କର୍ମଚାରୀଙ୍କ ଫୋନ ଚାର୍ଜ କରିବା ଉପରେ ରୋକ ଲଗାଇଲା କମ୍ପାନି, ଦେଲା ଏଭଳି ଅଜବ କାରଣ

ନୂଆଦିଲ୍ଲୀ: ବେସରକାରୀ ଅଫିସରେ କର୍ମଚାରୀମାନଙ୍କ ଅନେକ ଦାବିକୁ ଅଣଦେଖା କରାଯାଇଥାଏ ବୋଲି ଅଭିିଯୋଗ ହୋଇଥାଏ। ଅଧିକାଂଶ କର୍ମଚାରୀ ଅଭିଯୋଗ କରନ୍ତି ଯେ ସେମାନଙ୍କର ମାଲିକମାନେ ସେମାନଙ୍କ କଥା ଶୁଣନ୍ତି ନାହିଁ। ବେଳେବେଳେ କମ୍ପାନିର ମୁଖ୍ୟ ଏଭଳି ଅଜବ ଆଦେଶ ଶୁଣାନ୍ତି, ଯାହାର କୌଣସି ଅର୍ଥ ନଥାଏ। କିଛି ଏଭଳି ଅଜବ ଆଦେଶ ଏବେ ଜଣେ ମାଲିକ ନିଜ କର୍ମଚାରୀଙ୍କୁ ଦେଇଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରେଡ୍ଡିଟ୍ ଉପରେ ଏକ ପୋଷ୍ଟର ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ପୋଷ୍ଟରରେ ଜଣେ ବସ୍ ନିଜ ଅଫିସ୍ କର୍ମଚାରୀଙ୍କୁ ଏକ ଅଜବ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛି। ଏଭଳି ନିର୍ଦ୍ଦେଶ ପରେ ଏବେ ସମସ୍ତ କର୍ମଚାରୀମାନେ ଚିନ୍ତାରେ ପଡ଼ିଛନ୍ତି। କିଛି କର୍ମଚାରୀ ଚାକିରି ଛାଡ଼ିବା ପାଇଁ ମଧ୍ୟ ଚିନ୍ତା କରୁଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଯିିଏ ଏହି ନିୟମ ନମାନିବ, ସେହି କର୍ମଚାରୀଙ୍କ ଦରମା କଟାଯିବ ବୋଲି ଏଥିରେ କୁହାଯାଇଛି।

zeenews.india.com

ଭାଇରାଲ ପୋଷ୍ଟରରେ ଲେଖାଯାଇଛି ଯେ,କୌଣସି କର୍ମଚାରୀ ତାଙ୍କ ମୋବାଇଲ୍ ଫୋନ୍ କିମ୍ବା ଅଫିସରେ କୌଣସି ପ୍ରକାରର ବିଦ୍ୟୁତ୍ ଚାଳିତ ଡିଭାଇସ୍ ଚାର୍ଜ କରିବେ ନାହିଁ। ଯଦି କେହି ଏହା କରନ୍ତି ତେବେ ଏହାକୁ ବିଦ୍ୟୁତ୍ ଚୋରି ଭାବରେ ବିବେଚନା କରାଯିବ। ଯିଏ ମୋବାଇଲ୍ ଫୋନ୍ କିମ୍ବା ଅଫିସରେ କୌଣସି ପ୍ରକାରର ବିଦ୍ୟୁତ୍ ଚାଳିତ ଡିଭାଇସ୍ ଚାର୍ଜ କରିବ, ତା’ର ଦରମା କଟାଯିବ। ସେଥିପାଇଁ ସମସ୍ତେ ଅଫିସରେ ନିଜ ଫୋନ୍ ସୁଇଚ୍ ଅଫ୍ ରଖିବା ଉଚିତ୍।

The post କର୍ମଚାରୀଙ୍କ ଫୋନ ଚାର୍ଜ କରିବା ଉପରେ ରୋକ ଲଗାଇଲା କମ୍ପାନି, ଦେଲା ଏଭଳି ଅଜବ କାରଣ first appeared on Sambad.

from ବିଶେଷ | Sambad https://ift.tt/3lg42F4

Post a Comment

0 Comments