ପବଜୀ ମୋବାଇଲ ଗେମ୍ ପାଇଁ ଖେଳାଳି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପବଜୀ ଖେଳ। ପୂର୍ବରୁ ଏହି ବିବାଦୀୟ ଖେଳ ପାଇଁ ଅନେକଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ହଜାର ହଜାର ଟଙ୍କା ହରାଉଥିବାର ଖବର ସାମ୍ନାକୁ ଆସିଥିଲା। ଭାରତରେ ଏହି ଖେଳ ଉପରେ ପ୍ରତିବନ୍ଧକ ଲାଗିବା ପରେ କମ୍ପାନି ନୂଆ ନାଁରେ ଏହି ଖେଳକୁ ଲଞ୍ଚ କରିଥିଲା। ଏବେ ଏହି ଖେଳକୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପବଜୀ ମୋବାଇଲ ଗେମ୍ ପାଇଁ ଖେଳାଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ପବଜୀ ମୋବାଇଲ୍ ଖେଳ ପାଇଁ ଖେଳାଳି ପ୍ରାୟ ୭ ବିଲିୟନ ଡଲାର୍ (ପ୍ରାୟ ୫୨,୦୦୦ କୋଟି) ଖର୍ଚ୍ଚ କରିସାରିଛନ୍ତି। ଆପଲ୍ ଆପ୍ ଷ୍ଟୋର୍ ଏବଂ ଗୁଗଲ୍ ପ୍ଲେ ଷ୍ଟୋର୍‌ରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ପବଜୀ ମୋବାଇଲ ଚୀନରୁ ସର୍ବାଧିକ ରୋଜଗାର କରିଛି। ଚୀନରେ ଏହାର ନାଁ ଗେମ୍ ଫର୍ ପିସ୍ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ୪ ବିଲିୟନ ଡଲାର୍ ରୋଜଗାର କରିସାରିଛି। ନ୍ୟୁଜ୍ ଏଜେନ୍ସି ଆଇଏଏନଏସ ଅନୁଯାୟୀ, ତୃତୀୟ ପକ୍ଷ ଆଣ୍ଡ୍ରଏଡ୍ ଷ୍ଟୋରଗୁଡିକର ତଥ୍ୟ ଏଥିରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ପବଜୀ ମୋବାଇଲ୍ ଚୀନ୍ ବାହାରେ ୩ବିଲିୟନ ଡଲାରରୁ ଅଧିକ ରୋଜଗାର କରିଛି। ଚୀନ ପରେ ଏହି ଖେଳ ଆମେରିକାର ଖେଳାଳିଙ୍କଠାରୁ ସର୍ବାଧିକ ରୋଜଗାର କରିଥିବା ଜଣାପଡ଼ିଛି।

PUBG Mobile
www.aajtak.in

ଖେଳର ମୋଟ ରାଜସ୍ୱରେ ଆମେରିକୀୟ ଖେଳାଳିଙ୍କ ଖର୍ଚ୍ଚ ୧୧.୮% ଥିବା ବେଳେ ଜାପାନ ୪.୨% ଖର୍ଚ୍ଚ ସହିତ ତୃତୀୟ ସ୍ଥାନରେ ରହିଛି।

The post ପବଜୀ ମୋବାଇଲ ଗେମ୍ ପାଇଁ ଖେଳାଳି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ first appeared on Sambad.

from ବିଶେଷ | Sambad https://ift.tt/3CZvMUc

Post a Comment

0 Comments