
ନୂଆଦିଲ୍ଲୀ: ପାକିସ୍ତାନକୁ ଫେରିବା ପାଇଁ ଅପେକ୍ଷା କରି ଅଟ୍ଟାରୀ ସୀମାରେ ଥିବା ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଜନ୍ମ ହୋଇଥିବା ନିଜ ଶିଶୁର ନାମ ‘ବର୍ଡ଼ର’ ବୋଲି ରଖିଛନ୍ତି | ଏହି ମହିଳାଙ୍କ ଭଳି ଆଉ ୯୮ଜଣ ପାକିସ୍ତାନୀ ନାଗରିକ ଅଟ୍ଟାରୀ ସୀମା ପାଖରେ ରାତ୍ରି ଆଶ୍ରୟସ୍ଥଳରେ ରହୁଛନ୍ତି | ଏମାନେ ନିଜ ସମ୍ପର୍କୀୟଙ୍କୁ ଭେଟିବା ଏବଂ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ପାଇଁ ଭାରତରେ ଲକଡାଉନ ପୂର୍ବରୁ ଆସିଥିଲେ | ଆଉ ସେବେଠାରୁ ଏମାନେ ଭାରତରେ ହିଁ ରହିଯାଇଛନ୍ତି | ତେବେ ନିଜ ଘରକୁ ଫେରିବା ପାଇଁ ଅପେକ୍ଷା କରି ଅଟ୍ଟାରୀ ସୀମା ବାହାରେ ରାତ୍ରି ଆଶ୍ରୟସ୍ଥଳୀରେ ରହୁଥିବା ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ତିନିଦିନ ତଳେ ଏକ ସନ୍ତାନ ପ୍ରସବ କରିଛନ୍ତି। ଆଉ ସନ୍ତାନ ଜନ୍ମ ହେବା ପରେ ମହିଳା ଜଣକ ନିଜ ଶିଶୁର ନାମ ‘ବର୍ଡ଼ର’ ରଖିଛନ୍ତି |
ସୂଚନାଯୋଗ୍ୟ ଯେ ଲକଡାଉନ ପୂର୍ବରୁ ୯୯ ଜଣ ପାକିସ୍ତାନୀ ନାଗରିକ ନିଜ ସମ୍ପର୍କୀୟଙ୍କୁ ଭେଟିବା ସହ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ପାଇଁ ଭାରତକୁ ଆସିଥିଲେ | ତେବେ ଇମିଗ୍ରେସନ କାଗଜପତ୍ର କାମ ସରିନଥିବାରୁ ପାକିସ୍ତାନକୁ ଫେରିବା ପାଇଁ ପାକ୍ ରେଞ୍ଜର୍ସ ଅନୁମତି ଦେଇନଥିଲେ। ସେହି ଦିନଠାରୁ ଏହି ଲୋକମାନେ ରାତି ଆଶ୍ରୟସ୍ଥଳୀରେ ରହୁଛନ୍ତି। ତେବେ ଏହି ରାତ୍ରି ଆଶ୍ରୟସ୍ଥଳରେ ରହୁଥିବା ପାକିସ୍ତାନୀ ନାଗରିକଙ୍କ ମଧ୍ୟରେ ନିମ୍ବୁ ବାଇ ନାମକ ଜଣେ ମହିଳା ଗର୍ଭବତୀ ଥିଲେ ଏବଂ ନିକଟସ୍ଥ ଡାକ୍ତରଙ୍କ ଦ୍ୱାରା ତାଙ୍କର ପରୀକ୍ଷା କରାଯାଉଥିଲା। ଡିସେମ୍ବର ୨ ରେ, ତାଙ୍କର ହଠାତ୍ ପ୍ରସବ ବେଦନା ଆରମ୍ଭ ହୋଇଥିଲା ଓ ନିକଟସ୍ଥ ଗାଁର ମହିଳାମାନେ ତାଙ୍କୁ ସାହାଯ୍ୟ କରିବାକୁ ସେଠାରେ ପହଞ୍ଚିଲେ |
ଗାଁର ଲୋକମାନେ ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେଇଥିବାବେଳେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ | ପାକିସ୍ତାନର ରହମିୟା ଜିଲ୍ଲାର ରାଜପୁରା ଗ୍ରାମରେ ରହୁଥିବା ନବଜାତ ଶିଶୁର ପିତା ବାଲାମ ରାମ କହିଛନ୍ତି ଯେ ଅଟ୍ଟାରୀ ସୀମାରେ ତାଙ୍କ ଶିଶୁ ଜନ୍ମ ହୋଇଥିବାରୁ ସେମାନେ ଏହାର ନାମ ବର୍ଡ଼ର ରଖିଛନ୍ତି |
The post ପାକିସ୍ତାନୀ ହିନ୍ଦୁ ମହିଳା ପୁଅର ନାମ ଦେଲେ ‘ବର୍ଡ଼ର’, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ first appeared on Sambad.from ବିଶେଷ | Sambad https://ift.tt/2ZUGfCX
0 Comments