାରୀ ଖୁବ ଚେଷ୍ଟା କରୁଛନ୍ତି। ଜଣେ ପୁଲିସକର୍ମୀ ଏକ ବାଉଁଶ ସହାୟତାରେ କୁକୁର ପାଖକୁ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟଜ‌ଣେ ପୁଲିସକର୍ମୀ ତାଙ୍କୁ ସାହାଯ୍ୟ କରୁଛନ୍ତି।

ଏହି ଘଟଣା ବିଷୟରେ ଜଣାଇବାକୁ ଯାଇ ସ୍ପେନ ପୁଲିସ କହିଛି ଯେ, କୁକୁରଟି ପୂର୍ବ ସ୍ପେନର କାନଫ୍ରାଙ୍କ ହ୍ରଦରେ ଘଣ୍ଟା ଘଣ୍ଟା ଧରି ଫସି ରହିବା ପରେ ଦୁଇ ପୁଲିସକର୍ମୀ କୁକୁରକୁ ଉଦ୍ଧାର କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏବେ ୨ଜଣଙ୍କ କାମକୁ ପ୍ରଶଂସା କରୁଛନ୍ତି।

The post ବରଫ ହ୍ରଦରେ ଫସି ମୃତ୍ୟୁକୁ ଅପେକ୍ଷା କରିଥିଲା କୁକୁର, ଦେବଦୂତ ସାଜି ପହଞ୍ଚିଲେ ୨ପୁଲିସକର୍ମୀ first appeared on Sambad.

from ବିଶେଷ | Sambad https://ift.tt/3m1jPYq

Post a Comment

0 Comments