ନୂଆଦିଲ୍ଳୀ: ଲଟରି ଟିକେଟ କିଣି ଲୋକେ ଲକ୍ଷପତି, କୋଟିପତି ହେଉଥିବା ଖବର ଆପଣମାନେ ପୂର୍ବରୁ ଶୁଣିଥିବେ। ନିକଟରେ ଜଣେ ମହିଳା ଚକଲେଟ କିଣି ମାଲାମାଲ ହୋଇଥିବା ଖବର ସାମ୍ନାକୁ ଆସିଛି।
ବାସ୍ତବ ଘଟଣାଟି ହେଉଛି ଏପରି, ବ୍ରିଟେନର ନାଣ୍ଟୱିଚ୍ ସ୍ଥିତ ଏକ ଦୋକାନରେ ଅଫର ଚାଲିଥିଲା। ଏହି ଅଫର ଅନୁଯାୟୀ ଯେଉଁ ଗ୍ରାହକମାନେ ଚକଲେଟ୍ କିଣିବେ ସେମାନେ ଲଟେରି ଜିତିବାର ସୁଯୋଗ ପାଇବେ । ତେବେ ଏହି ଚକଲେଟ କିଣିବା ତାଲିକାରେ ବ୍ରିଟିଶର ଜଣେ ମହିଳା ବି ଥିଲେ। ଯିଏକି ଏହି ଲଟରି ଟିକେଟ ଜିତି ଯାଇଛନ୍ତି।
ଲଟେରି ଜିତିଥିବା ମହିଳାଙ୍କ ନାମ ହେଉଛି ସଆନ ୱାକର (୪୩) । ସେ ତାଙ୍କ ପୁଅ ସହିତ ଆଲଡି ଷ୍ଟୋରରୁ ଚକଲେଟ୍ ବାର୍ କିଣିବାକୁ ଆସିଥିଲେ । ଚକଲେଟ୍ ଖାଇବାବେଳେ ମା-ପୁଅ ଏଥିରୁ ଏକ ଗୋଲ୍ଡେନ୍ ରଙ୍ଗର ଟିକେଟ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ଟିକେଟର ମୂଲ୍ୟ ୫୦୦୦ ବ୍ରିଟିଶ ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି।
ୱାକର୍ ସିଆନ୍ ଏକମାତ୍ର ମହିଳା ନୁହଁନ୍ତି ଯିଏ ଏହି ଗୋଲ୍ଡେନ ଟିକେଟ୍ ପାଇଛନ୍ତି । ଚକୋଲେଟ୍ କମ୍ପାନି ଦ୍ୱାରା ୨୪ଟି ଚକୋଲେଟ୍ ଭିତରେ ଏକ ଗୋଲ୍ଡେନ୍ ଟିକେଟ୍ ରଖାଯାଇଥିଲା । ୱାକରଙ୍କ ବ୍ୟତୀତ, ଆହୁରି ୨୩ ଜଣ ଲୋକ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି ।
The post ଚକଲେଟ କିଣି ଲକ୍ଷପତି ହେଲେ ମହିଳା first appeared on Sambad.from ବିଶେଷ | Sambad https://ift.tt/325s13b
0 Comments