‘ପାପା ଆଉ କନ୍ଦାଅନି’ କିଛି ଏଭଳି କହି ବାପାଙ୍କ କଫିନକୁ ଚୁମ୍ବନ ଦେଲେ ବ୍ରିଗେଡିୟର ଲୀଦଡ଼ଙ୍କ ଝିଅ

ନୂଆଦିଲ୍ଲୀ: ‘ପାପା, ତୁମକୁ ବହୁତ କିଛି କହିବାର ଥିଲା | ତୁମ ସହ ଅନେକ ସମୟ କାଟିବାର ଥିଲା | ଏତେ ଜଲଦି ମତେ ପର କରି ଚାଲିଗଲ ଅଜଣା ଦୁନିଆକୁ | ନା ଆଉ କେବେ ଫେରିବ, ନା ମତେ ଆଉ କିଏ ଲାଡ଼ଲି ବୋଲି ଡ଼ାକିବ | ପାପା ଆଉ କନ୍ଦାଅନି | ଫେରିଆସ’ | ଗତକାଲି ଦିଲ୍ଲୀର ପାଲାମ ବିମାନବନ୍ଦରରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେତେବେଳେ ବ୍ରିଗେଡିୟର ଲୀଦଡ଼ଙ୍କ ଝିଅ ତାଙ୍କ ବାପାଙ୍କୁ ଶେଷ ବିଦାୟ ଦେବାବେଳେ ଭାବପ୍ରବଣ ହୋଇଯାଇଥିଲେ ଓ କଫିନକୁ ଚୁମ୍ବନ ଦେଇଥିଲେ | ମିଳିଥିବା ସୂଚନା ମୁତାବକ ଯେତେବେଳେ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ବ୍ରିଗେଡିୟର୍ ଏଲ୍.ଏସ୍ ଲୀଦଡ଼ଙ୍କ ସମେତ ୧୧ଜଣ ସେନା କର୍ମଚାରୀଙ୍କ ମୃତଦେହ ପାଲାମ ବିମାନବନ୍ଦରରେ ପହଞ୍ଚିଲା, ସେତେବେଳେ ପ୍ରତ୍ୟେକଙ୍କ ଆଖିରେ ଲୁହ ଆସିଯାଇଥିଲା। ସହିଦ ହୋଇଥିବା ବ୍ରିଗେଡିୟର୍ ଏଲ୍.ଏସ୍ ଲୀଦଡ଼ଙ୍କ ଝିଅ ଆଶନା ପିତାଙ୍କ କଫିନ୍ ନିକଟରେ ପହଞ୍ଚିବା ପରେ କିଛି କ୍ଷଣ ପାଇଁ ଚାହିଁରହିଥିଲେ |

ତା’ପରେ ପ୍ରଣାମ କରି ତାଙ୍କ ପିତାଙ୍କ କଫିନକୁ ଚୁମ୍ବନ ଦେଇଥିଲେ | ଆଶନା ଦ୍ୱାଦଶ ଶ୍ରେଣୀର ଛାତ୍ରୀ ହୋଇଥିବାବେଳେ କୋହ ସମ୍ଭାଳିପାରିନଥିଲେ | ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ମଧ୍ୟ କାନ୍ଦିପକାଇଥିଲେ | ସୂଚନା ମୁତାବକ କୁନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପଞ୍ଚକୁଲା ସେକ୍ଟର ୧୨ର ବାସିନ୍ଦା ବ୍ରିଗେଡିୟର୍ ଏଲଏସ ଲୀଦଡ଼ଙ୍କୁ ମେଜର ଜେନେରାଲ ପଦବୀକୁ ପଦୋନ୍ନତି ମଧ୍ୟ ମିଳିଥିଲା ଓ ଜାନୁଆରୀ ୧ ରୁ ନୂଆ ଦାୟିତ୍ୱ ଗ୍ରହଣ କରିଥାନ୍ତେ |

ଡିସେମ୍ବର ୧୯୯୦ରେ ଖଡକୱାସଲା ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ପାସ୍ ହୋଇଥିବା ଲୀଦଡ଼ ତାଙ୍କ ସେବା ପାଇଁ ଅନେକ ପଦକ ପାଇଥିଲେ | ସେନା ପଦକ ଏବଂ ବିଶିଷ୍ଟ ସେବା ପଦକ ସହିତ ଜାମ୍ମୁ କାଶ୍ମୀର ରାଇଫଲ୍ସର ୨ୟ ବାଟାଲିୟନର ମୁଖ୍ୟ ଥିଲେ |

The post ‘ପାପା ଆଉ କନ୍ଦାଅନି’ କିଛି ଏଭଳି କହି ବାପାଙ୍କ କଫିନକୁ ଚୁମ୍ବନ ଦେଲେ ବ୍ରିଗେଡିୟର ଲୀଦଡ଼ଙ୍କ ଝିଅ first appeared on Sambad.

from ବିଶେଷ | Sambad https://ift.tt/3lScvOX

Post a Comment

0 Comments