ଫିଲ୍ମର କାହାଣୀ ହେବ ସତ! ମଣିଷର ଏହି ଭୁଲ ପାଇଁ ଖୁବ ଶୀଘ୍ର ପୃଥିବୀକୁ ଆସିବେ ଏଲିୟନ

ନୂଆଦିଲ୍ଲୀ: ଫିଲ୍ମର କାହାଣୀ ହେବ ସତ। ମଣିଷର ଏହି ଭୁଲ ପାଇଁ ଖୁବ ଶୀଘ୍ର ପୃଥିବୀକୁ ଆସିବେ ଏଲିୟନ। ସମୟ ସମୟରେ ପୃଥିବୀରେ ଏଲିୟନମାନଙ୍କ ବିଷୟରେ ଅନେକ ପ୍ରକାରର ଖବର ଶୁଣିବାକୁ ମିଳେ। ଅସଲ ଜୀବନରେ ଏଲିୟନ ଭଳି ଜୀବକୁ ପୃଥିବୀବାସୀ ଦେଖିନଥିବା ବେଳେ ଅନେକ ଫିଲ୍ମରେ ଏଲିୟନର ଉପସ୍ଥିତି ବିଷୟରେ କୁହାଯାଇଛି। ହେଲେ ଏବେ ଏଲିୟନକୁ ନେଇ ଏବେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ବୈଜ୍ଞାନିକ।  ବୈଜ୍ଞାନିକଙ୍କ କହିବା ମୁତାବକ, ୨୦୨୨ ମସିହାରେ ଏଲିୟନ ପୃଥିବୀ ଉପରେ ଆକ୍ରମଣ କରିବେ। ଏଥିପାଇଁ ମଣିଷ ଦାୟୀ।

धरती पर आएंगे एलियन
www.amarujala.com

ନିକଟରେ ପ୍ରକାଶିତ ବାୟୋ ସାଇନ୍ସ ପତ୍ରିକାରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ ଯେତେ ଅଧିକ ଥର ମଣିଷ ମହାକାଶକୁ ଯାତ୍ରା କରିବ ଏବଂ ରହସ୍ୟର ଆବିଷ୍କାର କରିବ, ମହାକାଶଯାନ ସହିତ ସେତେ ଅଧିକ ଏଲିୟନ ପୃଥିବୀକୁ ଆସିବେ। ମଣିଷ ହୁଏତ ଏଲିୟନମାନଙ୍କୁ ଆଖିରେ ଦେଖି ପାରିବ ନାହିଁ, କିନ୍ତୁ ପୃଥିବୀର ବାୟୁମଣ୍ଡଳରେ ପହଞ୍ଚିବା ପରେ ସେମାନେ ପୃଥିବୀ ପାଇଁ ଏକ ବଡ଼ ବିପଦ ବୋଲି ପ୍ରମାଣ ହୋଇପାରେ।

The post ଫିଲ୍ମର କାହାଣୀ ହେବ ସତ! ମଣିଷର ଏହି ଭୁଲ ପାଇଁ ଖୁବ ଶୀଘ୍ର ପୃଥିବୀକୁ ଆସିବେ ଏଲିୟନ first appeared on Sambad.

from ବିଶେଷ | Sambad https://ift.tt/315swcE

Post a Comment

0 Comments