ଶୀତ ବଢିବାରୁ କାଶୀର ବିଭିନ୍ନ ମନ୍ଦିରରେ ଭଗବାନଙ୍କୁ ପିନ୍ଧାଗଲା ଶୀତବସ୍ତ୍ର, ଦେଖନ୍ତୁ କିଛି ଝଲକ

ବାରଣାସୀ: ଶୀତରେ ଥରୁଛି ପୂରା ଭାରତ । କେଉଁଠି ତାପମାତ୍ରା ମାଇନସରେ ପହଞ୍ଚିଛି ତ ପୁଣି କେଉଁଠି ବରଫପାତ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ପ୍ରବଳ ଶୀତଲହର ପାଇଁ କଲବଲ ହେଉଛନ୍ତି ଲୋକେ । ଅସହ୍ୟ ଜାଡରୁ ରକ୍ଷା ପାଇବାକୁ କିଏ ନିଆଁ ପୁଉଁଛି ତ ପୁଣି କିଏ ଘରୁ ବାହାରକୁ ବାହାରିବାକୁ ଡରୁଛି । ଆଉ ଯଦି କେହି ବାହାରକୁ ବାହାରୁଛି ତେବେ ସ୍ୱେଟର କିମ୍ବା ଚାଦର ଘୋଡାଇବାକୁ ଭୁଲୁନାହିଁ । ଏ‌ବେ ଏଭଳି ଚିତ୍ର ମନ୍ଦିରରେ ମଧ୍ୟ ଦେଖିବାକୁ ମିଳିଲାଣି । ଯେଉଁଠି ଭଗବାନ ମଧ୍ୟ ସ୍ୱେଟର ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଉଥିବାର ଦେଖିବାକୁ ମିଳୁଛି ।

ଉତ୍ତରପ୍ରଦେଶର ବାରଣାସୀରେ ଶୀତର ପ୍ରକୋପ ଏତେ ଅଧିକ ଯେ, ମନ୍ଦିର ଭିତରେ ଭଗବାନଙ୍କୁ ଶୀତରୁ ରକ୍ଷା କରିବାକୁ ଶୀତବସ୍ତ୍ର ଲାଗି କରାଯାଉଛି । କେଉଁଠି ରାମ, ଲକ୍ଷ୍ମଣ, ମା’ ସୀତା, ଭରତ, ଶତ୍ରୁଘ୍ନଙ୍କ ସମେତ ହନୁମାନଙ୍କୁ ଶୀତବସ୍ତ୍ର ପିନ୍ଧାଯାଇଛି ତ ପୁଣି କେଉଁଠି ପ୍ରଭୁ ଗଣେଶଙ୍କୁ ଚାଦରରେ ଘୋଡାଇ ଦିଆଯାଇଛି । ବାରଣାସୀର ଲୋହାଟିଆ ଅଞ୍ଚଳରେ ଥିବା ପୁରୁଣା ମନ୍ଦିରରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତିକୁ କମ୍ବଳରେ ଢାଙ୍କି ଦିଆଯିବା ସହ ମୁଣ୍ଡରେ ଏକ ଟୋପି ମଧ୍ୟ ପିନ୍ଧାଯାଇଛି ।

God Dressed In Warm Clothes - भगवान को पहनाए गर्म कपड़े | Patrika News
Patrika

ଏଠାକାର ପୂଜକ କହିଛନ୍ତି, କାର୍ତ୍ତିକ ମାସର ବୈକୁଣ୍ଠ ଚର୍ତ୍ତୁଦଶୀରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଭଗବାନଙ୍କୁ ଶୀତ ବସ୍ତ୍ର ପିନ୍ଧା ଯାଇଥାଏ । କାଶୀରେ ଥିବା ସମସ୍ତ ଦେବାଳୟରେ ଭଗବାନଙ୍କୁ ଏଭଳି ବସ୍ତ୍ର ପିନ୍ଧାଯାଇଥାଏ । ଭଗବାନଙ୍କୁ ଆମେ ଭକ୍ତି ସହକାରେ ପୂଜା କରିଥାଉ । ତେଣୁ ଆମକୁ ଯେତେବେଳେ ଥଣ୍ଡା ଲାଗୁଛି ସେତେବେଳେ ଭଗବାନଙ୍କୁ ମଧ୍ୟ ଥଣ୍ଡା ଲାଗୁଥିବା ନେଇ ଭାବନା ଆସିଥାଏ,  ଯେଉଁଥିପାଇଁ ଭଗବାନଙ୍କୁ ଗରମ କପଡା ପିନ୍ଧା ଯାଇଥାଏ ।

The post ଶୀତ ବଢିବାରୁ କାଶୀର ବିଭିନ୍ନ ମନ୍ଦିରରେ ଭଗବାନଙ୍କୁ ପିନ୍ଧାଗଲା ଶୀତବସ୍ତ୍ର, ଦେଖନ୍ତୁ କିଛି ଝଲକ first appeared on Sambad.

from ବିଶେଷ | Sambad https://ift.tt/3mE3SrR

Post a Comment

0 Comments