
ନୂଆଦିଲ୍ଲୀ: ଚର୍ଚ୍ଚାରେ ବ୍ରାଜିଲରେ ହୋଇଥିବା ବିବାହ। ବ୍ରାଜିଲର ମଡେଲ ଆର୍ଥର ଓ ଉର୍ସୋ ‘ଫ୍ରି ଲଭ’ ପାଳନ କରିବାକୁ ଯାଇ ସାମୁହିକ ବିବାହରେ ୯ ଜଣ ମହିଳାଙ୍କୁ ବିବାହ କରିବା ଖବର ଏବେ ଚର୍ଚ୍ଚାରେ ରହିଛି । ଏହି ବାହାଘର ସାଓ ପାଓଲ ସହରର ଏକ କାଥୋଲିକରେ ଅନୁଷ୍ଠିତ ହୋଇଛି । ଆର୍ଥର ପ୍ରଥମେ ଲୁଆନା ନାମକ ମହିଳାଙ୍କୁ ବିବାହ କରିଥିଲେ । ହେଲେ ଏବେ ସେ ୯ଜଣଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି।
ଆର୍ଥର ସ୍ୱତନ୍ତ୍ର ପ୍ରେମ ଓ ଗୋଟିଏ ବିବାହକୁ ବିରୋଧ କରି ୯ଜଣଙ୍କୁ ବିିବାହ କରିଥିବା ଜଣାପଡ଼ିଛି । ଆର୍ଥର ଓ ତାଙ୍କର ପ୍ରଥମ ପତ୍ନୀ ଲୁଆନାଙ୍କ ବିବାହ ପରେ ଉଭୟ ସେମାନଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହାକୁ ନେଇ ବିବାଦ ଦେଖାଦେଇଥିଲା । କେବଳ ସେତିକି ନୁହେଁ ଆର୍ଥର ଓ ଲୁଆନା ବ୍ରାଜିଲର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଭ୍ରମଣ କରୁଥିଲେ ।
କରୋନା ମହାମାରୀ ସମୟରେ ଟଙ୍କା ରୋଜଗାର ପାଇଁ ସେମାନେ ସେମାନଙ୍କ ଶାରୀରିକ ସଂପର୍କ ବିଷୟରେ ପ୍ରଶଂସକମାନଙ୍କୁ ଟିପ୍ସ ଦେବା ଆରମ୍ଭ କରିଥିଲେ। ଥରେ ଆର୍ଥରଙ୍କୁ କୁକୁର ପୋଷାକ ପିନ୍ଧାଇ ଲୁଆନା ରେଳ ଷ୍ଟେସନକୁ ନେଇ ଯାଇଥିଲେ । ସେଠାରେ ଲୁଆନା ଆର୍ଥରଙ୍କୁ ଅନେକ ସମୟ ଧରି ବୁଲାଇଥିଲେ । ଏଭଳି କରିବା ଦ୍ୱାରା ପରସ୍ପର ପ୍ରତି ଆକର୍ଷଣ ବୃଦ୍ଧି ପାଇଥାଏ ବୋଲି ଦୁଇଜଣ ମତ ମଧ୍ୟ ରଖିଥିଲେ । ଏବେ ଜଣଙ୍କ ସହ ପ୍ରେମ କରି ବିବାହ କରିବା ଏବଂ ସବୁଦିନ ଜଣକ ସହ ରହିବାର ପ୍ରଥାକୁ ବିରୋଧ କରି ସେ ୯ଜଣଙ୍କୁ ଏକା ସାଙ୍ଗରେ ବିବାହ କରିଥିବା କହିଛନ୍ତି।
from ବିଶେଷ | Sambad https://ift.tt/3qKrfCR
0 Comments