
ନୂଆଦିଲ୍ଲୀ: ଦେଶର ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି। ସେ ନିଜର କାମକୁ ନେଇ ବ୍ୟସ୍ତ ରହୁଥିଲେ ମଧ୍ୟ ସୋସିଆଲ ମିଡିଆରେ ନିଜର ମତାମତ ରଖି ଥାଆନ୍ତି। ଏଥର ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଶିଶୁ ଜଣକ ଏକ କାନ୍ଥରେ ଚଢ଼ୁଥିବା ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖି ପାରିବେ ଶିୁଶୁ ଜଣକ ଏକ କାନ୍ଥରେ ଚଢ଼ିବାକୁ ଚେଷ୍ଟା କରୁଛି। ଶିଶୁଟି ଉପରକୁ ଚଢ଼ିବା ପାଇଁ ଅନେକ ଥର ଉଦ୍ୟମ କରୁଛି। ଶିଶୁ ଜଣକ କାନ୍ଥରେ ଉପରକୁ ଚଢ଼ିବା ସମୟରେ ଭୟଭୀତ ହୋଇଯାଉଛି କାରଣ ତାକୁ ଗୋଡ ରଖିବା ପାଇଁ ସଠିକ ସ୍ଥାନ ମିଳୁନାହିଁ। ଏଥିପାଇଁ ସେ ପ୍ରଥମେ ତଳକୁ ଆସି ପୁଣି ଉପରକୁ ଚଢ଼ିବାକୁ ଚେଷ୍ଟା କରୁଛି।
This video is from a couple of years ago, but I don’t think it will ever be ‘dated.’ I like to put it on every now & then, especially when some personal or business goal is looking intimidating or impossible! All my fears vanish instantly… pic.twitter.com/9XtuyBVxwJ
— anand mahindra (@anandmahindra) November 8, 2021
ଆନନ୍ଦ ମହିନ୍ଦ୍ରା ଭିଡିଓ ସେୟାର କରି ଲେଖିଛନ୍ତି, ‘ଏହା କିଛି ବର୍ଷ ତଳର ଭିଡିଓ। ମୋତେ ଲାଗୁନାହିଁ କି ଏହି ଭିଡିଓ କେବେ ପୁରୁଣା ହେବ। ମୁଁ ଏହି ଭିଡିଓକୁ ସମୟସମୟରେ ପୋଷ୍ଟ କରିବା ପସନ୍ଦ କରିବି। ବିଶେଷ ଭାବେ ଯେତେବେଳେ କୌଣସି ଟାର୍ଗେଟ ଅସମ୍ଭବ ଲାଗିବ। ଏହି ଭିଡିଓକୁ ଦେଖିବା ପରେ ମୋର ସବୁ ଭୟ ଉଭେଇ ଯାଏ।’
ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ପୋଷ୍ଟ କରିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ସେୟାର କରିଛନ୍ତି। ଏଥିରେ ଭିଡିଓ ଦେଖି ସୁନ୍ଦରସୁନ୍ଦର ପ୍ରତିକ୍ରିୟା ବି ଦେଇଛନ୍ତି।
The post କାନ୍ଥରେ ଚଢ଼ୁଥିବା ଶିଶୁର ସାହାସ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆନନ୍ଦ ମହିନ୍ଦ୍ରା, କହିଲେ ଏଭଳି କଥା first appeared on Sambad.from ବିଶେଷ | Sambad https://ift.tt/3F0qr0r
0 Comments