
ନୂଆଦିଲ୍ଲୀ: ମଣିଷର ସବୁଠାରୁ ବିଶ୍ବାସଯୋଗ୍ୟ ସାଥୀ କୁକୁରକୁ କୁହାଯାଇଥାଏ। ସମୟ ପଡ଼ିଲେ କୁକୁର ନିଜ ମାଲିକ ପାଇଁ ଜୀବନ ଦେଇ ଦେଇଥାଏ। ସୋସିଆଲ ମିଡିଆରେ କୁକୁରମାନଙ୍କ ସୁନ୍ଦରସୁନ୍ଦର କାର୍ଯ୍ୟକଳାପର ଭିଡିଓ ପୋଷ୍ଟ ହୋଇଥାଏ। କିଛିଦିନ ହେବ ଏକ କୁକୁରକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୋସିଆଲ ମିଡିଆରେ ଏହି କୁକୁର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି କୁକୁର ଚୀନର ରହିଥିବା ବେଳେ ତାକୁ ନିଲାମ କରାଯାଇଛି। ତେବେ କୁକୁର ନିଲାମ ମୂଲ୍ୟ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
Dog is auctioned for $ 25,000 after 7 years of being abandoned
Abandoned by the former owner at a pet training center since 2014, Deng Deng was lonely for a long time before attracting interest at an auction.#shiba pic.twitter.com/Hv1fCGFIKb— KENKENMANDRIQUE (@KENKENKHEMON) November 5, 2021
ଏହି କୁକୁରର ମାଲିକ ଗତ ୭ବର୍ଷ ହେବ ତାଙ୍କ କୁକୁରକୁ ପେଟ ହାଉସରେ ଛାଡ଼ି ଚାଲି ଯାଇଥିଲା। ଏହାପରେ ମାଲିକ ନା କେବେ କୁକୁରକୁ ଦେଖିବାକୁ ଆସିଥିଲେ ନା ଭଲମନ୍ଦ ବୁଝିଥିଲେ। ଏମିତି କି ପେଟ ହାଉସର ଭଡା ବି ସେ ପୈଠ କରି ନଥିଲେ। କିନ୍ତୁ କୁକୁର ମାଲିକକୁ ଝୁରୁଥିବାର ଦୃଶ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି। ୨୦୧୮ରେ ଏହି ଖବର ଭାଇରାଲ ହୋଇଥିଲା। ଲୋକମାନେ ବି କୁକୁର ମାଲିକକୁ ଝୁରୁଥିବାର ଦେଖି ଭାବୁକ ହୋଇ ଯାଇଥିଲେ।
ଡେଙ୍ଗ-ଡେଙ୍ଗ ନାମକ ଏହି କୁକୁର ସିବୁ ଇନୁ ପ୍ରଜାତିର। କୋର୍ଟଙ୍କ ଆଦେଶ ପରେ କୁକୁର ଡେଙ୍ଗ-ଡେଙ୍ଗକୁ ନିଲାମ କରାଯାଇଥିଲା। ନିଲାମ ୨୪ଘଣ୍ଟା ପାଇଁ ଚାଲିବାକୁ ଥିବା ବେଳେ ଏହାକୁ ଆହୁରି ୫ଘଣ୍ଟା ବଢ଼ାଇ ଦିଆଯାଇଥିଲା। ଏହି କୁକୁରର ଯେତେବେଳେ ନିଲାମ ଡକାଯାଇଥିଲା ୪୮୦ଲୋକ ଏଥିରେ ଭାଗ ନେଇଥିଲେ। ଶେଷରେ କୁକୁରକୁ ୧୮ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା।
The post ଏହି କାରଣ ପାଇଁ ୧୮ଲକ୍ଷ ଟଙ୍କାରେ ନିଲାମ ହେଲା କୁକୁର first appeared on Sambad.from ବିଶେଷ | Sambad https://ift.tt/3qpRvSz
0 Comments