
ପ୍ରୟାଗରାଜ: ଟ୍ରେନ ବଗି ପାଲଟିଲା ଅପରେସନ ଥିଏଟର ଓ ଜନ୍ମହେଲେ ଶିଶୁ କନ୍ୟା | ମୁମ୍ବାଇରୁ ବିହାରର ମୁଜାଫରପୁର ଅଭିମୁଖେ ଯାତ୍ରା କରୁଥିବା ଲୋକମାନ୍ୟ ତିଲକ ଟର୍ମିନାସ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ରେଲୱେ ଡାକ୍ତର ଏବଂ ତାଙ୍କ ଟିମଙ୍କ ଚେଷ୍ଟା ଫଳରେ ଏକ ସୁସ୍ଥ ଶିଶୁ ଜନ୍ମ ହୋଇଛି | ମିଳିଥିବା ସୂଚନା ମୁତାବକ ବିହାରର ସୀତାମାଢ଼ୀରେ ରହୁଥିବା ସାବିତ ଅହମ୍ମଦଙ୍କ ପରିବାର(ପତ୍ନୀ ଓ ମା) ୧୧୦୬୧ ଲୋକମାନ୍ୟ ତିଲକ ଟର୍ମିନାସ ଏକ୍ସପ୍ରେସରେ ମୁମ୍ବାଇରୁ ମୁଜାଫରନଗର ଅଭିମୁଖେ ଯାତ୍ରା କରୁଥିଲେ |
ଏହି ସମୟରେ ସାବିତ ଅହମ୍ମଦଙ୍କ ପତ୍ନୀ ସାଇରା ଖାତୁନ ସକାଳ ୦୮.୫୨ ରେ ପ୍ରସବ ବେଦନା ଅନୁଭବ କରିଥିଲେ | ଏନେଇ ଟ୍ରେନ ଗାର୍ଡ ପ୍ରୟାଗରାଜ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ। ତୁରନ୍ତ ରେଳବାଇ ଡାକ୍ତରଙ୍କୁ ପ୍ରୟାଗରାଜ ଜଙ୍କସନକୁ ଡକାଯାଇଥିଲା। ଯେତେବେଳେ ଟ୍ରେନ୍ ୦୯:୫୦ରେ ଜଙ୍କସନରେ ପହଞ୍ଚିଲା, ମେଡିକାଲ୍ ଟିମ୍ ତୁରନ୍ତ ପହଞ୍ଚି ଅପରେସନ କରିଥିଲେ |
ଏହାକୁ ନେଇ ଡାକ୍ତର ଆଶିଷ କହିଛନ୍ତି ଯେ ମା ଏବଂ ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ କୌଣସି ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଶିଶୁର ଓଜନ ପ୍ରାୟ ତିନି କିଲୋଗ୍ରାମ ଥିବାବେଳେ ଉଭୟ ମା ଏବଂ ଶିଶୁର ସ୍ୱାସ୍ଥ୍ୟ ଠିକ ଥିବା ଦେଖି ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଗଲା | ତେବେ ନିଜ ଶିଶୁ କନ୍ୟାକୁ ପାଇ ମା ଜଣକ ଟ୍ରେନ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଛନ୍ତି |
The post ଟ୍ରେନରେ ଶୁଭିଲା କୁଆଁ କୁଆଁ, ଅପରେସନ ଥିଏଟର ହେଲା ବଗି first appeared on Sambad.from ବିଶେଷ | Sambad https://ift.tt/32kW2vy

0 Comments