ନୂଆଦିଲ୍ଲୀ: ଚର୍ଚ୍ଚାରେ ମହିଳା ପୁଲିସ ଇନ୍ସପେକ୍ଟର। ଚେନ୍ନାଇରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଶ୍ମଶାନରେ ଥିବା ଜଣେ ଯୁବକ ଅଚେତ ହୋଇଯାଇଥିଲେ। ଏବିଷୟରେ ଜାଣିବା ପରେ ମହିଳା ପୁଲିସ ଇନ୍ସପେକ୍ଟର ତୁରନ୍ତ ତାଙ୍କୁ କାନ୍ଧରେ ପକାଇ ଅଟୋ ପାଖକୁ ନେଇଯିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏବେ ମହିଳା ପୁଲିସ ଇନ୍ସପେକ୍ଟରଙ୍କ କାମକୁ ପ୍ରଶଂସା କରିବାରେ ଲାଗିଛନ୍ତି।
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ମହିଳା ପୁଲିସ ଇନ୍ସପେକ୍ଟର ରାଜେଶ୍ବରୀ ବର୍ଷା ମାଡ଼ରେ ଅଚେତ ହୋଇଯାଇଥିବା ୨୮ବର୍ଷୀୟ ଯୁବକଙ୍କୁ ଦେଖିବା ପରେ କାହାକୁ ଅପେକ୍ଷା ନକରି ବା କାହାର ସାହାଯ୍ୟ ନନେଇ ଏକାକୀ ଯୁବକଙ୍କୁ କାନ୍ଧରେ ଟେକିନେଇଥିଲେ। ଏହା ପରେ ତାଙ୍କୁ ଅଟୋରେ ବସାଇ ଡାକ୍ତରଖାନା ନେଇଥିଲେ ରାଜେଶ୍ବରୀ । ସଠିକ ସମୟରେ ଯୁବକଙ୍କୁ ଡାକ୍ତରଖାନା ନିଆଯିବାରୁ ତାଙ୍କର ଜୀବନ ବଞ୍ଚାଯାଇପାରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ପାଇଁ ଏବେ ତାମିଲନାଡୁରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଏପର୍ଯ୍ୟନ୍ତ ୧୨ଜଣଙ୍କର ମୃତ୍ୟୁ ଘଟିସାରିଛି। ଆଗକୁ ପରିସ୍ଥିତି ବିଗିଡ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ରାଜ୍ୟରେ ସମସ୍ତଙ୍କୁ ସତର୍କ କରାଯାଇଛି।
The post ଶ୍ମଶାନରେ ଅଚେତ ହୋଇପଡ଼ିଥିବା ଯୁବକଙ୍କୁ କାନ୍ଧରେ ବୋହିଲେ ମହିଳା ପୁଲିସ ଇନ୍ସପେକ୍ଟର: ଭିଡିଓ ହେଲା ଭାଇରାଲ first appeared on Sambad.from ବିଶେଷ | Sambad https://ift.tt/3Capn8m
0 Comments